ଭୁବନେଶ୍ୱର: ଜମୁଛି ପୂଜା ପରିବେଶ, ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ନବରାତ୍ର କାର୍ଯ୍ୟକ୍ରମ

ଭୁବନେଶ୍ୱର: ଜଗତ ଜନନୀ ମା’ ଦୁର୍ଗାଙ୍କ ଆଜି ବିଲ୍ୱବରଣ । ଆଗକୁ ଦଶହରା। ରାଜଧାନୀ ଭୁବନେଶ୍ୱରରେ ଜମି ଆସିଲାଣି ପୂଜା ପରିବେଶ। ପୂଜା ପରିବେଶକୁ ଆହୁରି ରଙ୍ଗିନ କରିବାକୁ ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଛି ନବରାତ୍ରିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଗୁଜୁରାଟର ପାରମ୍ପରିକ ଦାଣ୍ଡିଆ ନୃତ୍ୟକୁ ନେଇ ଭୁବନେଶ୍ୱରର ଜନତା ମଇଦାନରେ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନବରାତ୍ରି ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଯୁବଗୋଷ୍ଠୀ ବେଶ ଉପଭୋଗ କରିଥିଲେ । କେବଳ ଯୁବକମାନେ ନୁହେଁ ମହିଳା […]

dandia

Rakesh Mallick
  • Published: Monday, 19 October 2015
  • , Updated: 19 October 2015, 04:43 AM IST

ଭୁବନେଶ୍ୱର: ଜଗତ ଜନନୀ ମା’ ଦୁର୍ଗାଙ୍କ ଆଜି ବିଲ୍ୱବରଣ । ଆଗକୁ ଦଶହରା। ରାଜଧାନୀ ଭୁବନେଶ୍ୱରରେ ଜମି ଆସିଲାଣି ପୂଜା ପରିବେଶ। ପୂଜା ପରିବେଶକୁ ଆହୁରି ରଙ୍ଗିନ କରିବାକୁ ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଛି ନବରାତ୍ରିର ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଗୁଜୁରାଟର ପାରମ୍ପରିକ ଦାଣ୍ଡିଆ ନୃତ୍ୟକୁ ନେଇ ଭୁବନେଶ୍ୱରର ଜନତା ମଇଦାନରେ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ନବରାତ୍ରି ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଯୁବଗୋଷ୍ଠୀ ବେଶ ଉପଭୋଗ କରିଥିଲେ । କେବଳ ଯୁବକମାନେ ନୁହେଁ ମହିଳା ଓ ବୟସ୍କ ଲୋକେ ମଧ୍ୟ ଦାଣ୍ଡିଆକୁ ଉପଭୋଗ କରିଛନ୍ତି। ଗୁଜୁରାଟର ପାରମ୍ପରିକ ନୃତ୍ୟ ହୋଇଥିଲେ ମଧ୍ୟ ଓଡିଶାର ଲୋକେ ଏଥିପ୍ରତି ଖୁବ ଆକର୍ଷିତ ହେବା ସହିତ ପାର୍ବଣର ମହକ ବେଶ ବାରି ହେଉଥିଲା।

Related story