ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଭୂତ ଖାଉଛି ଭତ୍ତା!

ଆସିକା (ମନୋଜ ମୁନୀ):  ଭତ୍ତା ଟଙ୍କା ପାଇବା ଲାଗି ଜୀବିତ ଲୋକଙ୍କୁ ବେଶ୍‌ ଧାଁଦୌଡ଼ କରିବାକୁ ପଡ଼ୁଛି। ଏ ଅଫିସ୍‌ରୁ ସେ ଅଫିସ୍‌ ଯିବାକୁ ହେଉଛି। ଏହି ଧାଁଦୌଡ଼ ମଧ୍ୟରେ ବହୁ ଲୋକଙ୍କ ମୃତ୍ୟୁ ହୋଇ ଯାଉଛି କିନ୍ତୁ ଜୀବିତାବସ୍ଥାରେ ଭତ୍ତା ପାଇପାରୁ ନାହାନ୍ତି। ହେଲେ ଅନେକ ଅଞ୍ଚଳରେ ମୃତବ୍ୟକ୍ତିଙ୍କ ନାମରେ ନିୟମିତ ଭତ୍ତା ଟଙ୍କା ଉଠିବା ବନ୍ଦ ହେଉନାହିଁ। ବର୍ଷ ବର୍ଷ ଧରି ଚାଲୁଥିବା ଏପରି ଅନିୟମିତତା ସମ୍ପର୍କରେ କେହି ଟେର୍‌ ପାଇପାରୁ ନାହାନ୍ତି। ଖୋଦ୍‌ […]

ganjam-2..

ganjam-2..

Niharika Rout
  • Published: Tuesday, 27 August 2019
  • Updated: 27 August 2019, 02:28 PM IST

Sports

Latest News

ଆସିକା (ମନୋଜ ମୁନୀ):  ଭତ୍ତା ଟଙ୍କା ପାଇବା ଲାଗି ଜୀବିତ ଲୋକଙ୍କୁ ବେଶ୍‌ ଧାଁଦୌଡ଼ କରିବାକୁ ପଡ଼ୁଛି। ଏ ଅଫିସ୍‌ରୁ ସେ ଅଫିସ୍‌ ଯିବାକୁ ହେଉଛି। ଏହି ଧାଁଦୌଡ଼ ମଧ୍ୟରେ ବହୁ ଲୋକଙ୍କ ମୃତ୍ୟୁ ହୋଇ ଯାଉଛି କିନ୍ତୁ ଜୀବିତାବସ୍ଥାରେ ଭତ୍ତା ପାଇପାରୁ ନାହାନ୍ତି। ହେଲେ ଅନେକ ଅଞ୍ଚଳରେ ମୃତବ୍ୟକ୍ତିଙ୍କ ନାମରେ ନିୟମିତ ଭତ୍ତା ଟଙ୍କା ଉଠିବା ବନ୍ଦ ହେଉନାହିଁ।

ବର୍ଷ ବର୍ଷ ଧରି ଚାଲୁଥିବା ଏପରି ଅନିୟମିତତା ସମ୍ପର୍କରେ କେହି ଟେର୍‌ ପାଇପାରୁ ନାହାନ୍ତି। ଖୋଦ୍‌ ମୃତକଙ୍କ ପରିବାର ଲୋକଙ୍କ ନିକଟରେ ମଧ୍ୟ ଏ ସମ୍ପର୍କରେ କିଛି ଖବର ନାହିଁ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମର ଆସିକା ବ୍ଲକ ଖଣ୍ଡଦେଉଳି ପଞ୍ଚାୟତରୁ ଆସିଛି ଏଭଳି ଅଭିଯୋଗ । ଖଣ୍ଡଦେଉଳି ପଞ୍ଚାୟତର ପ୍ରାୟ ୫-୭ଟି ଗାଁରେ ଏପରି ଭତ୍ତା ଲୁଟ୍‌ ଚାଲିଛି।  ଏପରି ଘଟଣା ଲୋକଲୋଚନକୁ ଆସିବା ପରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଯେଉଁଠି ଜୀବିତ ବୃଦ୍ଧବୃଦ୍ଧା ଭତ୍ତା ଟଙ୍କାକୁ ଅନାଇ ଆଖି ବୁଜୁଛନ୍ତି, ସେଠାରେ ମୃତକଙ୍କ ନାଁରେ ଟଙ୍କା ଉଠାଇ କିଏ ଖାଉଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଡିଓ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଧାୟିକା ଦାବି କରିଛନ୍ତି ।

ଗଞ୍ଜାମ ଜିଲ୍ଲା ଆସିକା ଖଣ୍ଡଦେଉଳି ଗାଁର ବାଉରୀବନ୍ଧୁ ପାତ୍ର ନାମକ ବ୍ୟକ୍ତିଙ୍କର ୨୦୧୬ ମସିହା ଡିସେମ୍ବର ୪ ତାରିଖରେ ମୃତ୍ୟୁ ହୋଇଥିଲା। ହେଲେ ଅଢେଇ ବର୍ଷରୁ ଊର୍ଦ୍ଧ୍ୱ ହେବ ତାଙ୍କ ନାଁରେ ପ୍ରତି ମାସରେ ଉଠୁଛି ଭତ୍ତା । ସେହିପରି ଉଦୟ ସ୍ୱାଇଁଙ୍କ ମୃତ୍ୟୁକୁ ୨ ବର୍ଷ ବିତି ଥିଲେ ବି ତାଙ୍କ ନାଁରେ ଭତ୍ତା ନିଆଯାଉଛି । ଏନେଇ ଜାଣିବା ପରେ ପରିବାର ଲୋକେ ଚକିତ ହୋଇପଡ଼ିଛନ୍ତି । କିଏ ନେଉଛି ଭତ୍ତା ଟଙ୍କା, ତାହାର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି । କେବଳ ବି. ବାଉରୀବନ୍ଧୁ କି ଉଦୟ ସ୍ୱାଇଁ ନୁହନ୍ତି, ଉମାଚରଣ ପଲାଇଙ୍କ ମାଆ ଓ ବିଜୟ କୁମାର ସ୍ୱାଇଁଙ୍କ ମୃତ ଭଉଣୀଙ୍କ ନାଁରେ ବି ଭତ୍ତା ଟଙ୍କା ଆତ୍ମସାତ୍ ହେଉଛି।

କିଛି ଦିନ ତଳେ ବ୍ଲକର ଦୁଇ ଜଣ ଅଧିକାରୀ ଗାଁରେ ତଦନ୍ତ କରିବା ପରେ ଘଟଣା ଜଣାପଡ଼ିଛି । ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ।

କେବଳ ଖଣ୍ଡଦେଉଳି ଗାଁ ନୁହେଁ, କର୍ଣ୍ଣୋଳୀ, ଗୌଡ଼ଗୋଠ, ନୂଆଗାଁ ଆଦି ଗାଁରେ ବହୁ ମୃତକଙ୍କ ନାଁରେ ଟଙ୍କା ଉଠାଣ ହୋଇଥିବା ଅଭିଯୋଗ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos