ଭୁବନେଶ୍ୱରର ତାପମାତ୍ରା ପୁଣି ୪୦ ଡେଇଁଲା

ଭୁବନେଶ୍ୱର: ଗୋଟିଏ ଦିନର ବ୍ୟବଧାନ ପରେ ଭୁବନେଶ୍ୱରର ତାପମାତ୍ରା ପୁଣି ୪୦ ଡିଗ୍ରୀ ଡେଇଁଛି। ଗୁରୁବାର ଭୁବନେଶ୍ୱରର ତାପମାତ୍ରା ୪୦.୩ ଡିଗ୍ରୀ ରହିଥିଲା। ଆଉ ଏହା ସହିତ ଲଗାତାର ଚତୁର୍ଥ ଦିନ ପାଇଁ ଆଜି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ଗତକାଲି ଏଠାରେ ୩୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସୋମବାର ଓ ମଙ୍ଗଳବାର ଯଥାକ୍ରମେ ତାପମାତ୍ର ୪୦.୨ ଓ ୪୦.୭ ଡିଗ୍ରୀ ରହିଥିଲା। ଗତକାଲି ରାଜ୍ୟର କୌଣସି ସହରର ତାପମାତ୍ର […]

khara

khara

Rakesh Mallick
  • Published: Thursday, 04 June 2015
  • Updated: 04 June 2015, 01:56 PM IST

Sports

Latest News

ଭୁବନେଶ୍ୱର: ଗୋଟିଏ ଦିନର ବ୍ୟବଧାନ ପରେ ଭୁବନେଶ୍ୱରର ତାପମାତ୍ରା ପୁଣି ୪୦ ଡିଗ୍ରୀ ଡେଇଁଛି। ଗୁରୁବାର ଭୁବନେଶ୍ୱରର ତାପମାତ୍ରା ୪୦.୩ ଡିଗ୍ରୀ ରହିଥିଲା। ଆଉ ଏହା ସହିତ ଲଗାତାର ଚତୁର୍ଥ ଦିନ ପାଇଁ ଆଜି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ହୋଇଛି। ଗତକାଲି ଏଠାରେ ୩୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସୋମବାର ଓ ମଙ୍ଗଳବାର ଯଥାକ୍ରମେ ତାପମାତ୍ର ୪୦.୨ ଓ ୪୦.୭ ଡିଗ୍ରୀ ରହିଥିଲା।
ଗତକାଲି ରାଜ୍ୟର କୌଣସି ସହରର ତାପମାତ୍ର ୪୦ ଡିଗ୍ରୀ ଛୁଇଁ ନଥିବା ବେଳେ ଆଜି କେବଳ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା। ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଥିଲା। ତାଳଚେରରେ ୩୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗୀରରେ ୩୬, ସମ୍ବଲପୁରରେ ୩୫.୩, ହୀରାକୁଦରେ ୩୪.୨, ଝାରସୁଗୁଡ଼ାରେ ୩୪.୫, ଅନୁଗୁଳରେ ୩୮.୧, ସୁନ୍ଦରଗଡ଼ରେ ୩୭.୦, ଟିଟିଲାଗଡ଼ରେ ୩୩.୫, ଗୋପାଳପୁରରେ ୩୨.୬, ଭବାନୀପାଟଣାରେ ୩୬.୨, ବାଲେଶ୍ୱରରେ ୩୫.୭, ଢେଙ୍କାନାଳରେ ୩୭.୬, ଦାରିଙ୍ଗବାଡ଼ିରେ ୨୮.୫, ସୋନପୁରରେ ୩୫.୬, ମାଲକାନଗିରିରେ ୩୮.୪, ଫୁଲବାଣୀରେ ୩୩.୬, କୋରାପୁଟରେ ୩୧.୦ ଓ କଟକରେ ୩୬.୮ ଡିଗ୍ରୀ ରହିଥିଲା।
ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ଆଜି ୩୦କୁ ବୃଦ୍ଧି ପାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତକାଲି ଏହି ସଂଖ୍ୟା ୨୯ ଥିଲା। ଅନ୍ୟପକ୍ଷରେ ବେସରକାରୀ ଭାବେ ଅଂଶୁଘାତ ମୃତକଙ୍କ ସଂଖ୍ୟା ୧୪୬ରେ ପହଞ୍ଚିଲାଣି ବୋଲି କୁହାଯାଇଛି।

ଦିନେ ଦୁଇଦିନ ଭିତରେ କେରଳ ଛୁଁଇପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ପାଣିପାଗ ବିଭାଗ କହିଛି, ଏଥିପାଇଁ ପାଗ ଅନୁକୂଳ ଅଛି ଓ କେରଳରେ ପ୍ରାକ୍ ଣୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ସେହିପରି ପାଗ ଅନୁକୂଳ ଥିବାରୁ ଚଳିତ ମାସ ଦ୍ୱିତୀୟ ସପ୍ତାହ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ତାତି ବଢ଼ିପାରେ। ଏହି ସମୟରେ ତାପମାତ୍ରା ୪୦ ଡିଗ୍ରୀ ପାଖାପାଖି ରହିବ। ରାଜ୍ୟରେ କେତେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ମଧ୍ୟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos