ଭୁବନେଶ୍ୱର-ଜୟପୁର ସିଧାସଳଖ ବିମାନ ସେବା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁର ସହରକୁ ସିଧାସଳଖ ବିମାନ ଚଳାଚଳ ସେବା ଆଜିଠୁ ଆରମ୍ଭ ହୋଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଭର୍ଚୁଆଲ ମୋଡରେ ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି। ଇଣ୍ଡିଗୋ ପକ୍ଷରୁ ଏହି ବିମାନ ଚଳାଚଳ ସେବା ଯୋଗାଇ ଦିଆଯିବ । ଏହି ବିମାନ ଚଳାଚଳ ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁଜିତ୍ […]

Indigo

Ordigital Desk
  • Published: Tuesday, 02 November 2021
  • , Updated: 02 November 2021, 09:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁର ସହରକୁ ସିଧାସଳଖ ବିମାନ ଚଳାଚଳ ସେବା ଆଜିଠୁ ଆରମ୍ଭ ହୋଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଭର୍ଚୁଆଲ ମୋଡରେ ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି। ଇଣ୍ଡିଗୋ ପକ୍ଷରୁ ଏହି ବିମାନ ଚଳାଚଳ ସେବା ଯୋଗାଇ ଦିଆଯିବ ।

ଏହି ବିମାନ ଚଳାଚଳ ଶୁଭାରମ୍ଭ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ମନ୍ତ୍ରୀ ଅଶୋକ ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ସୁଜିତ୍ କୁମାର, ସସ୍ମିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଏହି ମାର୍ଗରେ ବିମାନ ଚଳାଚଳ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସେପ୍ଟେମ୍ବର ୧୭ ତାରିଖରେ କେନ୍ଦ୍ର ମନ୍ତ୍ରୀ ସିନ୍ଧିଆଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ରାଜ୍ୟ ସରକାର ମଧ୍ୟ ଏହି ମାର୍ଗରେ ବିମାନ ଚଳାଚଳ ନିମନ୍ତେ ଦାବି ଜଣାଇଥିଲେ।

ରାଜ୍ୟ ସରକାର ଏହି ବିମାନ ଚଳାଚଳ ନିମନ୍ତେ ସବୁପ୍ରକାରର ସହାୟତା ଯୋଗାଇ ଦେବେ । ଏହି ମାର୍ଗରେ ବିମାନ ଚଳାଚଳ ନିମନ୍ତେ ଇଣ୍ଡିଗୋ କମ୍ପାନୀକୁ ପ୍ରତି ଗସ୍ତ(ଯିବାଆସିବା) ପିଛା ୭୫ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବେ । ସପ୍ତାହକୁ ୩ଦିନ ଏହି ମାର୍ଗରେ ବିମାନ ଚଳାଚଳ କରିବ । ଏହି ବିମାନ ଚାଲିବା ଦ୍ୱାରା ଦୁଇ ରାଜ୍ୟ ମଧ୍ୟରେ ପର୍ଯ୍ୟଟନ, ଶିଳ୍ପ, ବାଣିଜ୍ୟ ଓ ଧାର୍ମିକ ଗତିବିଧି ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

Related story