ଭୁବନେଶ୍ୱର ସହରରେ ନିର୍ମାଣ ହେବ ଦୁଇଟି ଫୁଟ୍‌ ଓଭରବ୍ରିଜ୍‌ ଓ ଗୋଟିଏ ଫ୍ଲାଇ ଓଭର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସହରରେ ୨ଟି ଫୁଟ୍‌ ଓଭରବ୍ରିଜ୍‌ ଓ ଗୋଟିଏ ଫ୍ଲାଇ ଓଭର ହେବ। ଏନେଇ ତାଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି। ସାଂସଦ ଷଡଙ୍ଗୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। କସମୋପଲିସ୍‌ ଛକରେ ଜାତୀୟ ରାଜପଥ ଉପରେ ହେବ ଫ୍ଲାଇଓଭର ବ୍ରିଜ୍‌। ଠିକ୍‌ ସେମିତି କ୍ରାଉନ୍‌ ହୋଟେଲ ଓ ସତସଙ୍ଗ ବିହାରଠାରେ ହେବ ଫୁଟ୍‌ ଓଭରବ୍ରିଜ୍‌। କ୍ୟାପିଟାଲ ରିଜିଅନ୍‌ ରିଂରୋଡ୍‌କୁ ମଧ୍ୟ କେନ୍ଦ୍ର ସରକାର ମଞ୍ଜୁରୀ […]

Aparajita Sarangi and Nitin Gadkari

Manoranjan Sial
  • Published: Wednesday, 06 April 2022
  • , Updated: 06 April 2022, 10:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସହରରେ ୨ଟି ଫୁଟ୍‌ ଓଭରବ୍ରିଜ୍‌ ଓ ଗୋଟିଏ ଫ୍ଲାଇ ଓଭର ହେବ। ଏନେଇ ତାଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି। ସାଂସଦ ଷଡଙ୍ଗୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।

କସମୋପଲିସ୍‌ ଛକରେ ଜାତୀୟ ରାଜପଥ ଉପରେ ହେବ ଫ୍ଲାଇଓଭର ବ୍ରିଜ୍‌। ଠିକ୍‌ ସେମିତି କ୍ରାଉନ୍‌ ହୋଟେଲ ଓ ସତସଙ୍ଗ ବିହାରଠାରେ ହେବ ଫୁଟ୍‌ ଓଭରବ୍ରିଜ୍‌। କ୍ୟାପିଟାଲ ରିଜିଅନ୍‌ ରିଂରୋଡ୍‌କୁ ମଧ୍ୟ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ଶ୍ରୀମତୀ ଷଡଙ୍ଗୀ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ରାମେଶ୍ୱରଠାରୁ କଟକ ଟାଙ୍ଗି ପର୍ଯ୍ୟନ୍ତ ହେବ ବାଇପାସ୍‌ ରୋଡ୍‌। କ୍ୟାପିଟାଲ ରିଜିଅନ୍‌ ରିଂରୋଡ୍‌ ପାଇଁ ଖର୍ଚ୍ଚ ହେବ ୫୭୪୪ କୋଟି ଟଙ୍କା।

https://twitter.com/AprajitaSarangi/status/1511627225464197120?s=20&t=fPEGh0iJzSpSWnzgNF9-oQ

ପୂର୍ବରୁ ଏସବୁ ପ୍ରକଳ୍ପ ନିର୍ମାଣ କରିବା ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ, କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ନିବେଦନ କରିଥିଲେ। ଆଉ ସାଂସଦ ଶ୍ରୀମତୀ ଷଡଙ୍ଗୀଙ୍କ ନିବେଦନକୁ ରକ୍ଷା କରି କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାଦ୍ୱାରା ରାଜଧାନୀବାସୀ ଉପକୃତ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Related story