ପଶ୍ଚିମ ଓଡ଼ିଶାରେ ଗଡ଼ିଲା ରାଜଧାନୀ ଏକ୍ସପ୍ରେସ୍

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଆଜିଠାରୁ ସମ୍ବଲପୁର-ଝାରସୁଗୁଡା-ରାଉରକେଲା ରୁଟରେ ଚାଲିଲା ରାଜଧାନୀ ଏକ୍ସପ୍ରେସ୍। ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଏବଂ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀର ରେଳ ଭବନରୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।  ଏହି ଅବସରରେ ଭୁବନେଶ୍ୱର ରେଳ ଷ୍ଟେସନରେ  ଏକ ଉତ୍ସବ ଆୟୋଜନ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା ପରେ ଭୁବନେଶ୍ୱରରୁ ରାଜଧାନୀ ଏକ୍ସପ୍ରେସ ଯାତ୍ରା ଆରମ୍ଭ କରିଛି।

ଏହି ଟ୍ରେନ ଚଳାଚଳ ଦ୍ୱାରା ପଶ୍ଚିମ ଓଡ଼ିଶାର ଯାତ୍ରୀମାନେ ବିଶେଷ ଉପକୃତ ହୋଇପାରିବେ। ଟ୍ରେନ୍ ପ୍ରତ୍ୟେକ ଶନିବାର ସକାଳ ୭ଟା ୧୦ରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ।