ଭଦ୍ରକ ବନ୍ୟା ପରିସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର

ଭଦ୍ରକ:  ଭଦ୍ରକ ଜିଲ୍ଲାର ବନ୍ୟାପରିସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ବିକାଶ ଚନ୍ଦ୍ର ମହପାତ୍ର। ଆଜି ପୂର୍ବାହ୍ନରେ ବନ୍ୟା ସ୍ଥିତି ନେଇ ସ୍ୱାସ୍ଥ୍ୟ, ଜଳସେଚନ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକରୀଙ୍କ ସହ ଆଲୋଚନା କରିଛନ୍ତି। ବନ୍ୟାଞ୍ଚଳରେ ସୃଷ୍ଟି ହୋଇଥିବା ଘାଇ ଗୁଡ଼ିକର ମରାମତି ଏବଂ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି। ଚାନ୍ଦବାଲି ଓ ଧାମନଗର ବ୍ଲକରେ ଅନେକ ଗାଁ ବୈତରଣୀ ନଦୀର ବନ୍ୟାଜଳ ଘେରରେ ରହିଛି। ବନ୍ୟା ଜଳରେ ବ୍ୟାପକ ଚାଷ ଜମି ବୁଡି ରହିଛି। […]

bhdrak

Rakesh Mallick
  • Published: Saturday, 01 August 2015
  • , Updated: 01 August 2015, 08:59 AM IST

ଭଦ୍ରକ:  ଭଦ୍ରକ ଜିଲ୍ଲାର ବନ୍ୟାପରିସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ବିକାଶ ଚନ୍ଦ୍ର ମହପାତ୍ର। ଆଜି ପୂର୍ବାହ୍ନରେ ବନ୍ୟା ସ୍ଥିତି ନେଇ ସ୍ୱାସ୍ଥ୍ୟ, ଜଳସେଚନ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକରୀଙ୍କ ସହ ଆଲୋଚନା କରିଛନ୍ତି। ବନ୍ୟାଞ୍ଚଳରେ ସୃଷ୍ଟି ହୋଇଥିବା ଘାଇ ଗୁଡ଼ିକର ମରାମତି ଏବଂ ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ ଦିଆଯାଉଛି। ଚାନ୍ଦବାଲି ଓ ଧାମନଗର ବ୍ଲକରେ ଅନେକ ଗାଁ ବୈତରଣୀ ନଦୀର ବନ୍ୟାଜଳ ଘେରରେ ରହିଛି। ବନ୍ୟା ଜଳରେ ବ୍ୟାପକ ଚାଷ ଜମି ବୁଡି ରହିଛି। ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତର ପାରଡ଼ିଆ ଗାଁର ଲୋକ ଗତ ୫ ଦିନ ହେବ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସେହିଭଳି ଧାମନଗର ବ୍ଲକ ରାଧାବଲ୍ଲଭ ପଞ୍ଚାୟତର ଷୋଳଗାଁ, କାଶିମ୍ପୁର, ତିହିଡି ବ୍ଲକର ଶ୍ୟାମସୁନ୍ଦରପୁର, ତଳଦୁମୁକା ଆଦି ଗାଁ ପାଣି ଘେରରେ ରହିଛି। ଫଳରେ ଲୋକଙ୍କୁ ନାହିଁନଥିବା ଅସୁବିଧା ଭୋଗିବାକୁ ପଡୁଛି।

 

Related story