ତହସିଲଦାରଙ୍କ ସମେତ ୧୩ କର୍ମଚାରୀ କରୋନାରେ ଆକ୍ରାନ୍ତ

ଜଳେଶ୍ୱର(ଅଜିତ ଦାସ): ତହସିଲଦାର ଓ ତାଙ୍କ ଅଫିସ୍‌ର ୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିପାଇଁ ତହସିଲ ଅଫିସ୍‌କୁ ସିଲ୍‌ କରିଦିଆଯାଇଛି। ଏପରି ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲାରୁ। କରୋନାରେ ଆକ୍ରାନ୍ତ ତହସିଲ କର୍ମଚାରୀମାନେ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି। ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା କରୋନାରେ ଆକ୍ରାନ୍ତ ହୋଇଛି। ତାଙ୍କ ସହ ତହସିଲଦାର ୧୧ ଜଣ କର୍ମଚାରୀ କରନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ତହସିଲ ଅଫିସ୍‌ରେ ତାଲା ପକାଇ ସାନିଟାଇଜ୍‌ କରାଯାଇଛି। ସେପଟେ ତହସିଲ ପରିସରରେ ଥିବା […]

Bhograi Tahsildar

Manoranjan Sial
  • Published: Tuesday, 11 January 2022
  • , Updated: 11 January 2022, 08:36 PM IST

ଜଳେଶ୍ୱର(ଅଜିତ ଦାସ): ତହସିଲଦାର ଓ ତାଙ୍କ ଅଫିସ୍‌ର ୧୩ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯେଉଁଥିପାଇଁ ତହସିଲ ଅଫିସ୍‌କୁ ସିଲ୍‌ କରିଦିଆଯାଇଛି। ଏପରି ଚିତ୍ର ଆସିଛି ବାଲେଶ୍ୱର ଜିଲ୍ଲାରୁ। କରୋନାରେ ଆକ୍ରାନ୍ତ ତହସିଲ କର୍ମଚାରୀମାନେ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି।

ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା କରୋନାରେ ଆକ୍ରାନ୍ତ ହୋଇଛି। ତାଙ୍କ ସହ ତହସିଲଦାର ୧୧ ଜଣ କର୍ମଚାରୀ କରନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ତହସିଲ ଅଫିସ୍‌ରେ ତାଲା ପକାଇ ସାନିଟାଇଜ୍‌ କରାଯାଇଛି।

ସେପଟେ ତହସିଲ ପରିସରରେ ଥିବା ଭୋଗରାଇ ଗ୍ରାମ୍ୟ ନ୍ୟାୟାଳୟର ଦୁଇ  ଜଣ କର୍ମଚାରୀ କରୋନା ଜାଲରେ ପଡ଼ିଛନ୍ତି। ଏନେଇ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ୍‌ ଅଫିସର କମଳା କାନ୍ତ ଜେନା ସୂଚନା ଦେଇଛନ୍ତି। କରନା ଆକ୍ରାନ୍ତ।ମାନେ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷିଣ ନଜର ରଖାଯାଇଛି।

Related story