ରାଜ୍ୟସଭା: ଭାସ୍କରଙ୍କ ପ୍ରାର୍ଥୀତ୍ୱକୁ ନେଇ ଜୟରାମଙ୍କ ଅସନ୍ତୋଷ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିରୁ ଟିକେଟ୍ ପାଇଥିବା ପ୍ରସନ୍ନ ଆଚାର୍ଯ୍ୟ, ବିଷ୍ଣୁ ଦାସ ଓ ଏନ୍. ଭାସ୍କର ରାଓ ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀ ଘୋଷଣା ପରେ ଭାସ୍କରଙ୍କୁ ପୂର୍ବତନ ସାଂସଦ ତଥା କୋରାପୁଟ ବିଜେଡି ଜିଲ୍ଲା ସଭାପତି ଜୟରାମ ପାଙ୍ଗୀ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ନିୟମ ଦୃଷ୍ଟିରୁ ମୋତେ ବିଜେଡି ଟିକେଟ ଦେବାର ଥିଲା। ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି। ଭାସ୍କର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରେ ଅଛନ୍ତି, […]

jayaram

Rakesh Mallick
  • Published: Sunday, 29 May 2016
  • , Updated: 30 May 2016, 01:36 AM IST

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିରୁ ଟିକେଟ୍ ପାଇଥିବା ପ୍ରସନ୍ନ ଆଚାର୍ଯ୍ୟ, ବିଷ୍ଣୁ ଦାସ ଓ ଏନ୍. ଭାସ୍କର ରାଓ ଆସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀ ଘୋଷଣା ପରେ ଭାସ୍କରଙ୍କୁ ପୂର୍ବତନ ସାଂସଦ ତଥା କୋରାପୁଟ ବିଜେଡି ଜିଲ୍ଲା ସଭାପତି ଜୟରାମ ପାଙ୍ଗୀ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “ନିୟମ ଦୃଷ୍ଟିରୁ ମୋତେ ବିଜେଡି ଟିକେଟ ଦେବାର ଥିଲା। ହାଇକମାଣ୍ଡ ଏହି ନିଷ୍ପତ୍ତି ନେଇଛନ୍ତି। ଭାସ୍କର ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରେ ଅଛନ୍ତି, ତାଙ୍କ ବଦଳରେ ଅନ୍ୟ କାହାକୁ  ଟିକେଟ୍ ମିଳିଥିଲେ ଭଲ ହୋଇଥାନ୍ତା।

ସେ ଆହୁରି କହିଛନ୍ତି, “ଭାସ୍କର ପ୍ରାୟ ‘ଭାଇଜାଗରେ ରହୁଛନ୍ତି, ବ୍ୟବସାୟକୁ ଗୁରୁତ୍ୱ ଦେଲେ ସଂଗଠନ ହୋଇପାରିବ ନାହିଁ।”

Related story