ସରକାରୀ ପ୍ରାୟୋଜିତ ଗଣମାଧ୍ୟମକୁ ଛାଡ଼, ଓଟିଭିକୁ ଧର !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ? ମାମଲାରେ ଆସନ୍ତା ଅକ୍ଟୋବର ୧ ତାରିଖରେ ପୁଣି ମହିଳା କମିଶନରେ ହାଜର ପାଇଁ ଓଟିଭି ଏମ୍‌ଡିଙ୍କୁ ସମନ୍ ହୋଇଛି । ହେଲେ ଅଭିଯୁକ୍ତ ପୁଲିସକୁ ଜେରାର ଆବଶ୍ୟକତାକୁ ନେଇ ଉଠିଥିବା ପ୍ରଶ୍ନକୁ କିନ୍ତୁ କମିଶନ୍ ଅଧ୍ୟକ୍ଷା ଏଡ଼ାଇଯାଇଛନ୍ତି। ଏପଟେ କିନ୍ତୁ ଅଭିଯୋଗର ୨୨ ଦିନ ପରେ ବି ନିଜ ବିଭାଗର ଅଭିଯୁକ୍ତ ପୋଲିସକୁ  ଜେରା ତ ଦୂରର କଥା ଏଯାଏଁ […]

otv

Tapas Behera
  • Published: Tuesday, 22 September 2020
  • , Updated: 22 September 2020, 08:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନାବାଳିକା ନିର୍ଯାତନା ଅଭିଯୋଗ ମାମଲାରେ ବାଟବଣା ହେଉଛି କି ତଦନ୍ତ? ମାମଲାରେ ଆସନ୍ତା ଅକ୍ଟୋବର ୧ ତାରିଖରେ ପୁଣି ମହିଳା କମିଶନରେ ହାଜର ପାଇଁ ଓଟିଭି ଏମ୍‌ଡିଙ୍କୁ ସମନ୍ ହୋଇଛି । ହେଲେ ଅଭିଯୁକ୍ତ ପୁଲିସକୁ ଜେରାର ଆବଶ୍ୟକତାକୁ ନେଇ ଉଠିଥିବା ପ୍ରଶ୍ନକୁ କିନ୍ତୁ କମିଶନ୍ ଅଧ୍ୟକ୍ଷା ଏଡ଼ାଇଯାଇଛନ୍ତି। ଏପଟେ କିନ୍ତୁ ଅଭିଯୋଗର ୨୨ ଦିନ ପରେ ବି ନିଜ ବିଭାଗର ଅଭିଯୁକ୍ତ ପୋଲିସକୁ  ଜେରା ତ ଦୂରର କଥା ଏଯାଏଁ ଚିହ୍ନଟ ବି କରିପାରୁନି କମିଶନରେଟ୍ ପୁଲିସ । ଯାହାକୁ ନେଇ ବଡ଼ ପ୍ରଶ୍ନବାଚୀ ଠିଆ ହୋଇଛି। ଅନ୍ୟପଟେ ଅଭିଯୁକ୍ତ ୩ ପୁଲିସ କର୍ମଚାରୀ ଆଜି ବି ଧରା ହୋଇ ନାହାନ୍ତି, ଚିହ୍ନଟ ହୋଇନାହାନ୍ତି । ଏଠି ପ୍ରଶ୍ନ ଘଟଣାର ୨୨ ଦିନ ପରେ ବି ନିଜ ବିଭାଗର କର୍ମଚାରୀଙ୍କୁ କିଭଳି ଠାବ କରିପାରୁନି କମିଶନ୍ ପୁଲିସ ? ସେଭଳି କେହି ଅଛନ୍ତି ନା ଜାଣିଶୁଣି ଚିହ୍ନିବାକୁ ଚାହୁଁନି ପୁଲିସ?

ଏପରିକି କିଛି ଗଣମାଧ୍ୟମରେ ନାବାଳିକାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗଣଦୁଷ୍କର୍ମର କରିଥିବାର ପ୍ରକାଶ ପାଇଥିଲା ଅଭିଯୁକ୍ତ ଭିତରୁ ଜଣେ ପୋଲିସ୍ ବର୍ଦ୍ଦିରେ ଥିବା ଅଭିଯୋଗ ବି ହୋଇଥିଲା ହେଲେ ସେମାନେ କିଏ ? ବାସ୍ତବରେ ସେମାନେ ଅଛନ୍ତି ତ ? ଯଦି ହଁ ତେବେ ସେମାନଙ୍କୁ ଚିହ୍ନଟ ନକରି, ଜେରାପାଇଁ ନଡାକି କେବଳ ବାରମ୍ବାର ଓଟିଭିର ବରିଷ୍ଠ ସାମ୍ବାଦିକ ଓ କର୍ମଚାରୀଙ୍କ ପଛରେ କାହିଁକି ପଡ଼ିଛି ପୁଲିସ। ଏମିତିକି ଗତକାଲି ମଧ୍ୟ ଦ୍ୱିତୀୟ ଥର ପାଇଁ ଡାକି ଓଟିଭିର ଏଚ୍ଆରର୍ ହେଡ୍‌ଙ୍କୁ ୧୦ ଘଣ୍ଟାରୁ ଅଧିକ ସମୟ ଜେରା ପଛର କାରଣ କଣ?

ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତ ପୋଲିସ୍ ? ନା ୟା ପଛରେ କେବଳ ଓଟିଭି ଏବଂ ଏହାର କର୍ମଚାରୀଙ୍କୁ ହଇରାଣକରିବା ହିଁ ଏକମାତ୍ର ଉଦ୍ଦେଶ୍ୟ? କାହିଁକିନା ଓଟିଭିରେ ପ୍ରସାରିତ ଯେଉଁ ଅଡିଓ ରେକର୍ଡିଂକୁ ନେଇ ବାରମ୍ବାର ଓଟିଭି କର୍ମଚାରୀଙ୍କୁ ପଚାରାଉଚରା କରାଯାଉଛି, ସରକାରୀ ପ୍ରୋତ୍ସାହିତ ଚ୍ୟାନେଲ୍ ଗୁଡ଼ିକ ସେସବୁକୁ ବହୁ ଆଗରୁ ପ୍ରସାରିତ କରିଥିଲେ। ସେମାନଙ୍କୁ ଜେରା କରିବା ଦିଗରେ ପୁଲିସ ଆଗ୍ରହ ଦେଖାଉନି କାହିଁକି ? ତଦନ୍ତ ସହ ଜଡ଼ିତ ଅଧିକାରୀ ଓ ଓଟିଭି କର୍ମଚାରୀଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରୁ ଜଣାପଡୁଛି ଯେ କିଛି ପ୍ରଭାବଶାଳୀ ବ୍ୟକ୍ତି ମାମଲାକୁ ନେଇ ଚାପ ପକାଉଛନ୍ତି ୟା ଦ୍ୱାରା ବାସ୍ତବିକ ପୀଡ଼ିତାଙ୍କୁ ନ୍ୟାୟ ମିଳିବ ତ ?...

ଏପଟେ ମାମଲାରେ ଆଜି ପୁଣିଥରେ ମହିଳା କମିଶନଙ୍କ ନିକଟରେ ହାଜର ହେବା ପାଇଁ ଓଟିଭି ଏମ୍‌ଡିଙ୍କୁ ସମନ ହୋଇଛି ।। ଆସନ୍ତା ଅକ୍ଟୋବର ୧ ତାରିଖ, ଦିନ ୧୧ଟାରେ ଶୁଣାଣି ପାଇଁ ହାଜର ହେବାକୁ ସାନି ସମନ କରାଯାଇଥିବା ସୂଚନା ଦେଇଛନ୍ତି। ମହିଳା କମିଶନ୍ ଅଧ୍ୟକ୍ଷା ମୀନତି ବେହେରା ଗତକାଲି ମଧ୍ୟ ସେହି ଦିନ ୧୧ଟାରେ ହାଜର ପାଇଁ ସମନ ଥିଲା। ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ହାଜର ବି ହୋଇଥିଲେ ।

ହେଲେ ଅଧଘଣ୍ଟା ଧରି ଅପେକ୍ଷା ପରେ ମଧ୍ୟ ଶୁଣାଣି ସଂପର୍କରେ କମିଶନଙ୍କ ଅଫିସକୁ  କୌଣସି ସୂଚନା ନ ଆସିବାରୁ ଶେଷରେ ସମସ୍ତ ଡକ୍ୟୁମେଣ୍ଟ ଦେଇ ଫେରିଥିଲେ ଜଗି। ହେଲେ ଏଥର କିନ୍ତୁ ଡିସିପିଙ୍କ ଜରିଆରେ ହାଜର ପାଇଁ ଓଟିଭି ଏମ୍‌ଡିଙ୍କୁ ସମନ୍ ହୋଇଛି । କିନ୍ତୁ ମାମଲାରେ ଯେଉଁ ପୁଲିସ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଛି ସେମାନଙ୍କୁ ଡିସିପିଙ୍କ ମାଧ୍ୟମରେ ସମନ୍ କରାଯିବାର ଆବଶ୍ୟକତା ରହିଛି କି ନାହିଁ ବୋଲି  ପ୍ରଶ୍ନ ହେବାରୁ ସାମ୍ବାଦିକଙ୍କ ପ୍ରଶ୍ନକୁ କିନ୍ତୁ ଏଡ଼ାଇ ଯାଇଛନ୍ତି କମିଶନ୍ ଅଧ୍ୟକ୍ଷା।

ଅପରପକ୍ଷେ ଏହି ମାମଲାରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଭୁବନେଶ୍ୱର ଡିସିପି ୩ ସପ୍ତାହ ସମୟ ମାଗିଥିବା ସୂଚନା ଦେଇଛନ୍ତି ମହିଳା କମିଶନ୍ ଅଧ୍ୟକ୍ଷା। ହେଲେ ଏଫ୍ଆଇଆର୍ ଦାଖଲ ହେବା ପରଠୁ ଚାଲିଆସିଥିବା ପୂରା ପ୍ରକରଣରୁ ପୀଡ଼ିତାଙ୍କୁ ନ୍ୟାୟ ଦେବା ଅପେକ୍ଷା, ଉଦ୍ଦେଶ୍ୟମୂଳକ ଭାବେ ମାମଲାର ତଦନ୍ତ କେବଳ ଓଟିଭି ମୁହାଁ ହୋଇଥିବା ଦେଖିବାକୁ ମିଳିଛି ।

Related story