Advertisment

ଆଉ ଡମ୍ପିଂୟାଡ୍ କରାଯିବନି, କାର୍ଯ୍ୟକ୍ଷମ ହେବ ୪୧ ଏମ୍‌ସିସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଡମ୍ପିଂୟାଡ୍ କରିବୁନି। ଭୁବନେଶ୍ୱରରୁ ବାହାରୁଥିବା ସବୁ ଅଳି ଭୁବନେଶ୍ୱରରେ ହିଁ ପ୍ରକ୍ରିୟାକରଣ କରାଯିବ। ଏନ୍‌ଜିଟି ନିର୍ଦ୍ଦେଶ ମୁତାବକ ଆବଶ୍ୟକ ଏମ୍‌ସିସି ଓ ଏମ୍‌ଆରଏଫ୍ କରି ଅଳିଆ ପ୍ରକ୍ରିୟାକରଣ କରାଯିବ। ଗଣମାଧ୍ୟମକୁ ଏହା କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ଦାରିଠେଙ୍ଗରେ ଅଳିଆ ପକାଇବା ବିବାଦ ହଟିବା ପରେ ସେ ଏହା ଆଜି କହିଛନ୍ତି। ସେପଟେ ବିବାଦ ତୁଟିବା ପରେ ଆଜି ଦାରୁଢେଙ୍ଗ ଡମ୍ପିଂୟାର୍ଡରେ ପଡ଼ିଛି ଭୁବନେଶ୍ୱର ଅଳିଆ। ଅଳିଆ ନେଇ ଟ୍ରକ୍‌ ଓ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଆଉ ଡମ୍ପିଂୟାଡ୍ କରାଯିବନି, କାର୍ଯ୍ୟକ୍ଷମ ହେବ ୪୧ ଏମ୍‌ସିସି

daruthenga

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଡମ୍ପିଂୟାଡ୍ କରିବୁନି। ଭୁବନେଶ୍ୱରରୁ ବାହାରୁଥିବା ସବୁ ଅଳି ଭୁବନେଶ୍ୱରରେ ହିଁ ପ୍ରକ୍ରିୟାକରଣ କରାଯିବ। ଏନ୍‌ଜିଟି ନିର୍ଦ୍ଦେଶ ମୁତାବକ ଆବଶ୍ୟକ ଏମ୍‌ସିସି ଓ ଏମ୍‌ଆରଏଫ୍ କରି ଅଳିଆ ପ୍ରକ୍ରିୟାକରଣ କରାଯିବ। ଗଣମାଧ୍ୟମକୁ ଏହା କହିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ଦାରିଠେଙ୍ଗରେ ଅଳିଆ ପକାଇବା ବିବାଦ ହଟିବା ପରେ ସେ ଏହା ଆଜି କହିଛନ୍ତି। ସେପଟେ ବିବାଦ ତୁଟିବା ପରେ ଆଜି ଦାରୁଢେଙ୍ଗ ଡମ୍ପିଂୟାର୍ଡରେ ପଡ଼ିଛି ଭୁବନେଶ୍ୱର ଅଳିଆ। ଅଳିଆ ନେଇ ଟ୍ରକ୍‌ ଓ ଅନ୍ୟ ଗାଡ଼ିଗୁଡ଼ିକ ଟିଟିଏସ୍‌ରୁ ଭୁଆଶୁଣି ଡମ୍ପିଂୟାର୍ଡକୁ ଯାଇଥିଲା। ଏବେ ଦୈନିକ ଦୁଇ ଶହ ଟ୍ରକ୍ ଅଳିଆ ଏଠି ପକାଯିବ। ପରବର୍ତ୍ତି ସମୟରେ ଏହି ସଂଖ୍ୟାକୁ କମାଯିବ। ଆସନ୍ତା ୯ ମାସ ମଧ୍ୟରେ ଏମସିସି ପ୍ଲାଣ୍ଟ କରିବା ସହ ସ୍ଥାୟୀ ପ୍ରତିକାର କରାଯିବ।

Advertisment

ଏନେଇ ମେୟର ଶ୍ରୀମତି ଦାସ ଆହୁରି କହିଛନ୍ତି, ଏବେ ୩୨ଟି ଏମ୍‌ସିସି ଓ ୧୪ ଏମ୍‌ଆରଏଫ୍‌ରେ ଭୁବନେଶ୍ୱରରୁ ବାହାରୁ ଥିବା ଅଳିଆ ପ୍ରକ୍ରିୟାକରଣ କରୁଛି। ଏବେ ଭୁବନେଶ୍ୱରରୁ ୫୦୦ ଟନ୍ କଠିନ ଓ ଓଦା ଅଳିଆ ବାହାରୁଛି। ୩୦୦ ମେଟ୍ରିକ୍ ଟନ୍ ଏମ୍‌ସିସି ଓ ଏମ୍‌ଆରଏଫ୍‌ରେ ପ୍ରକ୍ରିୟା କରଣ ହେଉଛି। ବାକି ୨୦୦ ମେଟ୍ରିକ୍ ଟନ ଅଳିଆ ପ୍ରକ୍ରିୟା କରଣ ନିମନ୍ତେ ଆବଶ୍ୟକ ଅଧିକ ଏମ୍‌ସିସି ଓ ଏମ୍‌ଆରଏଫ୍ ଶୀଘ୍ର କରାଯାଇ ଭୁବନେଶ୍ୱର ଅଳିଆ ଭୁବନେଶ୍ୱରରେ ହିଁ ପ୍ରକ୍ରିୟାକରଣ କରାଯିବ। ଆଉ କୌଣସି ଠାରେ ଡମ୍ପିଂୟାଡ୍ କରାଯିବନି। ଡମ୍ପିଂୟାଡ୍‌ରେ ପଡ଼ି ରହିଥିବା ଆବର୍ଜନାକୁ ବାୟୋମାଇନିଂ ଜରିଆରେ ନଷ୍ଟ କରାଯିବ।

ଏନେଇ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି, ଭୁବନେଶ୍ୱରରେ ମୋଟ ୪୧ଟି ଏମ୍‌ସିସି କରାଯିବାକୁ ଲକ୍ଷ୍ୟ ରହିଛି। ଯାହା ଭିତରୁ ୩୨ଟି କାର୍ଯ୍ୟକ୍ଷମ ଅଛି। ବାକିଗୁଡ଼ିକ ଖୁବ୍‌ଶୀଘ୍ର ସରିବ ଓ କାର୍ଯ୍ୟକ୍ଷମ ହେବ। ସେହିପରି ୪ଟି ମେଗା ଏମ୍‌ଆରଏଫ୍ କରିବାକୁ ମଧ୍ୟ ଜମି ଚିହ୍ନଟ ହୋଇସାରିଛି। ତେଣୁ ଏହା ଖୁବ୍ ଶୀଘ୍ର କରାଯିବ। ଫଳରେ ଭୁବନେଶ୍ୱର ଅଳିଆ ଭୁବନେଶ୍ୱରରେ ହିଁ ପ୍ରକ୍ରିୟା କରଣ ହେବ। ସେପଟେ ଦାରୁଠେଙ୍ଗକୁ ଏବେ ୨୦୦ ଟ୍ରକ୍‌ ଅଳିଆ ପକାଇବାକୁ ଛଡ଼ାଯିବ। ଯାହା ଆସନ୍ତା ମାସକୁ ୧୫୦କୁ ହ୍ରାସ କରାଯିବ। ଏଭଳି ଆସନ୍ତା ୯ ମାସ ଭିତରେ ଦାରୁଠେଙ୍ଗକୁ ଆବର୍ଜନା ପଠାଇବା ଟ୍ରକ୍‌ ସଂଖ୍ୟାକୁ ଶୂନ କରିଦିଆଯିବ।

Advertisment

ଏନେଇ ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ କହିଛନ୍ତି, ଦାରୁଠେଙ୍ଗକୁ ଅଳିଆ ନ ପଠାଇବାକୁ ଓ ଅଳିଆ ଗାଡ଼ି ଧକ୍କାରେ ମୃତ ବ୍ୟକ୍ତିଙ୍କର ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା। ସରକାର ଏହା ଉପରେ ପଦକ୍ଷେପ ନେବେ ବୋଲି କହିଛନ୍ତି।

ସୂଚନା ଥାଉକି, ଗତ ଦୁଇ ସପ୍ତାହ ଧରି ରାଜଧାନୀରୁ ଅଳିଆ ଉଠିବା ନେଇ ଦେଖାଦେଇଥିଲା ଅଚଳାବସ୍ଥା। ଦାରୁଠେଙ୍ଗରେ ଅଳିଆ ନପକାଇବାକୁ ସ୍ଥାନୀୟ ବାସିନ୍ଦା ବିରୋଧ କରିଆସୁଥିଲେ। ଏନେଇ ଗତକାଲି ନଗର ଉନ୍ନୟନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବିବାଦ ସମାଧାନ ହୋଇଥିଲା। ସରକାର ଆଗାମୀ ୯ ମାସ ଭିତରେ ଦାବି ପୂରଣ କରିବାକୁ ଦାରୁଠେଙ୍ଗବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଛି।