ରାଜରାସ୍ତାରେ ଶିକ୍ଷକ, ପୋଲିସ ସହ ଧସ୍ତାଧସ୍ତି

ଭୁବନେଶ୍ୱର: ବିଭିନ୍ନ ଦଫା ଦାବି ନେଇ ଆଜିଠାରୁ ପୁଣି ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ। ଲୋୟର ପିଏମ୍‌ଜିରେ ଶିକ୍ଷକମାନେ ଧାରଣା ଦେବା ବେଳେ ପୋଲିସ୍‌ ସହ ଧସ୍ତାଧସ୍ତି ହୋଇଥିବା ଜଣାପଡିଛି। ପୋଲିସ କିଛି ଶିକ୍ଷକଙ୍କୁ ଅଟକ ରଖିଥିବା ଜଣାପଡିଛି। ଗ୍ରେଡ ପେ ବୃଦ୍ଧି, ୧୦ ପ୍ରତିଶତ ଦରମା ବୃଦ୍ଧି ଆଦି ଦାବି ନେଇ ପ୍ରାୟ ୧୨,୦୦୦ ଶିକ୍ଷକ ପ୍ରଥମେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲେ। ସେଠାରୁ […]

teacher

Rakesh Mallick
  • Published: Tuesday, 21 March 2017
  • , Updated: 21 March 2017, 04:40 PM IST

ଭୁବନେଶ୍ୱର: ବିଭିନ୍ନ ଦଫା ଦାବି ନେଇ ଆଜିଠାରୁ ପୁଣି ରାଜରାସ୍ତାକୁ ଓହ୍ଲାଇଛି ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ। ଲୋୟର ପିଏମ୍‌ଜିରେ ଶିକ୍ଷକମାନେ ଧାରଣା ଦେବା ବେଳେ ପୋଲିସ୍‌ ସହ ଧସ୍ତାଧସ୍ତି ହୋଇଥିବା ଜଣାପଡିଛି। ପୋଲିସ କିଛି ଶିକ୍ଷକଙ୍କୁ ଅଟକ ରଖିଥିବା ଜଣାପଡିଛି।

ଗ୍ରେଡ ପେ ବୃଦ୍ଧି, ୧୦ ପ୍ରତିଶତ ଦରମା ବୃଦ୍ଧି ଆଦି ଦାବି ନେଇ ପ୍ରାୟ ୧୨,୦୦୦ ଶିକ୍ଷକ ପ୍ରଥମେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲେ। ସେଠାରୁ ଏକ ରାଲିରେ ଲୋୟର ପିଏମ୍‌ଜିକୁ ଆସି ଗଣଧାରଣା ଦେଇଥିଲେ। ଏହି ସମୟରେ ଶିକ୍ଷକମାନଙ୍କର ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା।

ଦାବି ପୂରଣ ନେଇ ବିଭିନ୍ନ ଶିକ୍ଷକ ସଂଗଠନ ରାଜରାସ୍ତାକୁ ଓହ୍ଲାଇବା ନିତିଦିନିଆ ଘଟଣାରେ ପରିଣତ ହୋଇଗଲାଣି। କୌଣସି ଶିକ୍ଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଲେ ସରକାର ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ପରବର୍ତ୍ତି କ୍ଷେତ୍ରରେ ସରକାର ଦେଉଥିବା ପ୍ରତିଶ୍ରୁତି ପାଳନ କରୁ ନ ଥିବା ଅଭିଯୋଗ କରି ପୁଣି ସେମାନେ ଆନ୍ଦୋଳନକୁ ଓହ୍ଲାଉ ଥିବା ଦେଖିବାକୁ ମିଳୁଛି।

Related story