ଟଣାଓଟରା କଲା ଡ୍ରାଇଭର, ହତ୍ୟାକରି ଫେରାର ହୋଇଗଲେ ପ୍ରେମୀଯୁଗଳ

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କାର୍‌ ଭିତରେ ଟଣାଓଟରା କରିବାରୁ ଲିଭ୍‌ ଇନ୍‌ ରିଲେସନ୍‌ସିପରେ ରହୁଥିବା ପ୍ରେମୀଯୁଗଳ ଚାଳକକୁ ମାରି ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ମର୍ଡ଼ର ୧୬ ଦିନରେ ପୂରା ଘଟଣା ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ କୋରାପୁଟ୍‌ ପୁଲିସ ପ୍ରେମୀ ଯୁଗଳଙ୍କୁ ଗିରଫ କରିଥିବା ବେଳେ ୩ଟି ମୋବାଇଲ୍‌ ଓ ଚୋରି କାର୍‌ ଜବତ କରିଛି। ପୂରା ଘଟଣା ଏମିତି। ଯାଜପୁର ଜିଲ୍ଲାର ଜଣେ ଯୁବକ ଓ ଯୁବତୀ ଭୁବନେଶ୍ୱର ନନ୍ଦନକାନନ ଅଞ୍ଚଳରେ ଲିଭ୍‌ ଆଣ୍ଡ […]

jajpur

jajpur

Manoranjan Sial
  • Published: Wednesday, 10 February 2021
  • Updated: 10 February 2021, 07:09 PM IST

Sports

Latest News

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କାର୍‌ ଭିତରେ ଟଣାଓଟରା କରିବାରୁ ଲିଭ୍‌ ଇନ୍‌ ରିଲେସନ୍‌ସିପରେ ରହୁଥିବା ପ୍ରେମୀଯୁଗଳ ଚାଳକକୁ ମାରି ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ମର୍ଡ଼ର ୧୬ ଦିନରେ ପୂରା ଘଟଣା ପର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ କୋରାପୁଟ୍‌ ପୁଲିସ ପ୍ରେମୀ ଯୁଗଳଙ୍କୁ ଗିରଫ କରିଥିବା ବେଳେ ୩ଟି ମୋବାଇଲ୍‌ ଓ ଚୋରି କାର୍‌ ଜବତ କରିଛି।

ପୂରା ଘଟଣା ଏମିତି। ଯାଜପୁର ଜିଲ୍ଲାର ଜଣେ ଯୁବକ ଓ ଯୁବତୀ ଭୁବନେଶ୍ୱର ନନ୍ଦନକାନନ ଅଞ୍ଚଳରେ ଲିଭ୍‌ ଆଣ୍ଡ ରିଲେସନ୍‌ ସିପ୍‌ରେ ରହୁଥିଲେ। ଗତ ୨୬ ତାରିଖରେ ସେମାନେ ଗୁପ୍ତେଶ୍ୱର ଯିବା ପାଇଁ ଭୁବନେଶ୍ୱରରରୁ ବାହାରିଲେ। ସେମାନେ ଏଠାରୁ ଏକ କାର୍‌ ଭଡ଼ାରେ ନେଇଥିଲେ।

୨୭ ତାରିଖରେ ସେମାନେ କୋରାପୁଟରେ ପହଞ୍ଚି ଗୁପ୍ତେଶ୍ୱର ଅଭିମୁଖେ ଯାଉଥିଲେ। ତେବେ ବୋରିଗୁମ୍ମା ଅଞ୍ଚଳରେ ଏକ ଢ଼ାବାରେ ଅଟକିଥିଲେ। ସେଠାରେ ସମସ୍ତେ ମଦ ପିଇଥିଲେ। ମଦ ପିଇବା ପରେ ଗାଡ଼ି ଚାଳକ ସୁଧୀର ସାହୁ କାର୍‌ ଚଳାଇବା ସ୍ଥିତିରେ ନଥିଲେ। ତେଣୁ ସୁଧୀରଙ୍କୁ କାର୍‌ରେ ବସାଇ ନିଜ ଗାଡ଼ି ଚଳାଇଥିଲେ ପ୍ରେମିକ।

କିଛି ରାସ୍ତା ଗଲା ପରେ ସୁଧୀର ନିଶାରୁ ଉଠି ଯୁବତୀଙ୍କୁ ଟଣାଓଟରା କରିଥିଲେ। ବାରମ୍ୱାର ବିରୋଧ ସତ୍ତ୍ୱେ ସେ ଶୁଣିନଥିଲେ। ଶେଷରେ କିଛି ଉପାୟ ନପାଇ ସୁଧୀରଙ୍କୁ ସେମାନେ ମାଡ଼ ମାରିଥିଲେ। ମାଡ଼ ମାରୁମାରୁ ସୁଧୀରଙ୍କ ମୃତ୍ୟୁ ହୋଇ ଯାଇଥିଲା। ପରେ ମୃତଦେହକୁ ଛତରଲା ରାସ୍ତା ପାର୍ଶ୍ୱରେ ଫିଙ୍ଗି ଦେଇଥିଲେ। ଏପରିକି ସୁଧୀରଙ୍କ ମୋବାଇଲ ମଧ୍ୟ ଫିଙ୍ଗି ଦେଇଥିଲେ। ସେମାନେ ଆଉ ଗୁପ୍ତେଶ୍ୱର ନଯାଇ ସୁଧୀରଙ୍କ କାର୍‌ ଧରି ଉତ୍ତରପ୍ରଦେଶ ପଳାଇ ଗଲେ। ସେଠାରେ କିଛି ଦିନ ରହିବା ପରେ ସେମାନେ ବିହାର ପଳାଇ ଯାଇଥିଲେ। ତା’ପରେ ସେମାନେ ଓଡ଼ିଶା ଫେରିଆସି ରାଉରକେଲାର ଏକ ହୋଟେଲ୍‌ରେ ରୁମ୍‌ ଭଡ଼ା ନେଇ ରହୁଥିଲେ।

୨୮ ତାରିଖ ସକାଳେ ରାସ୍ତା ପାର୍ଶ୍ୱରେ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ବୋରିଗୁମ୍ମା ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ସୁଧୀର ଘରକୁ ଫେରିନଥିବାରୁ ପରିବାର ଲୋକେ ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। କମିଶନରେଟ୍‌ ପୁଲିସଠାରୁ ଖବର ପାଇ ବୋରିଗୁମ୍ମା ପୁଲିସ ତଦନ୍ତ ପ୍ରକ୍ରିଆକୁ ଆଗକୁ ବଢାଇଥିଲା।

କାର୍‌ରେ ଉତ୍ତରପ୍ରଦେଶ ଯିବା ବେଳେ ଉଭୟ ଯୁବକ ଓ ଯୁବତୀ ରାୟଗଡ଼ାରେ ଏକ ହୋଟେଲ୍‌ରେ ରହିଥିଲେ। ସେଠାରେ ରହଣୀର ସିସିଟିଭି ଫୁଟେଜ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ର ତଥ୍ୟ ଆଧାରରେ ପୁଲିସ ସେମାନଙ୍କ ପିଛା କରିଥିଲେ। ଉଭୟ ରାଉରକେଲାରେ ଏକ ହୋଟେଲ୍‌ରେ ରହୁଥିବା ଜାଣିପାରି ପୁଲିସ ଚଢ଼ଉ କରି ସେମାନଙ୍କୁ ଗିରଫ କରିଥିଲା। ଏପରିକି ମୃତ ସୁଧୀରଙ୍କ କାର୍‌ ଓ ୩ଟି ମୋବାଇଲ୍‌ ଜବତ କରିଛି। ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଏସ୍‌ପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story