ଭୁବନେଶ୍ୱର: ଆକ୍ସିସ୍ ବ୍ୟାଙ୍କରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱରର ଖାରବେଳ ନଗରସ୍ଥିତ ମଲ୍ଲିକ କମ୍ପ୍ଲେକ୍ସରେ ଶୁକ୍ରବାର ସକାଳେ ଘଟିଛି ବଡ଼ଧରଣର ଅଗ୍ନିକାଣ୍ଡ। ଏହି କମର୍ସିଆଲ୍ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାରେ ଥିବା ଆକ୍ସିସ୍ ବ୍ୟାଙ୍କରେ ଘଟିଛି ଏହି ଅଗ୍ନିକାଣ୍ଡ। ଏହି ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କର ଚେକ୍ କ୍ଲିୟରାନ୍ସ ସେଣ୍ଟର ଭାବେ କାମ କରେ। ଆଜି ସକାଳେ କଂପ୍ଲେକ୍ସରୁ ନିଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ୩ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ ବ୍ୟାଙ୍କର […]

axis-fire

Rakesh Mallick
  • Published: Friday, 11 December 2015
  • , Updated: 11 December 2015, 05:15 AM IST

ଭୁବନେଶ୍ୱର: ଭୁବନେଶ୍ୱରର ଖାରବେଳ ନଗରସ୍ଥିତ ମଲ୍ଲିକ କମ୍ପ୍ଲେକ୍ସରେ ଶୁକ୍ରବାର ସକାଳେ ଘଟିଛି ବଡ଼ଧରଣର ଅଗ୍ନିକାଣ୍ଡ। ଏହି କମର୍ସିଆଲ୍ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାରେ ଥିବା ଆକ୍ସିସ୍ ବ୍ୟାଙ୍କରେ ଘଟିଛି ଏହି ଅଗ୍ନିକାଣ୍ଡ। ଏହି ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କର ଚେକ୍ କ୍ଲିୟରାନ୍ସ ସେଣ୍ଟର ଭାବେ କାମ କରେ। ଆଜି ସକାଳେ କଂପ୍ଲେକ୍ସରୁ ନିଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ। ୩ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏହି ଅଗ୍ନିକାଣ୍ଡରେ ବ୍ୟାଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର ଓ ଆସବାବପତ୍ର ପୋଡ଼ି ଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ତେବେ ବ୍ୟାଙ୍କରେ ଉପଯୁକ୍ତ ଫାୟାର ଫାଇଟିଂ ବ୍ୟବସ୍ଥା ନଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି।

Related story