ଭୁବନେଶ୍ୱର: ୟୁନିଫାଏଡ କମାଣ୍ଡ ବୈଠକରେ ମାଓ ମୁକାବିଲା ନେଇ ରଣନୀତି

ଭୁବନେଶ୍ୱର: ସଚିବାଳୟରେ ୟୁନିଫ।ଏଡ କମାଣ୍ଡ ବୈଠକରେ ଲାଲ କରିଡରରେ ଲାଲବାହିନୀର ମୁକାବିଲା ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ମଙ୍ଗଳବାର ରାଜ୍ୟ ଗୁଇନ୍ଦା ଶାଖା ଅଫିସରେ ବସିଥିବା ୟୁନିଫ।ଏଡ କମାଣ୍ଡ ବୈଠକରେ ମାଓ ମୁକାବିଲା ନେଇ ବିସ୍ତୃତ ଆଲୋଚନା ହୋଇଛି। ମୁଖ୍ୟଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକର ଫେ।କସରେ ଥିଲା ବିଛିନ୍ନାଞ୍ଚଳ, ଗୁରୁପ୍ରିୟା ସେତୁ ଓ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ। ମୁଖ୍ୟ ଶାସନ ସଚିବ ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ […]

unifid

unifid

Rakesh Mallick
  • Published: Tuesday, 15 September 2015
  • Updated: 15 September 2015, 02:02 PM IST

unifidଭୁବନେଶ୍ୱର: ସଚିବାଳୟରେ ୟୁନିଫ।ଏଡ କମାଣ୍ଡ ବୈଠକରେ ଲାଲ କରିଡରରେ ଲାଲବାହିନୀର ମୁକାବିଲା ପାଇଁ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ମଙ୍ଗଳବାର ରାଜ୍ୟ ଗୁଇନ୍ଦା ଶାଖା ଅଫିସରେ ବସିଥିବା ୟୁନିଫ।ଏଡ କମାଣ୍ଡ ବୈଠକରେ ମାଓ ମୁକାବିଲା ନେଇ ବିସ୍ତୃତ ଆଲୋଚନା ହୋଇଛି। ମୁଖ୍ୟଶାସନ ସଚିବ ଗୋକୁଳ ଚନ୍ଦ୍ର ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକର ଫେ।କସରେ ଥିଲା ବିଛିନ୍ନାଞ୍ଚଳ, ଗୁରୁପ୍ରିୟା ସେତୁ ଓ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ।

ମୁଖ୍ୟ ଶାସନ ସଚିବ ପତିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୋଲିସ ଡିଜି, ଗୃହ ସଚିବ, ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସିଆରପିଏଫ୍ ଓ ବିଏସଏଫ୍ ଆଇଜି ଉପସ୍ଥିତ ଥିଲେ । ଆଲୋଚନାର ଫେ।କସରେ ଥିଲା ବିଛିନ୍ନାଞ୍ଚଳ ଓ ଗୁରୁପ୍ରିୟା ସେତୁ। ମାଲକାନଗିରି ଜିଲ୍ଲାର ୧୫୨ ଗାଁ ବିଶିଷ୍ଟ ବିଛିନ୍ନାଞ୍ଚଳରେ କିଭଳି ଅପରେସନକୁ ଜୋରଦାର କରାଯିବ ସେ ନେଇ ଆଲୋଚନା ହୋଇଛି। ଏ ନେଇ କେନ୍ଦ୍ର ପାରାମିଲିଟାରୀ ଫେ।ର୍ସ ଓ ରାଜ୍ୟ ପୋଲିସ ମଧ୍ୟରେ ସମନ୍ୱୟ ଉପରେ ଗୁରୁତ୍ୱ ଦିଆଯାଇଛି। ସେହିଭଳି ଏହି ଅଞ୍ଚଳକୁ ସଂଯୋଗ କରିବା ପାଇଁ ଗୁରୁପ୍ରିୟା ସେତୁର ନିର୍ମାଣ କାମ ଆରମ୍ଭ ହୋଇଛି। ମାଓବାଦୀମାନେ ବିସ୍ଫୋରଣ କରି କାମରେ ବାଧା ସୃଷ୍ଟି କରିବା ପାଇଁ ଚେଷ୍ଟା କରିଛନ୍ତି। ତେବେ ସେତୁ ନିର୍ମାଣ ପାଇଁ କିଭଳି ସୁରକ୍ଷା ଯୋଗାଇ ଦିଆଯିବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଛି। ଏହାସହ ବୌଦ୍ଧ, ନୂଆପଡା, କନ୍ଧମାଳରେ କିଭଳି ମାଓ ଦମନ ଅଭିଯାନକୁ ଜୋରଦାର କରାଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା ମିଳିଛି। ଏହାଛଡା ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ ଉପରେ ବି ଗୁରୁତ୍ୱ ଦିଆଯାଇଥିଲା । ସେପଟେ ପୋଲିସ ଡିଜି ସଞ୍ଜୀବ ମାରିକ ନିଜ ପ୍ରତିକ୍ରିୟାରେ କହିଛନ୍ତି ରାଜ୍ୟରେ ମାଓ ସଂଗଠନ ଦୁର୍ବଳ ହେଉଛି ।

ଗତ କିଛିବର୍ଷ ମଧ୍ୟରେ ରାଜ୍ୟରେ ମାଓ ହିଂସା କମିଛି। ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ୨୦୧୪ରେ ରାଜ୍ୟରେ ୧୦୩ ମାଓ ହିଂସାରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିଲା । ଚଳିତବର୍ଷ ଅଗଷ୍ଟ ସୁଦ୍ଧା ୪୫ଟି ମାଓ ହିଂସାରେ ୯ ଜଣଙ୍କର ମୃତ୍ୟୁ ଘଟିଛି । ସେହିଭଳି ଚଳିତବର୍ଷ ଅଗଷ୍ଟ ସୁଦ୍ଧା ରାଜ୍ୟରେ ୩୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos