ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା

Ordigital Desk
  • Published: Monday, 07 May 2018
  • , Updated: 07 May 2018, 08:42 AM IST
<p>ପୁରୀ(ମଧୁ ସୁଦନ ମିଶ୍ର): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା। ପରମ୍ପରା ମୁତାବକ ଆଜି ଚକ ଓ ଅଖ ସଂଯୋଗ କରାଯିବ।</p> <p>ସେହିପରି ପହି ଓ ଅଖରେ ଫାଟଥିବା ଜଣାପଡ଼ିବା ପରେ ନିର୍ଦ୍ଧାରିତ ସମୟରେ କାମ ସାରିବାକୁ ଜୋରସୋରରେ ଲାଗିଛନ୍ତି ବିଶ୍ୱକର୍ମା ମହାରଣା। ଶ୍ରୀକ୍ଷେତ୍ରରେ ରଥ ନିର୍ମାଣରେ ବିଭ୍ରାଟ ଘଟଣାରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥର ଫାଟଥିବା ପହିକୁ ବଦଳାଯାଇ ନୂଆ ପହି ଲଗାଯାଇଛି। ଏଥିସହ ନନ୍ଦିଘୋଷ ଓ ତାଳଧ୍ୱଜର ଫାଟ ଥିବା ଅଖ କାଠକୁ ମଧ୍ୟ ବଦଳାଯାଉଛି। ତିନି ରଥର ମୋଟ୍ ୪୨ଟି ଚକ ପାଇଁ ୧୬୮ଟି ପହିର ଆବଶ୍ୟକତା ରହିଛି। ଆଗକୁ ଆହୁରି ୩୬ଟି ଚକ ଓ ୧୮ଟି ଅଖ ନିର୍ମାଣ ହେବ। ଯଦି ଏଭଳି ପହିରେ ଫାଟ ସୃଷ୍ଟି ହେବ କିମ୍ବା ଅଖ ଦୁର୍ବଳ ବାହାରିବ ତାହାଲେ ନିର୍ମାଣ କାର୍ଯ୍ୟରେ ବାଧା ଉପୁଜିବାର ଆଶଙ୍କା ରହିଛି।</p> <p>&amp;nbsp;</p> <p>&amp;nbsp;</p>

Related story