ଭୁବନେଶ୍ୱର: ନନ୍ଦନକାନନରେ ପହଞ୍ଚିଲା ଅଣ୍ଡିରା ଜିରାଫ୍ ‘ଜୟ’

ଭୁବନେଶ୍ୱର:  ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଲା  ନୂଆ ଅତିଥି ‘ଜୟ’। ଏହି ଅଣ୍ଡିରା ଜିରାଫକୁ କଲିକତାର ଅଲିପୁର ଚିଡ଼ିଆଖାନାରୁ ଅଣାଯାଇଛି।  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସିଷ୍ଟାଣ୍ଡ ଡିରେକ୍ଟରଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍ ସ୍ୱତନ୍ତ୍ର କେଜ୍ ଜରିଆରେ ‘ଜୟ’କୁ ଅଣାଯାଇଛି। ‘ଜୟ’ ଅଲିପୁର ଚିଡ଼ିଆଖାନାରେ ଜନ୍ମ ହୋଇଛି। ଏବେ ତାର ବୟସ ୫ ବର୍ଷ। ପୂର୍ବରୁ ପାଟନା ଚିଡ଼ିଆଖାନାରୁ ମାଈ ଜିରାଫ୍ ‘ଖୁସି’କୁ ଅଣାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିଲା। ଏବେ ଅଣ୍ଡିରା ଜିରାଫ୍ ‘ଜୟ’ ଆସିବା […]

jiraf

Rakesh Mallick
  • Published: Wednesday, 24 February 2016
  • , Updated: 24 February 2016, 01:51 PM IST

ଭୁବନେଶ୍ୱର:  ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଲା  ନୂଆ ଅତିଥି ‘ଜୟ’। ଏହି ଅଣ୍ଡିରା ଜିରାଫକୁ କଲିକତାର ଅଲିପୁର ଚିଡ଼ିଆଖାନାରୁ ଅଣାଯାଇଛି।  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସିଷ୍ଟାଣ୍ଡ ଡିରେକ୍ଟରଙ୍କ ନେତୃତ୍ୱରେ ଏକ ୮ଜଣିଆ ଟିମ୍ ସ୍ୱତନ୍ତ୍ର କେଜ୍ ଜରିଆରେ ‘ଜୟ’କୁ ଅଣାଯାଇଛି।

‘ଜୟ’ ଅଲିପୁର ଚିଡ଼ିଆଖାନାରେ ଜନ୍ମ ହୋଇଛି। ଏବେ ତାର ବୟସ ୫ ବର୍ଷ। ପୂର୍ବରୁ ପାଟନା ଚିଡ଼ିଆଖାନାରୁ ମାଈ ଜିରାଫ୍ ‘ଖୁସି’କୁ ଅଣାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରଖାଯାଇଥିଲା। ଏବେ ଅଣ୍ଡିରା ଜିରାଫ୍ ‘ଜୟ’ ଆସିବା ପରେ ନନ୍ଦନକାନନରେ ଜିରାଫ୍ ବଂଶ ବୃଦ୍ଧି କରାଯିବାକୁ ଯୋଜନା ରହିଥିବା ଅନୁମାନ କରାଯାଉଛି। ଜୟକୁ ଆଣିବା ବଦଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଗୋଟିଏ ଧଳାବାଘ ସମେତ ୪ଟି ବାଘ ଅଲିପୁର ଚିଡ଼ିଆଖାନାକୁ ହସ୍ତାନ୍ତର କରାଯାଇଛି।

ପୂର୍ବରୁ ୨୦୦୬ରେ ଆଲିପୁରରୁ ଏକ ଅଣ୍ଡିରା ଜିରାଫ ଅଣାଯିବା ସମୟରେ ବାଟରେ ବିଦ୍ୟୁତ୍‌ ତାର ଲାଗି ଯିବାରୁ ତା’ର ମୃତ୍ୟୁ ଘଟିଥିଲା। ଏଥର ସେଭଳି ଅଘଟଣ ଏଡାଇବା ପାଇଁ ବେଶ ସତର୍କତା ଅବଲମ୍ବନ କରାଯାଇଥିଲା। ଜୟର ଉଚ୍ଚତା ଅନୁଯାୟୀ ତିଆରି ହୋଇଥିବା ଏକ ସ୍ୱତନ୍ତ୍ର ପିଞ୍ଜରା ଧରି ୭ଜଣିଆ ଟିମ୍‌ ଆଲିପୁର ଯାଇଥିଲେ। ସେଠାରୁ ୧୯ ତାରିଖରୁ ବାହାରି ୪ଦିନ ଯାତ୍ରା ପରେ ଜୟକୁ ଧରି ନନ୍ଦନକାନନରେ ପହଞ୍ଚି ଥିଲା।

Related story