ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଲକଡାଉନ ଯୋଗୁଁ ଦୁବାଇରେ ଫସି ରହିଥିବା ୨୧୬ ପ୍ରବାସୀ ଓଡ଼ିଆ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦୁବାଇର ଶାରଜାହା ବିମାନବନ୍ଦରରୁ ଏୟାର ଆରବିୟାନ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ପ୍ରବାସୀ। ଓଡ଼ିଆଙ୍କୁ ଧରି ଆସିଥିବା ଏହି ବିମାନର ଓଡ଼ଇା ପାଇଲଟ୍ ମଧୁସ୍ମିତା ପଟ୍ଟନାୟକ, ଯାତ୍ରା ଆରମ୍ଭ ପୂର୍ବରୁ ବିମାନ ଭିତରେ ଓଡ଼ିଆରେ ଘୋଷଣା କରିଥିଲେ । ରଜ ଅଭିନନ୍ଦନ ଜଣାଇବା ସହ କରୋନା ସୁରକ୍ଷା ନିୟମ ପାଳନ କରିବାକୁ ସେ କହିଥିଲେ। ଦୁବାଇରେ ରହୁଥିବା ଏହି ମହିଳା ପାଇଲଟ୍ ଭୁବନେଶ୍ୱରର ବାସିନ୍ଦା ଦୁବାଇର ଓଡ଼ିଆ ସମାଜର ଉଦ୍ୟମ ତଥା ବନ୍ଦେ ଭାରତ ମିଶନ୍ ଜରିଆରେ ଏହି ସ୍ୱତନ୍ତ୍ର ବିମାନଟି ଆସିଛି ।