ଭୂତ ପୁଲିସ କରିଥିଲେ କି ଗଣଦୁଷ୍କର୍ମ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ମୂଳ ରହସ୍ୟ କ’ଣ ? ଗତ ଦୁଇଦିନ ତଳେ ଓଟିଭିର ୨ କର୍ମଚାରୀ ଓ ୨ ସୁରକ୍ଷାକର୍ମୀଙ୍କୁ ଗିରଫ ପରଠୁ ଏଭଳି ଏକାଧିକ ପ୍ରଶ୍ନ ଛିଡ଼ା ହୋଇଥିବାବେଳେ ତଦନ୍ତର ଗତିକୁ ନେଇ ବି ନା ନା ପ୍ରଶ୍ନ ସାମ୍ନାକୁ ଆସିଛି । ଖାସ୍ କରି ଏ ମାମଲାରେ ଅଭିଯୁକ୍ତ ତିନି ପୁଲିସ କର୍ମଚାରୀଙ୍କୁ ତଦନ୍ତ ପରିସରକୁ ନଅଣାଯିବା, ପୁଣି ଗତମାସରେ ଡିଜିପିଙ୍କ ସତ୍ୟପାଠରେ ଅଭିଯୁକ୍ତ […]

rape victim

rape victim

Tapas Behera
  • Published: Wednesday, 16 December 2020
  • Updated: 16 December 2020, 07:48 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ମୂଳ ରହସ୍ୟ କ’ଣ ? ଗତ ଦୁଇଦିନ ତଳେ ଓଟିଭିର ୨ କର୍ମଚାରୀ ଓ ୨ ସୁରକ୍ଷାକର୍ମୀଙ୍କୁ ଗିରଫ ପରଠୁ ଏଭଳି ଏକାଧିକ ପ୍ରଶ୍ନ ଛିଡ଼ା ହୋଇଥିବାବେଳେ ତଦନ୍ତର ଗତିକୁ ନେଇ ବି ନା ନା ପ୍ରଶ୍ନ ସାମ୍ନାକୁ ଆସିଛି । ଖାସ୍ କରି ଏ ମାମଲାରେ ଅଭିଯୁକ୍ତ ତିନି ପୁଲିସ କର୍ମଚାରୀଙ୍କୁ ତଦନ୍ତ ପରିସରକୁ ନଅଣାଯିବା, ପୁଣି ଗତମାସରେ ଡିଜିପିଙ୍କ ସତ୍ୟପାଠରେ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ଏକପ୍ରକାର କ୍ଲିନଚିଟ୍ ଦିଆଯିବା ପ୍ରସଙ୍ଗକୁ ଭିନ୍ନ ମୋଡ଼ ଦେଇଛି । ଏହାପରେ ପ୍ରଶ୍ନ ଉଠୁଛି ପୁଲିସ କର୍ମଚାରୀ ୟୁନିଫର୍ମରେ ଆସି ତାଙ୍କ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗକାରିଣୀ ମା’କଣ ମିଥ୍ୟା ଅଭିଯୋଗ ଆଣିଥିଲେ, ନା ନିଜ ବିଭାଗର ହୋଇଥିବାରୁ ତିନି ପୁଲିସ କର୍ମଚାରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଫନ୍ଦି କରାଯାଇଛି।

ପୀଡ଼ିତାଙ୍କ ମା’ ଯେଉଁ ପୁଲିସ ଅଧିକାରୀ ସୁବାଷ ମିଶ୍ର ଓ ତାଙ୍କର ୨ ସହଯୋଗୀ ତାଙ୍କ ଝିଅଙ୍କୁ ଦୁଷର୍ମ କରିଥିବା କହିଥିଲେ, ସେମାନେ ଗଲେ କୁଆଡ଼େ ? କାହିଁକି ସେହି ଦିଗରେ ବଢୁନି କ୍ରାଇମବ୍ରାଞ୍ଚର ତଦନ୍ତ ? ବାସ୍ତବରେ ଯଦି ଏହି ମାମଲାରେ ପୁଲିସ ଅଧିକାରୀ ସୁବାଷ ମିଶ୍ର ଓ ତାଙ୍କ ୨ ସହଯୋଗୀଙ୍କ ସଂପୃକ୍ତି ନାହିଁ, ତେବେ କଣ ମିଛ ଅଭିଯୋଗ ଆଣିଥିଲେ କି ପୀଡ଼ିତାଙ୍କ ମା ? ଏବେ ଏଭଳି ନାନା ପ୍ରଶ୍ନ ଛିଡ଼ା ହୋଇଥିବାବେଳେ ଆଜି ହାଇକୋର୍ଟରେ ହାଜର ହୋଇ ପକ୍ଷ ରଖିଛନ୍ତି ନିଜେ ଏଡିଜି କ୍ରାଇମବ୍ରାଞ୍ଚ  । ଭିଡିଓ କନ୍‌ଫରେନ୍ସିଂରେ ସେ ହାଜର ହୋଇ ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଥିବାନେଇ ହାଇକୋର୍ଟଙ୍କୁ ଅବଗତ କରିଛନ୍ତି । ଆସନ୍ତା ଜାନୁଆରୀରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ନିଜର ନାବାଳିକା ଝିଅକୁ ଦୁଷ୍କର୍ମ ନେଇ ଅନେକ ଲୋକଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ସଂପୃକ୍ତ ମହିଳା । ଆଉ ଅଭିଯୋଗ ଆଧାରରେ ତଦନ୍ତର ଗତି ବି ବଢ଼ିବାରେ ଲାଗିଛି । ଗତ ଅଗଷ୍ଟ ୩୦ ତାରିଖରେ ମାମଲା ରୁଜୁ ପରେ ତଦନ୍ତ ପରଠୁ ଉଭୟ ମହିଳା ଥାନା ଏବଂ କ୍ରାଇମବ୍ରାଞ୍ଚକୁ ସବୁବେଳେ ସବୁ ପରିସ୍ଥିତିରେ ସହଯୋଗ କରି ଆସିଛନ୍ତି ଓଟିଭି କର୍ମଚାରୀ । କିନ୍ତୁ ଦୁର୍ଷ୍କମର କେଉଁ ତଥ୍ୟ ପ୍ରମାଣ ଆଧାରରେ ଓଟିଭି କର୍ମଚାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ତାକୁ ନେଇ ପ୍ରଶ୍ନ ଉଠିଛି । ଗତ ନଭେମ୍ବର ୧୮ ତାରିଖରେ ଡିଜିପି କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ।

ଯେଉଁଥିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ପୋଲିସ ଅଧିକାରୀ ସୁବାସ ମିଶ୍ରଙ୍କ ନାଁ ନେଇଥିଲେ ପୀଡ଼ିତା। କିନ୍ତୁ ସୁନ୍ଦରଗଡ଼ରେ ଡ୍ରିଲ୍ ସବ୍-ଇନ୍ସପେର ଭାବେ କାଯର୍ୟରତ ସୁବାସ ମିଶ୍ର ଅଭିଯୋଗ ହୋଇଥିବା ଅବଧିରେ କୌଣସି ଛୁଟି ନେଇନାହାନ୍ତି କିମ୍ବା ନିଜ କାଯର୍ୟରେ ଅନୁପସ୍ଥିତ ରହିନାହାଁନ୍ତି । ଏଠି ପୁଣି ପ୍ରଶ୍ନ, ତାହେଲେ ପୀଡ଼ିତା କିମ୍ବା ତାଙ୍କ ମା ମିଛରେ ସୁବାସ ମିଶ୍ରଙ୍କ ନାଁ ନେଇଛନ୍ତି କି ? ଯଦି ହଁ, ତେବେ ଓଟିଭିର ୨ କର୍ମଚାରୀ ଓ ୨ ସୁରକ୍ଷାକର୍ମୀଙ୍କ ନାଁ ଅଭିଯୁକ୍ତ ତାଲିକାରେ ସାମିଲ କରିବା ପଛରେ ବି କୌଣସି ଅଭିସନ୍ଧି ନାହିଁ ତ ?  ନା କୌଶଳକ୍ରମେ ଅଭିଯୁକ୍ତ ତିନି ପୋଲିସକୁ ଘଣ୍ଟ ଘୋଡ଼ାଉଛି କ୍ରାଇମବ୍ରାଞ୍ଚ ତାକୁ ନେଇ ଉଠିଛି ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos