୯ ଜଣଙ୍କୁ ଦିଆଗଲା ସଂସ୍କୃତି ମିତ୍ର ସମ୍ମାନ

ଭୁବନେଶ୍ୱର: ଭୁବନେଶ୍ୱରର ନାଟ୍ୟ ସଂସ୍ଥା ପଞ୍ଚମବେଦ ନାଟ୍ୟନୁଷ୍ଠାନ ପକ୍ଷରୁ ସଂସ୍କୃତି ମିତ୍ର ସମ୍ମାନ ପ୍ରଦାନ କରାଯାଇଛି। ଓଡ଼ିଆ ଭାଷା ସାହିତ୍ୟ, ନାଟକ ଓ ସମାଜସେବା କ୍ଷେତ୍ରରେ ଅବଦାନ ଥିବା ଇତି ସାମନ୍ତ, ବିନୟଭୁଷଣ ପଟ୍ଟନାୟକଙ୍କ ସମେତ ୯ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।

ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ ସାମଲ ଯୋଗ ଦେଇ ସମ୍ମାନ ପ୍ରଦାନ କରିଥିଲେ। ଏହି ଅବସରରେ ଶଙ୍କର ତ୍ରିପାଠୀଙ୍କ ରଚିତ ହାସ୍ୟରସାତ୍ମକ ନାଟକ  ଠିଆ ପାଲା ପରିବେଷଣ ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।