ଦୁଇ ଗାଁ ମଧ୍ୟରେ ସଂଘର୍ଷ: ୪ ଆହତ, ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟା ବେଳେ ଭୁବନେଶ୍ୱର ଉପକଣ୍ଠ ନୂଆଗାଁ-ଶିଶୁପାଳଗଡ଼ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୪ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲା। ପୋଲିସ ଉଭୟ ପକ୍ଷରୁ ୧୨ ଜଣଙ୍କୁ ଅଟକ ରଖିଛି। ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ପୂର୍ବରୁ କମେଣ୍ଟ ମରାକୁ ନେଇ ଉଭୟ ଗାଁ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ମାତ୍ର ଆଜି ହୋଇଥିବା […]

bhubaneswer Commisonrate police detain

Rakesh Mallick
  • Published: Sunday, 18 February 2018
  • , Updated: 18 February 2018, 10:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସନ୍ଧ୍ୟା ବେଳେ ଭୁବନେଶ୍ୱର ଉପକଣ୍ଠ ନୂଆଗାଁ-ଶିଶୁପାଳଗଡ଼ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଏଥିରେ ୪ ଆହତ ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣ୍ଡଗୋଳକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ଆହତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲା। ପୋଲିସ ଉଭୟ ପକ୍ଷରୁ ୧୨ ଜଣଙ୍କୁ ଅଟକ ରଖିଛି। ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ପୂର୍ବରୁ କମେଣ୍ଟ ମରାକୁ ନେଇ ଉଭୟ ଗାଁ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା। ମାତ୍ର ଆଜି ହୋଇଥିବା ଗଣ୍ଡଗୋଳର ପ୍ରକୃତ କାରଣ ଜଣାପଡ଼ି ନାହିଁ। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି-“ଆଜି ନୂଆଗାଁ-ଶିଶୁପାଳଗଡ଼ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ପୋଲିସ ଉଚିତ ପଦକ୍ଷେପ ନେଇଥିବାରୁ ସ୍ଥିତି ନିୟନ୍ତ୍ରଣରେ ରହିଛି। ସୁରକ୍ଷା ଦୃଷ୍ଟିରୁ ଫୋର୍ସ ତୁମୟନ କରାଯାଇଛି। ଗଣ୍ଡଗୋଳକାରୀଙ୍କ ଘଉଡାଇ ଦିଆଯାଇଛି। ସ୍ଥିତି ଉପରେ ଏବେ ନଜର ରଖାଯାଇଛି।”

Related story