ଭୁବନେଶ୍ୱର ବିମାନବନ୍ଦର ପର୍ଯ୍ୟଟକଙ୍କ ପାଇଁ ଏକ ସପ୍ତାହ ବନ୍ଦ

ଭୁବନେଶ୍ୱର: ପଞ୍ଜାବର ପଠାନକୋଟ ବାୟୁସେନା ଘାଟି ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭୁବନେଶ୍ୱର ବିମାନ ବନ୍ଦରରେ ହାଇଆଲର୍ଟ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋଟିଏ ସପ୍ତାହ ପାଇଁ ବିମାନବନ୍ଦରକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରିଦିଆଯାଇଛି। ଭାରତୀୟ ବିମାନ ଚଳାଚଳ ପ୍ରାଧୀକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ଏକ ସପ୍ତାହ ପାଇଁ ବିମାନବନ୍ଦରକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଛି। ସୋମବାର ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଶରଦ କୁମାର। ଏହସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ […]

BIJU-PATNAIK-AIRPORT

Rakesh Mallick
  • Published: Monday, 04 January 2016
  • , Updated: 05 January 2016, 06:17 AM IST

ଭୁବନେଶ୍ୱର: ପଞ୍ଜାବର ପଠାନକୋଟ ବାୟୁସେନା ଘାଟି ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭୁବନେଶ୍ୱର ବିମାନ ବନ୍ଦରରେ ହାଇଆଲର୍ଟ କରାଯାଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଗୋଟିଏ ସପ୍ତାହ ପାଇଁ ବିମାନବନ୍ଦରକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରିଦିଆଯାଇଛି। ଭାରତୀୟ ବିମାନ ଚଳାଚଳ ପ୍ରାଧୀକରଣ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିବା ପରେ ଏକ ସପ୍ତାହ ପାଇଁ ବିମାନବନ୍ଦରକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଛି। ସୋମବାର ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଶରଦ କୁମାର। ଏହସହ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଅପ୍ରୀତିକର ପରିସ୍ଥିତିକୁ ଏଡେଇବା ପାଇଁ ସିଆଇଏସଏଫ୍ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଛି।

ଅନ୍ୟପକ୍ଷରେ ପୋଲିସ କମିଶନର ଆରପି ସିଂହ କହିଛନ୍ତି ଯେ, ପଠାନକୋଟ ଘଟଣା ପରେ ରାଜଧାନୀରେ ହାଇଆଲର୍ଟ ଜାରି କରାଯାଇଛି। ଏହାସହ ବିମାନ ଚଳାଚଳ କରୁଥିବା ଅଞ୍ଚଳ ପରେ ଦୃଷ୍ଟି ରଖାଯାଇଛି।

Related story