Advertisment

New BJP Team: ରାଜ୍ୟ ବିଜେପିର ନୂଆ ପଦାଧିକାରୀ ଘୋଷଣା; ଜାଣନ୍ତୁ, କେଉଁମାନଙ୍କୁ ନେଇ ଟିମ୍ ଗଠନ କଲେ ମନମୋହନ

୧୦ ଉପସଭାପତି, ୪ ସା. ସମ୍ପାଦକ, ୧୦ ସମ୍ପାଦକଙ୍କ ନାଁ ଘୋଷଣା। ଉପସଭାପତି ତାଲିକାରେ ଯତୀନ ମହାନ୍ତି, ଅଶୋକ ମିଶ୍ର, କୁସୁମ ଟେଟେ, ରମେଶ ଚନ୍ଦ୍ର ସାହୁ, କେ ନାରାୟଣ ରାଓ, ଶିବାଜୀ ମହାନ୍ତି, ଭବେନ୍ଦ୍ର ପଣ୍ଡା ଅଛନ୍ତି।

author-image
Jitendra Garnayak
Manmohan

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଗଠନ ହୋଇଛି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନୂଆ ଟିମ। ବିଭିନ୍ନ ପଦପଦବୀରେ ମୋଟ ୨୬ ଜଣଙ୍କୁ ଦିଆଯାଇଛି ନିଯୁକ୍ତି। ଦଳର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଆଜି ସେମାନଙ୍କ ନାଁ ଘୋଷଣା କରାଯାଇଛି।

Advertisment

୧୦ ଜଣଙ୍କୁ ଉପସଭାପତି କରାଯାଇଛି। ସେମାନେ ହେଉଛନ୍ତି- ଯତୀନ ମହାନ୍ତି (ଖୋର୍ଦ୍ଧା), ଅଶୋକ ମିଶ୍ର (ନୟାଗଡ଼), କୁସୁମ ଟେଟେ (ସୁନ୍ଦରଗଡ଼), ରମେଶ ଚନ୍ଦ୍ର ସାହୁ (ନବରଙ୍ଗପୁର), କେ ନାରାୟଣ ରାଓ (ଗଜପତି), ଶିବାଜୀ ମହାନ୍ତି (ବଲାଙ୍ଗିର), ଭବେନ୍ଦ୍ର ପଣ୍ଡା (କଳାହାଣ୍ଡି), ସିପ୍ରା ବାଜପେୟୀ (ବାଲେଶ୍ୱର), ସୁଦର୍ଶନ ଗୋୟଲ (ରାଉରକେଲା) ଓ ବିଷ୍ଣୁ ଦାସ (କେନ୍ଦ୍ରାପଡ଼ା)।

୪ ଜଣ ସାଧାରଣ ସମ୍ପାଦକ ହୋଇଛନ୍ତି। ସେମାନେ ହେଉଛନ୍ତି- ବିରଞ୍ଚି ତ୍ରିପାଠୀ (ପୁରୀ), ଶାରଦା ପ୍ରସାଦ ଶତପଥୀ (ଭୁବନେଶ୍ୱର), ସୀମାଞ୍ଚଳ ଖଟେଇ (ସମ୍ବଲପୁର) ଓ ପୂର୍ଣ୍ଣିମା ପ୍ରୀୟଦର୍ଶନୀ ନାୟକ (କୋରାପୁଟ)।

Advertisment

୧୦ ଜଣଙ୍କୁ ସମ୍ପାଦକ କରାଯାଇଛି। ସେମାନେ ହେଉଛନ୍ତି- ସରୋଜ କୁମାର କର (କଟକ), କାଳନ୍ଦୀ ସାମଲ (ଅନୁଗୋଳ), ସ୍ମୃତି ପଟ୍ଟନାୟକ (କଟକ), ପ୍ରୀତି ପ୍ରତିଭା ଭୋଳ (ପୁରୀ), ଭଗବାନ ମହାନ୍ତି (କନ୍ଧମାଳ), ପିଙ୍କି ପ୍ରଧାନ (ଭୁବନେଶ୍ୱର), ରାମଚନ୍ଦ୍ର ହାଂସଦା (ମୟୂରଭଞ୍ଜ-ପଶ୍ଚିମ), ମମତା ସିଂହ (କେନ୍ଦୁଝର), ପୃଥ୍ବୀରାଜ ମହାପାତ୍ର (ଘୁମୁସର- ଆସ୍କା) ଓ ସ୍ମିତା ପ୍ରଧାନ (ଜଗତସିଂହପୁର)।

ଭୁବନେଶ୍ୱରର ଅଜୟ ଅଗ୍ରୱାଲଙ୍କୁ କୋଷାଧ୍ୟକ୍ଷ ଓ ପୁରୀର ଦିବାକର ହରିଚନ୍ଦନଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ କରାଯାଇଛି।