କଟକ-ଭୁବନେଶ୍ୱର ସହରରେ ଇନ୍ଧନ ଗ୍ୟାସ ପାଇପ୍‌ ଲାଇନ୍‌ ପ୍ରକଳ୍ପ ଉଦ୍‌ଘାଟିତ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା ଯୋଜନାରେ ପାଇପ୍‌ ଯୋଗେ ଘରକୁ ଇନ୍ଧନ ଗ୍ୟାସ ଯୋଗାଇ ଦିଆଯିବ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ୱର ସହରରେ ଏହି ସେବା ଉପଲବ୍ଧ ହେବ। ଆଜି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେବାକୁ ଉଦ୍‌ଘାଟନ କରିଛନ୍ତି। ସେ କହିଛନ୍ତି,“କଟକ ଓ ଭୁବନେଶ୍ୱର ସହରବାସୀ ପାଇପ୍‌ ମାଧ୍ୟମରେ ଇନ୍ଧନ ଗ୍ୟାସ ପାଇବେ। ପରବର୍ତ୍ତି ସମୟରେ ରାଉରକେଲା, ଝାରସୁଗୁଡ଼ା, ଯାଜପୁର, ସମ୍ୱଲପୁର, ଅନୁଗୋଳ, ତାଳଚେର, ଢେଙ୍କାନାଳ, ଧାମରା ଓ ଭଦ୍ରକ ବାସୀ ଏହି […]

Search Results

Search Results

Rakesh Mallick
  • Published: Saturday, 18 March 2017
  • Updated: 18 March 2017, 09:53 PM IST

Sports

Latest News

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା ଯୋଜନାରେ ପାଇପ୍‌ ଯୋଗେ ଘରକୁ ଇନ୍ଧନ ଗ୍ୟାସ ଯୋଗାଇ ଦିଆଯିବ। ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ କଟକ ଓ ଭୁବନେଶ୍ୱର ସହରରେ ଏହି ସେବା ଉପଲବ୍ଧ ହେବ। ଆଜି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ସେବାକୁ ଉଦ୍‌ଘାଟନ କରିଛନ୍ତି।

ସେ କହିଛନ୍ତି,“କଟକ ଓ ଭୁବନେଶ୍ୱର ସହରବାସୀ ପାଇପ୍‌ ମାଧ୍ୟମରେ ଇନ୍ଧନ ଗ୍ୟାସ ପାଇବେ। ପରବର୍ତ୍ତି ସମୟରେ ରାଉରକେଲା, ଝାରସୁଗୁଡ଼ା, ଯାଜପୁର, ସମ୍ୱଲପୁର, ଅନୁଗୋଳ, ତାଳଚେର, ଢେଙ୍କାନାଳ, ଧାମରା ଓ ଭଦ୍ରକ ବାସୀ ଏହି ସେବା ପାଇବେ।”

ଉଦ୍‌ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରସନ୍ନ ପାଟ୍ଟଶାଣୀ ଯୋଗଦେଇ ଥିଲେ। ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା ଯୋଜନାରେ ରାଜ୍ୟରେ ୫,୭୦୦ କୋଟିରୁ ଅଧିକ ପୁଞ୍ଜି ନିବେଶ କରାଯିବ।

ପାଇପ୍‌ ଲାଇନ୍‌ରେ ପାଣି ଭଳି ରୋଷେଇ ଗ୍ୟାସ ଘରେ ପହଞ୍ଚିବ। ଟ୍ୟାପ୍‌ ଖୋଲିଲେ ଗ୍ୟାସ ଉପଲବ୍ଧ ହେବ। କଟକ ଓ ଭୁବନେଶ୍ୱର ସହରରେ ୫ ଲକ୍ଷ ଘରେ ଇନ୍ଧନ ଗ୍ୟାସ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଉଭୟ ସହରରେ ୪୪ଟି ସିଏନ୍‌ଜି ଷ୍ଟେସନ୍‌ ସ୍ଥାପନ କରାଯାଇ ପ୍ରାୟ ଦେଢ଼ ଲକ୍ଷ ଯାନବାହାନକୁ ଇନ୍ଧନ ଯୋଗାଇ ଦିଆଯିବ।

ପ୍ରଧାନମନ୍ତ୍ରୀ ଉର୍ଜାଗଙ୍ଗା ଯୋଜନାରେ ଓଡ଼ିଶାରେ ୪୦୦୦ କୋଟି ଟଙ୍କା ପୁଞ୍ଜି ବିନିଯୋଗରେ ୭୬୨ କିମି ଲମ୍ୱ ପାଇପ ବିଛାଯିବ। ଏହି ପାଇପ୍‌ ରାଜ୍ୟର ୧୩ଟି ଜିଲ୍ଲା ଦେଇ ଯିବ। ସହରରେ ଗ୍ୟାସ ସେବା ବ୍ୟତୀତ ବିଭିନ୍ନ ପ୍ରକଳ୍ପକୁ ଏହି ପାଇପ୍‌ ଲାଇନ୍‌ରୁ ପ୍ରାକୃତିକ ଗ୍ୟାସ ଯୋଗାଇ ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos