ବିମାନ ଚଳାଚଳ ସଂସ୍ଥା ପାଖରେ ବିମାନ ଅଭାବ: ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ଉଡାଣ ପାଇଁ ସାଜିଛି ବାଧକ

ଭୁବନେଶ୍ୱର: ଏୟାର ଏସିଆ-ମାଲେସିଆ, ଟାଇଗର ଏୟାର, ସିଲ୍କ ଏୟାର ଏଭଳି ଅନେକ ବିମାନ ଉଡ଼ାଣକାରୀ ସଂସ୍ଥା ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ସେବା ଯୋଗାଇବା ପାଇଁ ଯୋଜନା ରଖିଛନ୍ତି। ତେବେ ଏଥିରେ ବାଧକ ସାଜିଛି ବିମାନ ଅଭାବ। ବର୍ତ୍ତମାନ ଅନେକ କମ୍ପାନୀଙ୍କ ନିକଟରେ ବିମାନ ଉପଲବ୍ଧ ନ ଥିବାରୁ ସେବା ଆରମ୍ଭ ହୋଇପାରୁ ନାହିଁ। ଏୟାର ଏସିଆ-ମାଲେସିଆ କର୍ତ୍ତୃପକ୍ଷ ସିଧାସଳଖ ମାଲେସିଆ ବିମାନ ଚଲାଇବା ପାଇଁ ଯୋଜନା କରି ସାରିଛନ୍ତି। ନୂଆ ବିମାନ ଆସିଲେ ତୁରନ୍ତ ଭୁବନେଶ୍ୱରରୁ […]

bhubaneswarairport

Rakesh Mallick
  • Published: Tuesday, 08 December 2015
  • , Updated: 08 December 2015, 03:59 PM IST

ଭୁବନେଶ୍ୱର: ଏୟାର ଏସିଆ-ମାଲେସିଆ, ଟାଇଗର ଏୟାର, ସିଲ୍କ ଏୟାର ଏଭଳି ଅନେକ ବିମାନ ଉଡ଼ାଣକାରୀ ସଂସ୍ଥା ଭୁବନେଶ୍ୱରରୁ ବିଦେଶକୁ ସିଧାସଳଖ ବିମାନ ସେବା ଯୋଗାଇବା ପାଇଁ ଯୋଜନା ରଖିଛନ୍ତି। ତେବେ ଏଥିରେ ବାଧକ ସାଜିଛି ବିମାନ ଅଭାବ। ବର୍ତ୍ତମାନ ଅନେକ କମ୍ପାନୀଙ୍କ ନିକଟରେ ବିମାନ ଉପଲବ୍ଧ ନ ଥିବାରୁ ସେବା ଆରମ୍ଭ ହୋଇପାରୁ ନାହିଁ। ଏୟାର ଏସିଆ-ମାଲେସିଆ କର୍ତ୍ତୃପକ୍ଷ ସିଧାସଳଖ ମାଲେସିଆ ବିମାନ ଚଲାଇବା ପାଇଁ ଯୋଜନା କରି ସାରିଛନ୍ତି। ନୂଆ ବିମାନ ଆସିଲେ ତୁରନ୍ତ ଭୁବନେଶ୍ୱରରୁ ସେବା ଆରମ୍ଭ ହେବ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ଶରଦ୍ କୁମାର। ସିଙ୍ଗ।ପୁରର ଟାଇଗର ଏୟାର ଓ ସିଲ୍କ ଏୟାର ମଧ୍ୟ ଭୁବନେଶ୍ୱରକୁ ବିମାନ ସେବା ଆରମ୍ଭ ପାଇଁ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଜଣାଇଛନ୍ତି।

ଅନ୍ୟପକ୍ଷରେ ଆସନ୍ତା ଜାନୁୟାରୀ ୧ତାରିଖରୁ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଓ କୋଲକାତାକୁ ଆରମ୍ଭ ହେବ ଇଣ୍ଡିଗୋର ବିମାନସେବା। ଏହି ସେବା ଆରମ୍ଭ ହେଲେ ଏହା ଭୁବନେଶ୍ୱରକୁ ଯା'ଆସ କରୁଥିବା ବିମାନ ଯାତ୍ରୀଙ୍କ ପାଇଁ ବେଶ୍ ଲାଭଦାୟକ ହେବ।

ସୂଚନାଯୋଗ୍ୟ, ଏବେ ଗୋ' ଏୟାର, ଏୟାର ଇଣ୍ଡିଆ, ଇଣ୍ଡିଗୋ ଓ ଭିସ୍ତାରା ଏୟାରଲାଇନ୍ସ ପକ୍ଷରୁ ଭୁବନେଶ୍ୱରରୁ ନୂଆଦିଲ୍ଲୀ, ମୁମ୍ୱାଇ, ବାରଣାସୀ, କୋଲକାତା, ପୋର୍ଟବ୍ଲେୟାର, ଭାଇଜାଗ୍, ହାଇଦ୍ରାବାଦ୍, ବେଙ୍ଗ।ଲୁରୁକୁ ନିୟମିତ ୧୯ଟି ବିମାନ ଚଳାଚଳ କରୁଛି।

Related story