ଶୀତରେ ଗ୍ରୀଷ୍ମର ଅନୁଭୂତି, ଲୁଚି ଯିବକି ବସନ୍ତ!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତ ଖସୁ ଖସୁ ଫେରାର ହେଇଗଲାଣି ବସନ୍ତ। ଫେବ୍ରୁଆରୀ ଆରମ୍ଭରୁ ତାତିର ଅନୁଭୂତ ହେଲାଣି। ତାପମାତ୍ରା ୩୩ ଡିଗ୍ରୀକୁ ଡେଇଁଗଲାଣି। ଟିଟିଲାଗଡ଼ରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ପାରଦ ୩୩ ଡିଗ୍ରୀ ଟପିଯାଇଛି।

ସପ୍ତାହକ ତଳେ ଶୀତରେ ଥରୁଥିଲା ଓଡ଼ିଶା। ଲୋକେ ଘରୁ ବାହାରି ପାରୁନଥିଲେ। ସକାଳେ ନିଆଁ ପୁଇଁଥିଲେ। ନିଆଁ ଛାଡ଼ି ଯିବାକୁ ଜମାରୁ ମନ କହୁନଥିଲା। କିନ୍ତୁ ଆଜି ଏହି ଚିତ୍ର ଆଉ ଦେଖିବାକୁ ମିଳୁନି। ପୂର୍ବ ପରି ରାତିରେ ଆଉ ବେଶୀ ଶୀତ ଅନୁଭୂତି ହେଉନାହିଁ। ଦିନରେ ଚକ୍ ଚକ୍ ଖରା। ଦିନ ୧୨ଟା ପରେ ଚାଲିବା କଷ୍ଟକର ହେଉଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଫେବ୍ରୁଆରୀରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୨୮ରୁ ୩୦ ଡିଗ୍ରୀ ରହିବା କଥା। ହେଲେ ଫେବ୍ରୁଆରୀ ଆରମ୍ଭରୁ ରାଜ୍ୟର ତାପମାତ୍ରା ଠାଏ ଠାଏ ୩୩ ଡିଗ୍ରୀ ଡେଇଁ ଗଲାଣି। ଟିଟିଲାଗଡ଼ରେ ଆଜି ତାପମାତ୍ରା ୩୪ ଡିଗ୍ରୀ ଛୁଇଁଥିବା ବେଳେ ଭୁବନେଶ୍ୱରରେ ପାରଦ ୩୩.୩ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। କିଛି ଦିନ ତଳେ ଉତ୍ତର-ପଶ୍ଚିମ ଦିଗରୁ ବହୁଥିବା ପବନ ଏବେ ଦିଗ ବଦଳାଇ ଦକ୍ଷିଣ-ପଶ୍ଚିମ ଦିଗରୁ ବହୁଥିବାରୁ ତାପମାତ୍ରା ବଢ଼ିଚାଲିଛି। କାଲିଠାରୁ କୁହୁଡ଼ି ସାଙ୍ଗକୁ ଅଧିକ ଗରମ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Ordigital Desk
• Published: Friday, 02 February 2018
• Updated: 02 February 2018, 10:26 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶୀତ ଖସୁ ଖସୁ ଫେରାର ହେଇଗଲାଣି ବସନ୍ତ। ଫେବ୍ରୁଆରୀ ଆରମ୍ଭରୁ ତାତିର ଅନୁଭୂତ ହେଲାଣି। ତାପମାତ୍ରା ୩୩ ଡିଗ୍ରୀକୁ ଡେଇଁଗଲାଣି। ଟିଟିଲାଗଡ଼ରେ ଆଜି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ପାରଦ ୩୩ ଡିଗ୍ରୀ ଟପିଯାଇଛି।

ସପ୍ତାହକ ତଳେ ଶୀତରେ ଥରୁଥିଲା ଓଡ଼ିଶା। ଲୋକେ ଘରୁ ବାହାରି ପାରୁନଥିଲେ। ସକାଳେ ନିଆଁ ପୁଇଁଥିଲେ। ନିଆଁ ଛାଡ଼ି ଯିବାକୁ ଜମାରୁ ମନ କହୁନଥିଲା। କିନ୍ତୁ ଆଜି ଏହି ଚିତ୍ର ଆଉ ଦେଖିବାକୁ ମିଳୁନି। ପୂର୍ବ ପରି ରାତିରେ ଆଉ ବେଶୀ ଶୀତ ଅନୁଭୂତି ହେଉନାହିଁ। ଦିନରେ ଚକ୍ ଚକ୍ ଖରା। ଦିନ ୧୨ଟା ପରେ ଚାଲିବା କଷ୍ଟକର ହେଉଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଫେବ୍ରୁଆରୀରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୨୮ରୁ ୩୦ ଡିଗ୍ରୀ ରହିବା କଥା। ହେଲେ ଫେବ୍ରୁଆରୀ ଆରମ୍ଭରୁ ରାଜ୍ୟର ତାପମାତ୍ରା ଠାଏ ଠାଏ ୩୩ ଡିଗ୍ରୀ ଡେଇଁ ଗଲାଣି। ଟିଟିଲାଗଡ଼ରେ ଆଜି ତାପମାତ୍ରା ୩୪ ଡିଗ୍ରୀ ଛୁଇଁଥିବା ବେଳେ ଭୁବନେଶ୍ୱରରେ ପାରଦ ୩୩.୩ ଡିଗ୍ରୀ ଥିବା ରେକର୍ଡ କରାଯାଇଛି। କିଛି ଦିନ ତଳେ ଉତ୍ତର-ପଶ୍ଚିମ ଦିଗରୁ ବହୁଥିବା ପବନ ଏବେ ଦିଗ ବଦଳାଇ ଦକ୍ଷିଣ-ପଶ୍ଚିମ ଦିଗରୁ ବହୁଥିବାରୁ ତାପମାତ୍ରା ବଢ଼ିଚାଲିଛି। କାଲିଠାରୁ କୁହୁଡ଼ି ସାଙ୍ଗକୁ ଅଧିକ ଗରମ ଅନୁଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos