ନବୀନ-ମମତା ଲଙ୍ଗଡା ଘୋଡ଼ା: ଏମାନଙ୍କ ପରି ଶହେ ମିଶିଲେ ବି ଗୋଟେ ପହିଲମାନକୁ ନିଅଣ୍ଟ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଏବଂ ମମତା ବାନାର୍ଜୀ ହେଉଛନ୍ତି ଲଙ୍ଗଡା ଘୋଡ଼ା। ଏପରି ଲଙ୍ଗଡା ୧୦୦ ମିଶିଲେ ବି ଜଣେ ପହିଲମାନକୁ ହରାଇ ପାରିବେ ନାହିଁ। ଆଜି ଏପରି ଶଦ୍ଦରେ ଉଭୟଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ମମତା ବାନାର୍ଜୀ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଦୁଇ ନେତା ମହାଗଠବନ୍ଧନ ନେଇ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ଜୁଏଲଙ୍କୁ ପଚରା ଯିବାରେ […]

jual oram

Rakesh Mallick
  • Published: Tuesday, 18 April 2017
  • , Updated: 18 April 2017, 09:12 PM IST

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଏବଂ ମମତା ବାନାର୍ଜୀ ହେଉଛନ୍ତି ଲଙ୍ଗଡା ଘୋଡ଼ା। ଏପରି ଲଙ୍ଗଡା ୧୦୦ ମିଶିଲେ ବି ଜଣେ ପହିଲମାନକୁ ହରାଇ ପାରିବେ ନାହିଁ। ଆଜି ଏପରି ଶଦ୍ଦରେ ଉଭୟଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

ମମତା ବାନାର୍ଜୀ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଦୁଇ ନେତା ମହାଗଠବନ୍ଧନ ନେଇ ଆଲୋଚନା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏନେଇ ଜୁଏଲଙ୍କୁ ପଚରା ଯିବାରେ ସେ ଏପରି କଟାକ୍ଷ କରିଛନ୍ତି।

ଜୁଏଲ କହିଛନ୍ତି,“ମମତା ବାନାର୍ଜୀ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଛନ୍ତି, ମୁଁ ତାଙ୍କୁ ସ୍ୱାଗତ କରୁଛି। ଉଭୟ (ନବୀନ-ମମତା) ସମ ଦୁଃଖରେ ଦୁଃଖି ଅଛନ୍ତି। ଉଭୟ ଚିଟ୍‌ଫଣ୍ଡରେ ଛନ୍ଦି ହୋଇଛନ୍ତି। ଏମାନେ ନିଜ ମନ୍ତ୍ରୀ, ନେତା ଓ ସିନେଷ୍ଟାରଙ୍କୁ ଦେଖାଇ ଲୋକଙ୍କୁ ଠକିଛନ୍ତି। ଲୋକଙ୍କ ଅଭିଶାପ ପଡ଼ିବ ଓ ଏମାନେ ଭୋଗିବେ।”

ସେ ଆହୁରି କହିଛନ୍ତି,“ଦୁଇ ରାଜ୍ୟରେ ବିଜେପି ଯେମିତି ଆଗକୁ ବଢିବ ନାହିଁ ସେ ଚେଷ୍ଟାରେ ଦୁଇ ନେତା ଅଛନ୍ତି। ଦିଲ୍ଲୀରେ ଭେଟ୍‌ଘାଟ ହେଲା। ଆଗକୁ ଓଡ଼ିଶାରେ ହେବ। ଏଥିରୁ ଲାଗୁଛି ବିଜେପିକୁ ରୋକିବାକୁ କିଛିଗୋଟେ ଗଠବନ୍ଧନ କରିବାକୁ ଚେଷ୍ଟା କରୁଛନ୍ତି। ଏଥିରେ ସେମାନେ ସଫଳ ହେବେ ନାହିଁ।”

ତେବେ ଜୁଏଲଙ୍କ ମନ୍ତବ୍ୟର ଉତ୍ତର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖିଛନ୍ତି। ସେ କହିଛନ୍ତି,“ଏପରି ଅଭିଯୋଗ ଭିତ୍ତିହୀନ। ମମତାଙ୍କ ସହ ଭେଟ ନେଇ କୌଣସି କାର୍ଯ୍ୟକ୍ରମ ସ୍ଥିର ହୋଇନାହିଁ।”

Related story