ଜନ୍ମରୁ ଦେଖିନଥିଲା, ଲକ୍‌ଡାଉନ୍‌ରେ ଦେଖିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ସୃଷ୍ଟି କରିଛି ନୂଆ ଅନୁଭୂତି। ଅନେକଙ୍କ ପାଇଁ ଭିନ୍ନ ଭିନ୍ନ ଅନୁଭୂତି ଆଣିଥିବା ଭୁବନେଶ୍ୱର ବିମାନବନ୍ଦର ଲକଡାଉନ୍‌ରେ ପାଇଛି ନୂଆ ଅନୁଭୂତି। ବିମାନ ବନ୍ଦରର କର୍ମଚାରୀ ପାଇଛନ୍ତି ପୃଥିବୀର ବିଭିନ୍ନ ଦେଶର ଭିନ୍ନଭିନ୍ନ ବିମାନ ସେବା ପ୍ରଦାନ କାରୀ ସଂସ୍ଥା ସହ କାମ କରିବାର ସୁଯୋଗ। ବିଶ୍ୱର ୧୬ଟି ଅଞ୍ଚଳରୁ ଆସିଥିବା ବିମାନକୁ ଏ ପର୍ଯ୍ୟନ୍ତ ସଠିକ ଭାବେ ପରିଚାଳନା କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ। ଦୁବାଇ, ଆବୁଧାବି, କଲମ୍ବୋ, ସିକାଗୋ, […]

Biju-pattnaik-airport

Manoranjan Sial
  • Published: Saturday, 25 July 2020
  • , Updated: 25 July 2020, 06:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ ସୃଷ୍ଟି କରିଛି ନୂଆ ଅନୁଭୂତି। ଅନେକଙ୍କ ପାଇଁ ଭିନ୍ନ ଭିନ୍ନ ଅନୁଭୂତି ଆଣିଥିବା ଭୁବନେଶ୍ୱର ବିମାନବନ୍ଦର ଲକଡାଉନ୍‌ରେ ପାଇଛି ନୂଆ ଅନୁଭୂତି। ବିମାନ ବନ୍ଦରର କର୍ମଚାରୀ ପାଇଛନ୍ତି ପୃଥିବୀର ବିଭିନ୍ନ ଦେଶର ଭିନ୍ନଭିନ୍ନ ବିମାନ ସେବା ପ୍ରଦାନ କାରୀ ସଂସ୍ଥା ସହ କାମ କରିବାର ସୁଯୋଗ।

ବିଶ୍ୱର ୧୬ଟି ଅଞ୍ଚଳରୁ ଆସିଥିବା ବିମାନକୁ ଏ ପର୍ଯ୍ୟନ୍ତ ସଠିକ ଭାବେ ପରିଚାଳନା କରିଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ। ଦୁବାଇ, ଆବୁଧାବି, କଲମ୍ବୋ, ସିକାଗୋ, ମସ୍କୋ, ମସ୍କାଟ, କୁଏତ, ସାରଜାହ, ମାଲଦୀପ୍‌, ଦୋହା, ବାହାରିନ, ରିୟାଦ, ୟୁକ୍ରେନ୍‌, କାଇରୋ, ଲଣ୍ଡନର ହିଥ୍ରୋ ବିମାନ ବନ୍ଦରରୁ ବିମାନ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିଛି। ପୂର୍ବରୁ କେବଳ ଏୟାର୍‌ ଇଣ୍ଡିଆ ଓ ଏୟାର୍‌ ଏସିଆ ବିମାନ କୁଆଲାଲୁମ୍ପୁର ଓ ବ୍ୟାଙ୍କକରୁ ଆତଯାତ କରୁଥିଲା।

ଲକ୍‌ଡାଉନ୍‌ ବେଳେ ଏୟାର୍‌ ଆରବିଆ, ଫ୍ଲାଏ ଦୁବାଇ, ସଲାମ ଏୟାର୍‌, ଜଜିରା ଏୟାର୍‌ୱେଜ୍‌, କୁଏତ ଏୟାର୍‌ୱେଜ୍‌ ଓ ଏତିହାଦ୍‌ ଭଳି ୯ଟି ବୃହତ କମ୍ପାନୀ ବିମାନ ଭୁବନେଶ୍ୱରରେ ଅବତରଣ କରିଛି। ଫଳରେ ଆଗାମୀ ଦିନରେ ବିଶ୍ୱର ଯେ କୌଣସି କୋଣ ଅନୁକୋଣରୁ ଆସିବାକୁ ଥିବା ବିମାନର ପରିଚାଳନା ପାଇଁ ଏମାନଙ୍କ ଆତ୍ମବିଶ୍ୱାସ ବଢିଛି ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ।

Related story