ଭୁବନେଶ୍ୱର: ୨୦ ଯୁବ ପ୍ରତିଯୋଗୀଙ୍କୁ ଦିଆଗଲା ଯୁବ ପ୍ରତିଭା ସମ୍ମାନ

ଭୁବନେଶ୍ୱର: ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମରେ ରାଜ୍ୟ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଥିଲା। ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଓ ଟାଟା ଷ୍ଟିଲର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଟାଟା ଷ୍ଟିଲର ପରିଚାଳନା ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନ, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପ୍ଲାନେଟୋରିୟମ୍ ନିର୍ଦ୍ଦେଶକ ସୁଦର୍ଶନ ଦାସ, ଉନ୍ନୟନ କମିଶନର ଆର .ବାଲକ୍ରିଷ୍ଣନ୍ ପ୍ରମୁଖ ଯୋଗ ଦେଇଥିଲେ। ଏହି […]

chif minister

Rakesh Mallick
  • Published: Monday, 14 December 2015
  • , Updated: 14 December 2015, 03:25 AM IST

ଭୁବନେଶ୍ୱର: ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମରେ ରାଜ୍ୟ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଥିଲା। ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଓ ଟାଟା ଷ୍ଟିଲର ମିଳିତ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଟାଟା ଷ୍ଟିଲର ପରିଚାଳନା ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନ, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପ୍ଲାନେଟୋରିୟମ୍ ନିର୍ଦ୍ଦେଶକ ସୁଦର୍ଶନ ଦାସ, ଉନ୍ନୟନ କମିଶନର ଆର .ବାଲକ୍ରିଷ୍ଣନ୍ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ  ମଙ୍ଗଳ ଗ୍ରହରେ ଘାଟି ସ୍ଥାପନ ଶୀର୍ଷକ ପ୍ରତିଯୋଗିତାର ୨୦ ଜଣ କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟମନ୍ତ୍ରୀ ଯୁବ ପ୍ରତିଭା ସମ୍ମାନ ପ୍ରଦାନ କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୨୦୧୬ ମେ’ ମାସରେ ଟାଟା ଷ୍ଟିଲ୍ ପକ୍ଷରୁ ବାଙ୍ଗାଲୋର ସ୍ଥିତ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋକୁ ପରିଦର୍ଶନର ସୁଯୋଗ ମିଳିବ।

ଏଥି ସହିତ ସମ୍ୱଲପୁରର ବୁର୍ଲାଠାରେ ରାଜ୍ୟର ଦ୍ୱିତୀୟ ନୂତନ ପ୍ଲାନେଟୋରିୟମର ଖୁବଶୀଘ୍ର ଲୋକାର୍ପିତ, ନୟାଗଡ଼ ଖଣ୍ଡପଡ଼ାରେ ପଠାଣି ସାମନ୍ତ ମ୍ୟୁଜିୟମ ପ୍ରତିଷ୍ଠା, ଭ୍ରାମ୍ୟମାଣ ପ୍ଲାନେଟୋରିୟମର ଘୋଷଣା କରିଛନ୍ତି ମୂଖ୍ୟମନ୍ତ୍ରୀ।

Related story