ନୂଆବର୍ଷରୁ ଭୁବନେଶ୍ୱର-ଗୌହ୍ୱାଟୀ ବିମାନ ସେବା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦୨୩ ନୂଆବର୍ଷରୁ ଭୁବନେଶ୍ୱର ଓ ଗୌହାଟୀ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବ । ଏନେଇ ଏୟାରଲାଇନ୍ସ ଦ୍ୱାରା ନିଜସ୍ୱ ୱେବସାଇଟରେ ସୂଚନା ଦିଆଯାଇଛି । ୨୦୨୦ ମାର୍ଚ୍ଚ ମାସରେ କୋଭିଡ୍ ମହାମାରୀଜନିତ ଲକଡାଉନ୍ ଯୋଗୁ ଭୁବନେଶ୍ୱର-ଗୌହ୍ୱାଟୀ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ୨୦୨୩ ଜାନୁୟାରୀ ୧ ତାରିଖରୁ ଭୁବନେଶ୍ୱର ଓ ଗୌହ୍ୱାଟୀ ସହର ମଧ୍ୟରେ ପ୍ରତ୍ୟେକ ରବିବାର, ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ଚଳାଚଳ […]

fly

fly

Ordigital Desk
  • Published: Friday, 28 October 2022
  • Updated: 28 October 2022, 10:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୦୨୩ ନୂଆବର୍ଷରୁ ଭୁବନେଶ୍ୱର ଓ ଗୌହାଟୀ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରିବ । ଏନେଇ ଏୟାରଲାଇନ୍ସ ଦ୍ୱାରା ନିଜସ୍ୱ ୱେବସାଇଟରେ ସୂଚନା ଦିଆଯାଇଛି । ୨୦୨୦ ମାର୍ଚ୍ଚ ମାସରେ କୋଭିଡ୍ ମହାମାରୀଜନିତ ଲକଡାଉନ୍ ଯୋଗୁ ଭୁବନେଶ୍ୱର-ଗୌହ୍ୱାଟୀ ବିମାନ ଚଳାଚଳ ବନ୍ଦ ହୋଇଯାଇଥିଲା ।

ମିଳିଥିବା ସୂଚନା ଅନୁସାରେ, ୨୦୨୩ ଜାନୁୟାରୀ ୧ ତାରିଖରୁ ଭୁବନେଶ୍ୱର ଓ ଗୌହ୍ୱାଟୀ ସହର ମଧ୍ୟରେ ପ୍ରତ୍ୟେକ ରବିବାର, ସୋମବାର, ବୁଧବାର ଓ ଶୁକ୍ରବାର ବିମାନ ଚଳାଚଳ କରିବ । ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଇଣ୍ଡିେଗୋ ୬ଇ ୬୯୭୧ ବିମାନ ଅପରାହ୍ନ ୨ଟା ୪୫ମିନିଟରେ ବାହାରି ଗୌହ୍ୱାଟୀରେ ଅପରାହ୍ନ ୪ଟା ୨୦ମିନିଟରେ ପହଂଚିବ । ସେହିପରି ଇଣ୍ଡିଗୋ ୬୫୭୪ ବିମାନ ଅପରାହ୍ନ ୪ଟା ୫୦ମିନିଟରେ ଗୌହ୍ୱାଟୀରୁ ବାହାରି ଭୁବନେଶ୍ୱରରେ ସନ୍ଧ୍ୟା ୬ଟା ୪୫ମିନିଟରେ ପହଂଚିବ ।

କେବଳ ଇଣ୍ଡିଗୋ ଏୟାରଲାଇନ୍ସ ନୁହେଁ ଏୟାର ଏସିଆ ମଧ୍ୟ ଅକ୍ଟୋବର ୩୦ରୁ ଭୁବନେଶ୍ୱର ଓ ଦିଲ୍ଲୀ ମଧ୍ୟରେ ୨ଟି ବିମାନ ଚଳାଚଳ କରିବ । ଏହାସହିତ ଭୁବନେଶ୍ୱର ଓ ବାଙ୍ଗାଲୋର ମଧ୍ୟରେ ବିମାନ ସଂଖ୍ୟାକୁ ମଧ୍ୟ ଏୟାରଏସିଆ ବୃଦ୍ଧି କରିବ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos