ଦାରୁଠେଙ୍ଗ ଡମ୍ପିଂୟାର୍ଡ ବିବାଦ: ୯ମାସ ସମୟ ନେଲେ ରାଜ୍ୟ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୨୦ଦିନ ହେବ ଦାରୁଠେଙ୍ଗ ଡମ୍ପିଂଆର୍ଡରେ ଅଳିଆ ଆବର୍ଜନା ପଡ଼ି ପାରୁନଥିବାରୁ ରାଜଧାନୀ ଭୁବନେଶ୍ୱରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ତେବେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗରେ ସମାଧାନର ବାଟ ବାହାରିଛି । ଦାରୁଠେଙ୍ଗ ବାସିନ୍ଦାଙ୍କ ଦାବିକୁ ସରକାର ଗ୍ରହଣ କରି ଆଗାମୀ ୯ମାସ ମଧ୍ୟରେ ଏସବୁର ପୂର୍ଣ୍ଣକାଳୀନ ସମାଧାନ ହେବ ଓ ସେ ପର୍ଯ୍ୟନ୍ତ ଅଳିଆ ସେହି ଡମ୍ପିଂୟାର୍ଡରେ ପଡ଼ିବ ବୋଲି ଜଣାପଡ଼ିଛି । ଆଜି ଲୋକସେବା ଭବନରେ […]

daruthenga

daruthenga

Ordigital Desk
  • Published: Tuesday, 30 August 2022
  • Updated: 30 August 2022, 10:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରାୟ ୨୦ଦିନ ହେବ ଦାରୁଠେଙ୍ଗ ଡମ୍ପିଂଆର୍ଡରେ ଅଳିଆ ଆବର୍ଜନା ପଡ଼ି ପାରୁନଥିବାରୁ ରାଜଧାନୀ ଭୁବନେଶ୍ୱରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି । ତେବେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସଙ୍ଗରେ ସମାଧାନର ବାଟ ବାହାରିଛି । ଦାରୁଠେଙ୍ଗ ବାସିନ୍ଦାଙ୍କ ଦାବିକୁ ସରକାର ଗ୍ରହଣ କରି ଆଗାମୀ ୯ମାସ ମଧ୍ୟରେ ଏସବୁର ପୂର୍ଣ୍ଣକାଳୀନ ସମାଧାନ ହେବ ଓ ସେ ପର୍ଯ୍ୟନ୍ତ ଅଳିଆ ସେହି ଡମ୍ପିଂୟାର୍ଡରେ ପଡ଼ିବ ବୋଲି ଜଣାପଡ଼ିଛି ।

ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ନେଇ ଚାଲିଥିବା ବିବାଦର ସମାଧାନ ବାହାରିଛି । ଦାରୁଠେଙ୍ଗ ଗ୍ରାମବାସୀଙ୍କର ସମସ୍ତ ଦାବିକୁ ସରକାର ଶୁଣିଛନ୍ତି ଓ ସେସବୁ ଖୁବଶୀଘ୍ର ସମାଧାନ କରାଯିବ । ତେବେ ସେମାନଙ୍କର ଅଭିଯୋଗର ସମାଧାନ ପାଇଁ ବିଏମସି ୯ମାସ ସମୟ ନେଇଛି । ଆମେ ଏହି ଅବଧି ପୂର୍ବରୁ ସେମାନଙ୍କର ଦାବିକୁ ପୂରଣ କରିବାକୁ ପଦକ୍ଷେପ ନେଉଛୁ ବୋଲି ଶ୍ରୀମତୀ ଉଷା ଦେବୀ କହିଛନ୍ତି ।

ସେହିପରି ବୈଠକରେ ସାମିଲ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସମାଧାନ ବାଟ ବାହାରିଛି । ବିଏମସି ଏବେ ଏକ ଡ୍ରାଫ୍ଟ ପ୍ରସ୍ତାବ ପ୍ରସ୍ତୁତ କରୁଛି । ଯାହାକି ଦାରୁଠେଙ୍ଗ ଗାଁ ଲୋକଙ୍କ ଦାବିକୁ ସମାଧାନ କରିବ । ପରେ ଲୋକଙ୍କ ସହ ସେସବୁ ପ୍ରସ୍ତାବ ଉପରେ ଆଲୋଚନା ହେବ ।
ସେହିପରି ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି ଯେ, ବୈଠକ ସଫଳ ହୋଇଛି ଓ ସୌହାର୍ଦ୍ଧ୍ୟମୂଳକ ପରିବେଶରେ ହୋଇଥିଲା । ସେହିପରି ବୈଠକରେ ଉପସ୍ଥିତ ଥିବା ଦାରୁଠେଙ୍ଗ ପଂଚାୟତର ସରପଂଚ ତପନ ଚକ୍ରବର୍ତ୍ତୀ କହିଛନ୍ତି ଯେ, ଆମର ଦାବି ପୂରଣ ହେବ ବୋଲି ବିଏମସି ଓ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ବାୟୋ ମାଇନିଂ ପ୍ରୋସେସରେ ଆବର୍ଜନାମୁକ୍ତ କରାଯିବ ଓ ଭୂଆଁସୁଣୀ ତା’ର ପୂର୍ବ ସ୍ଥିତିକୁ ଫେରିବ ।

ସୂଚନାଯୋଗ୍ୟ, ଅଗଷ୍ଟ ୧୨ ତାରିଖରେ ଦାରୁଠେଙ୍ଗ ଡମ୍ପିଂୟାର୍ଡ ନିକଟରେ ବିଏମସି ଅଳିଆ ବୋଝେଇ ଗାଡ଼ି ଧକ୍କାରେ ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକେ ଡମ୍ପିଂୟାର୍ଡ ଭିତରକୁ ଅଳିଆ ଟ୍ରକକୁ ଯିବାକୁ ଦେଇନଥିଲେ ଓ ସେବେଠୁ ବିଏମସି ଓ ଦାରୁଠେଙ୍ଗ ବାସିନ୍ଦାଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos