ଭୁବନେଶ୍ୱର ସାଲିଆ ସାହିରୁ ଏଟିଏମ୍‌ ଲୁଟେରା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ ଆଜି କୁଖ୍ୟାତ ଏଟିଏମ୍‌ ଲୁଟେରା ମାଧବ ଆଚାର୍ଯ୍ୟକୁ ସାଲିଅ ସାହିରୁ ଗିରଫ କରିଛି। ୩୫ ହଜାର ଟଙ୍କା ଲୁଟ୍‌ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ମାଧବ ପ୍ରଥମେ ଏଟିଏମ୍‌କୁ ଅଚଳ କରି ଉପଭୋକ୍ତାଙ୍କ ପିନ୍‌ ନମ୍ୱର ଜାଣୁଥିଲା। ପରେ ଏଟିଏମ୍‌ରୁ ଟଙ୍କା ଉଠାଉଥିଲା। ବିଶେଷ କରି ସେ ବୟସ୍କ ଲୋକଙ୍କୁ ଟାର୍ଗେଟ କରୁଥିଲା। ସିସିଟିଭି ଫୁଟେଜକୁ ଆଧାର କରି ପୂର୍ବରୁ ଖଣ୍ଡଗିରି ପୋଲିସ୍‌ ତାଙ୍କୁ ଗିରଫ କରିଥିଲା। ତାଙ୍କ ନାମରେ ଲକ୍ଷ […]

atm

Rakesh Mallick
  • Published: Friday, 07 October 2016
  • , Updated: 07 October 2016, 09:14 PM IST

ଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ ଆଜି କୁଖ୍ୟାତ ଏଟିଏମ୍‌ ଲୁଟେରା ମାଧବ ଆଚାର୍ଯ୍ୟକୁ ସାଲିଅ ସାହିରୁ ଗିରଫ କରିଛି। ୩୫ ହଜାର ଟଙ୍କା ଲୁଟ୍‌ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

ମାଧବ ପ୍ରଥମେ ଏଟିଏମ୍‌କୁ ଅଚଳ କରି ଉପଭୋକ୍ତାଙ୍କ ପିନ୍‌ ନମ୍ୱର ଜାଣୁଥିଲା। ପରେ ଏଟିଏମ୍‌ରୁ ଟଙ୍କା ଉଠାଉଥିଲା। ବିଶେଷ କରି ସେ ବୟସ୍କ ଲୋକଙ୍କୁ ଟାର୍ଗେଟ କରୁଥିଲା।

ସିସିଟିଭି ଫୁଟେଜକୁ ଆଧାର କରି ପୂର୍ବରୁ ଖଣ୍ଡଗିରି ପୋଲିସ୍‌ ତାଙ୍କୁ ଗିରଫ କରିଥିଲା। ତାଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ବ୍ୟାଙ୍କ ବଲାନ୍ସ ଥିବା ଓ ଏକାଧିକ ବସ୍‌ କିଣିଥିବା ପୋଲିସ ଜାଣିବାକୁ ପାଇଥିଲା। ଜାମିନରେ ଆସିବା ପରେ ପୁଣି ଥରେ ସେ ନିଜର କାରବାର ଆରମ୍ଭ କରି ଦେଇଥିଲା।

Related story