୫୦୦ ଚୋରି କରିଥିବା ଚୋରର ମୋହ ଭଙ୍ଗ! କହିଲା-ଏ ଲାଇନ୍‌କୁ ଆଉ କେହି ଆସନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆଜିକା ସମାଜକୁ ସୁଚାଇବାକୁ ଚାହେଁ, ମୋ ଭଳିଆ ଏ ଲାଇନ୍‌କୁ ଆଉ କେହି ଆସନ୍ତୁ ନାହିଁ।” ଇଏ ଡାଇଲଗ୍‌ କେଉଁ ସାଧୁ ବା ସନ୍ନ୍ୟାସୀର ନୁହେଁ। ଦୀର୍ଘ ୩୫ ବର୍ଷ ଭିତରେ ୫୦୦ରୁ ଅଧିକ ଚୋରି କରିଥିବା ଜଣେ ଧ୍ରୁତ ଚୋରର ସଂଳାପ। ଆଜି ପୁଲିସ ହାତରେ ଧରାପଡ଼ିବା ପରେ ଚୋରି ସାମ୍ରାଜ୍ୟରୁ ସନ୍ନ୍ୟାସ ନେବାକୁ ଘୋଷଣା କରୁଛି। ଆଉ ଚୋରି ନକରିବାକୁ ସମସ୍ତଙ୍କୁ ଏପରି ଅପିଲ୍‌ କରୁଛି। ଇଏ ହେଉଛନ୍ତି ହେମନ୍ତ ଦାସ। […]

Hemant

Hemant

Manoranjan Sial
  • Published: Monday, 04 October 2021
  • Updated: 04 October 2021, 10:28 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): “ଆଜିକା ସମାଜକୁ ସୁଚାଇବାକୁ ଚାହେଁ, ମୋ ଭଳିଆ ଏ ଲାଇନ୍‌କୁ ଆଉ କେହି ଆସନ୍ତୁ ନାହିଁ।” ଇଏ ଡାଇଲଗ୍‌ କେଉଁ ସାଧୁ ବା ସନ୍ନ୍ୟାସୀର ନୁହେଁ। ଦୀର୍ଘ ୩୫ ବର୍ଷ ଭିତରେ ୫୦୦ରୁ ଅଧିକ ଚୋରି କରିଥିବା ଜଣେ ଧ୍ରୁତ ଚୋରର ସଂଳାପ। ଆଜି ପୁଲିସ ହାତରେ ଧରାପଡ଼ିବା ପରେ ଚୋରି ସାମ୍ରାଜ୍ୟରୁ ସନ୍ନ୍ୟାସ ନେବାକୁ ଘୋଷଣା କରୁଛି। ଆଉ ଚୋରି ନକରିବାକୁ ସମସ୍ତଙ୍କୁ ଏପରି ଅପିଲ୍‌ କରୁଛି।

ଇଏ ହେଉଛନ୍ତି ହେମନ୍ତ ଦାସ। ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳରେ ତାଙ୍କ ଘର। ବୟସ ପାଖାପାଖି ୬୦ ହେବ। ୮୦ ଦଶକରୁ ଚୋରି ବିଦ୍ୟାକୁ ଆପଣାଇ ନେଇଥିଲା ହେମନ୍ତ। ୧୯୮୬ ମସିହାରେ ଭୁବନେଶ୍ୱର ବିଜେବି କଲେଲରେ ଯୁକ୍ତ ତିନିରେ ପଢୁଥିବା ବେଳେ ଏକ ଗଣ୍ଡଗୋଳ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲା। ଜେଲରେ ବନ୍ଦୀ ଜୀବନ କାଟୁଥିବା ବେଳେ ଜଣେ ଦୁର୍ଦ୍ଦାନ୍ତ ଚୋରକୁ ସେ ଭେଟିଥିଲା। ଆଉ ତାଙ୍କୁ ଗୁରୁ ଭାବେ ଗ୍ରହଣ କରି ଚୋରି ବିଦ୍ୟା ଗ୍ରହଣ କରିଥିଲା। କେମିତି, କାହାକୁ ଓ କେତେବେଳେ କରାଯାଇପାରିବ ଟାର୍ଗେଟ? ଧରା ନପଡ଼ିବାର କଳା କୌଶଳ ସେହି ଚୋରଠାରୁ ହିଁ ଶିଖିଥିଲା ହେମନ୍ତ।

ପରବର୍ତ୍ତୀ ସମୟରେ ଜେଲରୁ ମୁକୁଳିବା ପରେ ହେମନ୍ତ ଚୋରି ବିଦ୍ୟାର କରିଥିଲା ପ୍ରୟୋଗ। ପ୍ରଥମେ ସେ ଅଳଙ୍କାର ଓ କେତେକ ସାମଗ୍ରୀ ଚୋରି କରିଥିଲା। ପରେ ପରେ ସେ ଟଙ୍କା ମୋହରେ ପଡ଼ିଗଲା। ନିଜର ଚୋରି ସାମ୍ରାଜ୍ୟରେ ସେ ଥିଲା ଏକା ଏକା ସମ୍ରାଟ୍‌। ଚୋରି ପାଇଁ କୌଣସି ଗ୍ୟାଙ୍ଗ କରିନଥିଲା। ସେ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତ ବର୍ଷରେ କରିଥିଲା ଚୋରି।

ଚୋରି ଅର୍ଥରେ ହେମନ୍ତ ଭୁବନେଶ୍ୱରରୁ ଜାମ୍ମୁ କାଶ୍ମୀର, ମୁମ୍ବାଇରୁ କୋଲକାତା, ଚେନ୍ନାଇରୁ ଗ୍ୟାଙ୍ଗଟକ ପର୍ଯ୍ୟନ୍ତ ଭ୍ରମଣ କରୁଥିଲା। କର୍ଲଗାର୍ଲ ପଛରେ ଉଡାଉଥିଲା। ବିଳାସପୂର୍ଣ୍ଣ ହୋଟେଲରେ ରହିବା ତା’ ନିଶା ଓ ଚୋରି କରିବା ତା’ପେଶା ଥିଲା। ସେ ଯେଉଁ ହୋଟେଲ୍‌ ରୁମ୍‌ରେ ରହୁଥିଲା, ତା’ପାଖ ରୁମ୍‌କୁ ଟାର୍ଗେଟ୍ କରୁଥିଲା। ସେଠାରୁ କୌଶଳକ୍ରମେ ଟଙ୍କା ଲୁଟି ତୁରନ୍ତ ଚମ୍ପଟ ମାରୁଥିଲା। ଇତିମଧ୍ୟରେ ଦେଶବ୍ୟାପୀ ସେ ୫୦୦ରୁ ଅଧିକ ଚୋରି ମାମଲା ଥିବା ବେଳେ ଭୁବନେଶ୍ୱରରେ ରହିଛି କେବଳ ୧୦୨ଟି। ଏହି ବିଳାସମୟ ଜୀବନ ଜୀଉଁଥିବା ଚୋରକୁ ଶେଷରେ ଆଜି ଚୋରି ଉଦ୍ୟମ ବେଳେ କଟକରୁ ଧରିଛି କମିଶନରେଟ୍‌ ପୁଲିସ।

ଜୀବନ କାଳ ଭିତରେ ୫୦୦ରୁ ଅଧିକ ଚୋରି କୋଟି କୋଟି ଟଙ୍କା ଉପାର୍ଜନ କରିଥିବା ହେମନ୍ତଙ୍କ ଆକାଉଣ୍ଟରେ ଏବେ ଅଛି ମାତ୍ର ୧୪୦୦ ଟଙ୍କା। ଏଣେ ଧରାପଡ଼ିବା ପରେ ଆଜିଠୁ ସନ୍ନ୍ୟାସ୍‌ ଘୋଷଣା କରିବା ସହ ନିଜ ଆତ୍ମକାହାଣୀ ବଖାଣିଛି ହେମନ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos