ବାହାରେ ଖାଇଛ ଭିତରେ ଦିଅ!: ଜେଲ ଭିତରେ ଚିଟ୍‌ଫଣ୍ଡ ଦଲାଲଙ୍କୁ କିଏ ମାଗିଲା ଦାଦାବଟି?

ଭୁବନେଶ୍ୱର: ସ୍ୱସ୍ତିକ୍‌ ଚିଟ୍‌ଫଣ୍ଡ୍‌ ମାମଲାରେ ଫସିଥିବା ରଞ୍ଜନ ଦାସଙ୍କ ଉପରେ ଝରପଡ଼ା ଜେଲ୍‌ରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରଞ୍ଜନଙ୍କ ପତ୍ନୀ ମୋନାଲିସା ଜେଲ୍‌ ଆଇଜିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ମୋନାଲିସା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଗତ ମାସ ଜଟଣୀ ଅଞ୍ଚଳର ଜଣେ ଅଭିଯୁକ୍ତ ବିରଞ୍ଚି ନାୟକ ଜେଲରେ ରଞ୍ଜନଙ୍କୁ ଦାଦାବଟି ମାଗିଥିଲେ। ମାତ୍ର ରଞ୍ଜନ ଦାଦାବଟି ନଦେବାରୁ ବିରଞ୍ଚି ତାଙ୍କୁ ଗାଳି ଦେବା ସହ ଆକ୍ରମଣ କରିଥିଲେ। ଏପରିକି ହତ୍ୟା କରିବାକୁ […]

Ranjan-Das-750x430

Ranjan-Das-750x430

Rakesh Mallick
  • Published: Monday, 03 April 2017
  • Updated: 03 April 2017, 05:37 PM IST

Sports

Latest News

ଭୁବନେଶ୍ୱର: ସ୍ୱସ୍ତିକ୍‌ ଚିଟ୍‌ଫଣ୍ଡ୍‌ ମାମଲାରେ ଫସିଥିବା ରଞ୍ଜନ ଦାସଙ୍କ ଉପରେ ଝରପଡ଼ା ଜେଲ୍‌ରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ରଞ୍ଜନଙ୍କ ପତ୍ନୀ ମୋନାଲିସା ଜେଲ୍‌ ଆଇଜିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।

ମୋନାଲିସା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ଗତ ମାସ ଜଟଣୀ ଅଞ୍ଚଳର ଜଣେ ଅଭିଯୁକ୍ତ ବିରଞ୍ଚି ନାୟକ ଜେଲରେ ରଞ୍ଜନଙ୍କୁ ଦାଦାବଟି ମାଗିଥିଲେ। ମାତ୍ର ରଞ୍ଜନ ଦାଦାବଟି ନଦେବାରୁ ବିରଞ୍ଚି ତାଙ୍କୁ ଗାଳି ଦେବା ସହ ଆକ୍ରମଣ କରିଥିଲେ। ଏପରିକି ହତ୍ୟା କରିବାକୁ ବିରଞ୍ଚି ମଧ୍ୟ ଧମକ ଦେଇଥିଲେ। ଏନେଇ ରଞ୍ଜନ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମାତ୍ର ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ତେଣୁ ଜେଲ୍‌ରେ ରଞ୍ଜନଙ୍କୁ ଅଧିକ ସୁରକ୍ଷା ଯୋଗାଇଦେବାକୁ ମୋନାଲିସା ଦାବି କରିଛନ୍ତି।

ସେହିପରି ମୋନାଲିସା ସିବିଆଇ ସ୍ୱତନ୍ତ୍ର କୋର୍ଟଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଅବଗତ କରାଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos