ଭଲ ପାଇ ନାମ ନେଲି; ଜେଲ୍‌ ଗଲି, ବରବାଦ ହେଲି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭଲ ପାଇ ନାମ ନେଲି। ଜେଲ୍‌ ଗଲି… ମୋ ଜୀବନ ବରବାଦ ହୋଇଗଲା। ପ୍ରେମିକା ମାଆଙ୍କ ଚକ୍ରାନ୍ତରେ ଫସି କମିଶନରେଟ୍‌ ପୁଲିସ୍‌ ହାତରେ ଧରା ପଡ଼ିବା ପରେ ଆଜି ପ୍ରେମିକ ପ୍ରବର ଏମିତି କହିଛନ୍ତି। ସେ ଆହୁରି କହିଛନ୍ତି, ଚକ୍ରାନ୍ତ କହି ମୋତେ ମୋ ଶାଶୂ ଫସାଇ ଦେଇଛି। ସେପଟେ ପ୍ରେମିକାଙ୍କ ମାଆ କହିଛନ୍ତି, ମୋ’ ଝିଅର ପ୍ରେମ କରିବା ବୟସ ହୋଇନି। ପ୍ରେମିକ ପ୍ରବର ବିକାଶ ବେହେରା ଭୁବନେଶ୍ୱର ଭିଏସ୍‌ଏସ୍‌ ନଗର ବଡ଼ […]

BBSR

BBSR

Manoranjan Sial
  • Published: Thursday, 11 August 2022
  • Updated: 11 August 2022, 10:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭଲ ପାଇ ନାମ ନେଲି। ଜେଲ୍‌ ଗଲି... ମୋ ଜୀବନ ବରବାଦ ହୋଇଗଲା। ପ୍ରେମିକା ମାଆଙ୍କ ଚକ୍ରାନ୍ତରେ ଫସି କମିଶନରେଟ୍‌ ପୁଲିସ୍‌ ହାତରେ ଧରା ପଡ଼ିବା ପରେ ଆଜି ପ୍ରେମିକ ପ୍ରବର ଏମିତି କହିଛନ୍ତି। ସେ ଆହୁରି କହିଛନ୍ତି, ଚକ୍ରାନ୍ତ କହି ମୋତେ ମୋ ଶାଶୂ ଫସାଇ ଦେଇଛି। ସେପଟେ ପ୍ରେମିକାଙ୍କ ମାଆ କହିଛନ୍ତି, ମୋ’ ଝିଅର ପ୍ରେମ କରିବା ବୟସ ହୋଇନି।

ପ୍ରେମିକ ପ୍ରବର ବିକାଶ ବେହେରା ଭୁବନେଶ୍ୱର ଭିଏସ୍‌ଏସ୍‌ ନଗର ବଡ଼ ଭାଇଙ୍କ ସହିତ ଭଡ଼ା ଘରେ ରୁହନ୍ତି। ସୋଶାଲ ମିଡିଆ ଫେସ୍‌ବୁକ୍‌ରେ ତାଙ୍କର ଯାଜପୁର ଜିଲ୍ଲାର ପଦ୍ମିନୀ(ଛଦ୍ମନାମ)ଙ୍କ ସହ ଚିହ୍ନା ହୋଇଥିଲା। ହାଏ ବାଏରୁ ଆରମ୍ଭ ହୋଇଥିଲା ଚାଟିଂ। ପରେ କଥାବାର୍ତ୍ତା, ତା’ପରେ ଆରମ୍ଭ ହୋଇଥିଲା ପ୍ରେମ। ଉଭୟ ପରସ୍ପରକୁ ଦେଖା କରିନଥିଲେ ମଧ୍ୟ ମନ ଦେଇ ଭଲ ପାଉଥିଲେ। ବିବାହ କରି ଘର ସଂସାର ଗଢ଼ିବାର ସ୍ୱପ୍ନ ମଧ୍ୟ ଦେଖୁଥିଲେ। ଏପରିକି ଉଭୟ ଫଟୋ ଦିଆନିଆ ଓ ଭିଡିଓ ଚାଟିଂ ମଧ୍ୟ କରିଥିଲେ। ବିକାଶ ଓ ପଦ୍ମିନୀଙ୍କ ଭଲ ପାଇବା ଦେଢ଼ ବର୍ଷରୁ ଅଧିକ ହେବ। ହେଲେ ଏଥିରେ ପ୍ରତିବନ୍ଧକ ସାଜିଥିଲେ ପ୍ରେମିକା ପଦ୍ମିନୀଙ୍କ ମାଆ। ସେ କିନ୍ତୁ ଏ ଭଲ ପାଇବାକୁ ସ୍ୱୀକୃତି ଦେଉନଥିବା ବିକାଶ ଅଭିଯୋଗ କରିଛନ୍ତି।

ପଦ୍ମିନୀଙ୍କୁ ଫୋନ୍‌ରେ କଥା ହେବାକୁ ଦେଉନଥିଲେ ତାଙ୍କ ମାଆ। ଯେଉଁଥିପାଇଁ ସେ(ପଦ୍ମିନୀ) ୪ରୁ ୫ ଦିନ ତଳେ ନିଜ ହାତ କାଟିଦେଇଥିବା ବିକାଶ ଅଭିଯୋଗ କରିଛନ୍ତି। ବୁଧବାର ରାତିରେ ହଠାତ୍‌ ପ୍ରେମିକାଙ୍କ ମାଆ, ବିକାଶଙ୍କ ପାଖକୁ ଫୋନ୍‌ କରିଥିଲେ। ଆଉ ଅଭଦ୍ର ଭାଷାରେ ଗାଳି ଦେଇଥିଲେ। ଯେଉଁଥିପାଇଁ ରାଗି ଯାଇଥିଲେ ବିକାଶ। ଆଉ ପାଖରେ ରଖିଥିବା ନିଜ ପ୍ରେମିକାଙ୍କ କିଛି ଫଟୋ ଓ ଭିଡିଓ ପଠାଇ ଦେଇଥିଲେ। ଏହା ଦେଖି ପଦ୍ମିନୀଙ୍କ ମାଆଙ୍କ ଅକଲ ଗୁଡୁମ୍‌ ହୋଇଯାଇଥିଲା। ପରେ ଫୋନ୍‌ କରି ଏହି ଫଟୋ ଓ ଭିଡିଓ କାହାକୁ ନଦେଖାଇବା ପାଇଁ ଅନୁରୋଧରି କରିଥିଲେ ବୋଲି ବିକାଶ କହିଛନ୍ତି।

ଆଜି ସକାଳେ ବିକାଶଙ୍କ ବାପା ଓ ମାଆଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ ପଦ୍ମିନୀଙ୍କ ମାଆ। ମୁଁ ମୋ ଝିଅକୁ ତମ ପୁଅ ସହିତ ବିବାହ କରିବାକୁ ଚାହୁଁଛି। ତେଣୁ ତାକୁ ତୁମେ ନେଇଯାଅ ବୋଲି ପଦ୍ମିନୀଙ୍କ ମାଆ କହିଥିବା ବିକାଶ କହିଛନ୍ତି। ଏକଥା ଶୁଣିବା ପରେ ବିକାଶ ଭଲ ପାଇବା ଦ୍ୱି’ ଗୁଣିତ ହୋଇଯାଇ ଥିଲା। ଆଉ ସଙ୍ଗେ ସଙ୍ଗେ ପଦ୍ମିନୀଙ୍କୁ ଦେଖା କରିବାକୁ ଧାଇଁ ଆସିଥିଲା। ଭଲ ପାଇବାର ଦେଢ଼ ପରେ ପ୍ରେମିକ ଓ ପ୍ରେମିକା ଦେଖା ହୋଇଥିଲେ। ହେଲେ ସେହି ଦେଖା ଥିଲା ସ୍ୱଳ୍ପ ସମୟର। ଉଭୟ ରାସ୍ତାରେ ଠିଆ ହୋଇ କଥାବାର୍ତ୍ତା ହେଉଥିବା ବେଳେ ପଦ୍ମିନୀଙ୍କ ପ୍ରରୋଚନାରେ ସ୍ଥାନୀୟ ଲୋକେ ଓ ନିକଟସ୍ଥ ସାଇବର ଥାନା ପୁଲିସ ତାଙ୍କୁ ଧରି ପକାଇଥିଲେ।

ବିକାଶ କହିଛନ୍ତି, ମୁଁ ସେ ଝିଅକୁ ଭଲ ପାଉଛି। ଏକଥା ତାଙ୍କ ପରିବାର ଲୋକେ ଜାଣିଛନ୍ତି। ମୁଁ ତାଙ୍କ ପରିବାର ଲୋକଙ୍କ ସହିତ ବହୁବାର କଥା ହୋଇଛି। ଆମ ଭଲ ପାଇବାରେ ସେମାନଙ୍କ ସହମତି ଥିଲା। କିନ୍ତୁ ତାଙ୍କ ମାଆ ରାଜି ହେଉନଥିଲେ। ତାଙ୍କ ମାଆ ଚକ୍ରାନ୍ତ କରି ଆଜି ମୋତେ ଫସାଇ ଦେଲେ। ଯାହାକୁ ଭଲ ପାଉଛି, ସେ ଏବେବି ରାଜି ଅଛି। ହେଲେ ସେ ତାଙ୍କ ମାଆଙ୍କ ଭୟରେ ଏବେ ମନା କରୁଛି। ମୁଁ ତାକୁ ଭଲ ପାଉଥିଲି। ତା’ ଫଟୋ କାହିଁକି ଭାଇରାଲ୍‌ କରିବି?”

ପ୍ରେମିକାଙ୍କ ମାଆ କହିଛନ୍ତି, ମୋ ଝିଆର ବୟସ ହୋଇନି ଭଲ ପାଇବା। ପ୍ରେମ ସମ୍ପର୍କରେ କିଛି ଜାଣିନି। ଆଉ ଯେତେବେଳେ ଜାଣିଲି, ସେତେବେଳେ ବିରୋଧ କରିଛି। ତାକୁ ଦେଢ଼ ବର୍ଷ ହେଲା ଖୋଜୁଥିଲି। ଆଜି ତାକୁ ସେଥିପାଇଁ ଡାକିଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos