Advertisment

ଫଳକରେ ବଞ୍ଚିଛି ଓଡ଼ିଶାର ଧନୀ ମଠର ମାହାତ୍ମ୍ୟ, ଐତିହ୍ୟ ସୁରକ୍ଷା ପ୍ରତି ସରକାର କେତେ ବିକଳ?

ପୁରୀ ରାମାନୁଜାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଏମାର ମଠର ଏହା ଏକ ଅଂଶ ବିଶେଷ । ଏବେ କିନ୍ତୁ ମଠର ତାର ଅସ୍ଥିତ୍ୱ ହରାଇବାକୁ ବସିଲାଣି ।

ଅଦ୍ୟତନ ହୋଇଛି
Emar Matha

Emar Matha

Advertisment

ଏମାର ମଠ । ଏହି ନାଁଟି ଶୁଣିବା ମାତ୍ରେ ପୁରୀ କଥା ମନକୁ ଆସେ । ଏକଦା ଏହା ଓଡ଼ିଶାର ସବୁଠାରୁ ଧନୀ ମଠ ଥିଲା। ନଅଙ୍କ ଦୁର୍ବିକ୍ଷ ସମୟରେ ଲୋକଙ୍କୁ ଖାଦ୍ୟ ବାଣ୍ଟି ଥିଲା। ମାତ୍ର କିଛି ବର୍ଷ ତଳେ ଏହି ମଠ ଭିତରୁ ରୁପା ଇଟା ବାହାରିବା ଚର୍ଚ୍ଚାକୁ ବଢ଼ାଇଥିଲା। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ରହିଛି ଏହି ମଠର ଏକ ବିଶାଳ ଶାଖା ମଠ। ଯାହା ମହାପ୍ରଭୁ ଲିଙ୍ଗରାଜ ମହାପ୍ରଭୁଙ୍କ ମନ୍ଦିରକୁ ଲାଗିଛି। ଏହି ବହୁ ପୁରାତନ ଏମାର ମଠ ଅବସ୍ଥା କିନ୍ତୁ ଅସମ୍ଭାଳ।

Advertisment

ପୁରୀ ରାମାନୁଜାଚାର୍ଯ୍ୟଙ୍କ ଦ୍ୱାରା ପ୍ରତିଷ୍ଠିତ ଏମାର ମଠର ଏହା ଏକ ଅଂଶ ବିଶେଷ । ଏବେ କିନ୍ତୁ ମଠର ତାର ଅସ୍ଥିତ୍ୱ ହରାଇବାକୁ ବସିଲାଣି । ମଠର ଚତୁଃପାର୍ଶ୍ୱ ବଣ ଜଙ୍ଗଲ ହୋଇ ଗଲାଣି। ଏପରିକି ମଠ ମହନ୍ତଙ୍କ ଘରଦ୍ୱାର ପ୍ରାୟତଃ ଭାଙ୍ଗିରୁଜି ଗଲାଣି। ପଥର କାନ୍ଥ ବି ଭୁଶୁଡିବା ସ୍ଥିତିରେ। ଖାଲି ସେତିକି ନୁହେଁ, ମନ୍ଦିର ଉଭୟ ଦ୍ୱାର ଦେଶରେ ଯେଉଁ ପଥର ଫାଟକ ଥିଲା, ତା ଉପରେ ଶଙ୍ଖ, ଚକ୍ର, ପଦ୍ମ ଓ ତ୍ରିଶୁଳ ଆକୃତିକୁ ସ୍ଥାପନ କରାଯାଇଥିଲା। ସେଗୁଡିକ ମଧ୍ୟ ଭଗ୍ନପ୍ରାୟ ଅବସ୍ଥାରେ। ମଠର ରକ୍ଷାଣବେକ୍ଷଣ ଦାୟିତ୍ୱ ନୟାଗଡ଼ର ଜଣେ ବାରିକ ପରିବାରକୁ ଦିଆଯାଇଥିଲା। ଯଦିଓ ସେହି ପରିବାର ଅଧୀନରେ ମଠ ଏବେବି ରହିଛି । କିନ୍ତୁ ଅର୍ଥାଭାବରୁ ସେମାନେ ବି ଏହି ଭଙ୍ଗାରୁଜା ଘରେ ମୁଣ୍ଡ ଗୁଞ୍ଜିଥିବା କହିଛନ୍ତି ମଠ ସେବାୟତ କୁନା ବାରିକ୍ ଓ ଲକ୍ଷ୍ମୀ ବାରିକ୍।

ମଠ ବାହାରେ ଏକ ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ଲଗାଇ ଏମାର ମଠର ବୋର୍ଡଟିଏ ଲଗାଇ ଦେଇଛନ୍ତି ସରକାର। କିନ୍ତୁ ମଠ ଭିତର ପୂରା ଫମ୍ପା।

Advertisment

ଗବେଷକଙ୍କ କହିବାନୁଯାୟୀ ପ୍ରାୟ ଅଷ୍ଟାଦଶ ଶତାବ୍ଦୀର ପୁରୀ ଏମାର ମଠର ଏକ ଶାଖା ଭାବେ ଏହି ମଠଟି ନିର୍ମାଣ କରାଯାଇଥିଲା। ୨ ଏକର ଜମି ଉପରେ ଗଢା ହୋଇଥିବା ଏହି ମଠର ଅନେକ ସମ୍ପତ୍ତି ବି ଥିଲା। କିନ୍ତୁ ଏବେ ସବୁ ପ୍ରାୟ ଜବରଦଖଲକାରୀଙ୍କ କବଜାରେ। ବିନ୍ଦୁସାଗର କୂଳରେ ମଠର ନିଜସ୍ୱ ତୁଠ ଅଛି। ଯେଉଁଠି ମହନ୍ତ ସ୍ନାନ କରି ମହାପ୍ରଭୁଙ୍କୁ ଦର୍ଶନ କରନ୍ତି।

ଆଜି ବି ମଠର ପଶ୍ଚିମ ଦ୍ୱାର ଖୋଲିଲେ ମହାପ୍ରଭୁ ଲିଙ୍ଗରାଜଙ୍କ ବାନା ପ୍ରତୀୟମାନ ହେଉଛି। ପୁରୀ ଏମାର ମଠରୁ ରୁପା ଇଟା ମିଳିବା ପରେ ଏହି ମଠର ଅନୁସନ୍ଧାନ କରିବା ସହ ରକ୍ଷାଣବେକ୍ଷଣ କରିବାକୁ ମଧ୍ୟ ଇନଟାକ୍ ପକ୍ଷରୁ ସରକାରଙ୍କୁ ନିବେଦନ କରାଯାଇଥିଲା। କିନ୍ତୁ ଇତିହାସର ମୁକସାକ୍ଷୀ ଥିବା ଧର୍ମୀୟ କେନ୍ଦ୍ରସ୍ଥଳୀ ଭାବେ ପରିଚିତ ପୁରୀ ଏମାର ମଠ ଯେମିତି ମାଟିରେ ମିଶିଗଲା, ଠିକ୍ ସେମିତି ଏକାମ୍ରକ୍ଷେତ୍ରର ଏହି ଏମାର ମଠ ବି ବିଲୀନ ହେବାକୁ ବସିଲାଣି ବୋଲି ଗବେଶଷକ ଅନୀଲ ଧୀର କହିଛନ୍ତି।

ରିପୋର୍ଟ- ଭୁବନେଶ୍ୱରରୁ ସ୍ୱାତୀ ଜେନା

Emar Matha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe