ବ୍ୟାଟ୍‌ ବଦଳରେ ବନ୍ଧୁକ

ଭୁବନେଶ୍ୱର: କ୍ରିକେଟ୍‌ ଖେଳ ବେଳେ ଗଣ୍ଡଗୋଳକୁ କେନ୍ଦ୍ରକରି ବନ୍ଧୁକରେ ଧମକ।  ଆଜି ଏଭଳି ଘଟଣା  ଦେଖିବାକୁ ମିଳିଛି ଭୁବନେଶ୍ୱର ବରମୁଣ୍ଡା ଅଂଚଳରେ।  ଶୁକ୍ରବାର ରେଣ୍ଟାଲ ଅଞ୍ଚଳରେ  କ୍ରିକେଟ ଖେଳକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା।  ତେବେ ଏହାର ବଦଲା ନେବା ପାଇଁ  ଆଜି ନୟାପଲ୍ଲୀ ଓ ରେଣ୍ଟାଲ ଅଞ୍ଚଳର କିଛି ପିଲା ବରମୁଣ୍ଡା ଅଞ୍ଚଳକୁ ଯାଇଥିଲେ। ନିର୍ଦ୍ଦିଷ୍ଟ କିଛି ଛାତ୍ରଙ୍କୁ ଧମକ ଚମକ ଦେବା ସହ ମାଡ଼ ମାରି ବନ୍ଧୁକ ଦେଖାଇଥିଲେ।  ଏହାକୁ କିଛି  ସ୍ଥାନୀୟ ଲୋକ ବିରୋଧ […]

cricket

Rakesh Mallick
  • Published: Saturday, 16 December 2017
  • , Updated: 16 December 2017, 08:32 PM IST

ଭୁବନେଶ୍ୱର: କ୍ରିକେଟ୍‌ ଖେଳ ବେଳେ ଗଣ୍ଡଗୋଳକୁ କେନ୍ଦ୍ରକରି ବନ୍ଧୁକରେ ଧମକ।  ଆଜି ଏଭଳି ଘଟଣା  ଦେଖିବାକୁ ମିଳିଛି ଭୁବନେଶ୍ୱର ବରମୁଣ୍ଡା ଅଂଚଳରେ।  ଶୁକ୍ରବାର ରେଣ୍ଟାଲ ଅଞ୍ଚଳରେ  କ୍ରିକେଟ ଖେଳକୁ କେନ୍ଦ୍ରକରି ଗଣ୍ଡଗୋଳ ହୋଇଥିଲା।  ତେବେ ଏହାର ବଦଲା ନେବା ପାଇଁ  ଆଜି ନୟାପଲ୍ଲୀ ଓ ରେଣ୍ଟାଲ ଅଞ୍ଚଳର କିଛି ପିଲା ବରମୁଣ୍ଡା ଅଞ୍ଚଳକୁ ଯାଇଥିଲେ। ନିର୍ଦ୍ଦିଷ୍ଟ କିଛି ଛାତ୍ରଙ୍କୁ ଧମକ ଚମକ ଦେବା ସହ ମାଡ଼ ମାରି ବନ୍ଧୁକ ଦେଖାଇଥିଲେ।  ଏହାକୁ କିଛି  ସ୍ଥାନୀୟ ଲୋକ ବିରୋଧ କରିବା ପରେ ବନ୍ଧୁକ ସମେତ ଗଣ୍ଡଗୋଳକାରୀଙ୍କୁ ଧରି ଥାନାରେ ଦେଇଥିଲେ।  ଏହି ଘଟଣାରେ ପୋଲିସ ୫ଜଣ ଛାତ୍ରଙ୍କୁ ଗିରଫ କରିଛି।  ସେମାନଙ୍କଠାରୁ ଏକ ମାଉଜର ଜବତ ହୋଇଛି।  ତେବେ ବନ୍ଧୁକ କେଉଁଠୁ ଆସିଲା ଏବଂ କିଏ ଦେଲା ସେନେଇ ପୋଲିସ୍ ଖୋଲତାଡ଼ ଆରମ୍ଭ କରିଛି।

Related story