ଭୁବନେଶ୍ୱର: ବିହାର ଭଳି ଓଡ଼ିଶାରେ ନିଶା ନିବାରଣ କରିବା ଦାବିରେ ବିଭିନ୍ନ ସଂଗଠନର ଧାରଣା

ଭୁବନେଶ୍ୱର: ବିହାର ଭଳି ଓଡ଼ିଶାରେ ନିଶା ନିବାରଣ କରିବା ଦାବିରେ ଶୁକ୍ରବାର ଲୋୟର ପିଏମଜିରେ ବିଭିନ୍ନ ସଂଗଠନ ପକ୍ଷରୁ ଗଣଧାରଣା ଦିଆଯାଇଛି। ବିଜେପି ମହିଳା ମୋର୍ଚ୍ଚା, କଂଗ୍ରେସ ଓ ଆମ ଆଦମୀ ପାର୍ଟି ପକ୍ଷରୁ ଧାରଣା ଦିଆଯାଇଛି । ମିଳିତ ଓଡିଶା ନିଶା ନିବାରଣ ଅଭିଯାନ, ମିଳିତ ମହାସଂଘ ଦାରିଙ୍ଗିବାଡି ଓ ସଚେତନ ନାଗରିକ କନ୍ଧମାଳ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି । ମୁଖ୍ୟତଃ ଅବକାରୀ ଆଇନ-୧୯୫୬ କାର୍ଯ୍ୟକାରୀ କରିବା ପାଇଁ ସେମାନେ ଦାବି କରିଛନ୍ତି। […]

nisha

Rakesh Mallick
  • Published: Friday, 04 December 2015
  • , Updated: 04 December 2015, 10:06 AM IST

ଭୁବନେଶ୍ୱର: ବିହାର ଭଳି ଓଡ଼ିଶାରେ ନିଶା ନିବାରଣ କରିବା ଦାବିରେ ଶୁକ୍ରବାର ଲୋୟର ପିଏମଜିରେ ବିଭିନ୍ନ ସଂଗଠନ ପକ୍ଷରୁ ଗଣଧାରଣା ଦିଆଯାଇଛି। ବିଜେପି ମହିଳା ମୋର୍ଚ୍ଚା, କଂଗ୍ରେସ ଓ ଆମ ଆଦମୀ ପାର୍ଟି ପକ୍ଷରୁ ଧାରଣା ଦିଆଯାଇଛି । ମିଳିତ ଓଡିଶା ନିଶା ନିବାରଣ ଅଭିଯାନ, ମିଳିତ ମହାସଂଘ ଦାରିଙ୍ଗିବାଡି ଓ ସଚେତନ ନାଗରିକ କନ୍ଧମାଳ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି । ମୁଖ୍ୟତଃ ଅବକାରୀ ଆଇନ-୧୯୫୬ କାର୍ଯ୍ୟକାରୀ କରିବା ପାଇଁ ସେମାନେ ଦାବି କରିଛନ୍ତି।

ଏନେଇ କଂଗ୍ରେସ ମୁଖପାତ୍ର ସୁଲୋଚନା ଦାସ କହିଛନ୍ତି ଯେ ମଦ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ମାନଦଣ୍ଡକୁ ପୂରା ଦୋହଲାଇ ଦେଲେଣି। ସରକାର ମଦରୁ ବର୍ଷକୁ ଅଢ଼େଇ ହଜାର କୋଟି ଟଙ୍କା ରାଜସ୍ୱ ପାଉଛନ୍ତି। ଏହି ଅଢ଼େଇ ହଜାର କୋଟି ଟଙ୍କାର ରାଜସ୍ୱ ସରକାର ଚାହିଁଲେ ଅନ୍ୟ ଉପାୟରେ ବି ଅର୍ଜନ କରି ପାରିବେ। ବିହାର ସରକାର ୪ ହଜାର କୋଟି ଟଙ୍କାର କ୍ଷତିକୁ ସହି ମଦକୁ ସଂପୂର୍ଣ୍ଣ ବ୍ୟାନ୍ କରିଛନ୍ତି। କିନ୍ତୁ ଓଡ଼ିଶା ସରକାର ଅଢ଼େଇ ହଜାର କୋଟି ପାଇଁ ୪ କୋଟି ପରିବାରକୁ ବିପଦ ମୁହଁକୁ ଠେଲି ଦେଉଛନ୍ତି। ମୂଳକଥା ହେଲା ନିଶା ନିବାରଣ ପାଇଁ ସରକାରଙ୍କର ମାନସିକତା ନାହିଁ।

ଅନ୍ୟପକ୍ଷରେ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ଯେ ମଦମୁକ୍ତ ଓଡ଼ିଶା ଏକ ବାସ୍ତବଧର୍ମୀ ଚିନ୍ତା ନୁହେଁ। ମଦ ବନ୍ଦ କରି ଦେଲେ ଚୋରା ମଦ କାରବାର ବଢ଼ିବ। ଚୋରାମଦ କାରବାର ସମାଜ ପାଇଁ ବିପଦ। ଚୋରାମଦ କାରବାର ବଢ଼ିଲେ ବିଷାକ୍ତ ମଦ କାରବାର ବି ବଢ଼ିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୁଜରାଟରେ ବହୁ ବର୍ଷରୁ ମଦକୁ ବ୍ୟାନଜ କରାଯାଇଛି। କିନ୍ତୁ ସେଠାରେ ଚୋରା ମଦ କାରବାର ହେଉଛି। ମଝିରେ ବିଷାକ୍ତ ମଦ ପିଇ ୨୦୦ ଲୋକ ମରିଥିଲେ। ତେଣୁ ସମାଜର ଚରିତ୍ରକୁ ଦେଖି ପଦକ୍ଷେପ ନିଆଯିବା ଉଚିତ୍। ସେ କହିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ମତ। ତେବେ ମୁଖ୍ୟମନ୍ତ୍ରୀ ଚାହିଁଲେ ମଦ ଉପରେ ସଂପୂର୍ଣ୍ଣ କଟକଣା ଜାରି କରିପାରିବେ ଯେମିତି ନୀତୀଶ କୁମାର ବିହାରରେ ବନ୍ଦ କରିଛନ୍ତି।

Related story