ଭୁବନେଶ୍ୱର: ଏନ୍‌ବିପିଟି ପରୀକ୍ଷା ବେଳେ ଉତ୍ତେଜନା

ଭୁବନେଶ୍ୱର: ଭୁବନେଶ୍ୱରର ଏମ୍‌ବିଏସ୍‌ ପବ୍ଲିକ୍‌ ସ୍କୁଲ୍‌ରେ ଆଜି ନ୍ୟାସନାଲ୍‌ ବ୍ୟୁରୋ ଅଫ୍‌ ପ୍ରଫେସନାଲ୍‌ ଟେଷ୍ଟିଂ(ଏନ୍‌ବିପିଟି) ପରୀକ୍ଷା ବେଳେ  ଉତ୍ତେଜନା ପ୍ରକାଶ ପାଇଥିଲା।  ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା ନେଇ ପରୀକ୍ଷାର୍ଥୀମାନେ  ଅସନ୍ତୋଷ ପ୍ରକାଶ  କରିବା ସହ ପରୀକ୍ଷା କେନ୍ଦ୍ରରେ ବ୍ୟାପକ ଭଙ୍ଗାରୁଜା ସହ ପୋଡ଼ାଜଳା କରିଥିଲେ। ଶିକ୍ଷକ ନିଯୁକ୍ତି ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଥିଲ। ତେବେ ଆବଶ୍ୟକ ଭିତ୍ତଭୂମି  ନ ଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି,“ପରୀକ୍ଷା କେନ୍ଦ୍ରରେ ସିଟିଂ ଆରେଞ୍ଜମେଣ୍ଟ ନ ଥିଲା। […]

exam

Rakesh Mallick
  • Published: Sunday, 15 May 2016
  • , Updated: 15 May 2016, 08:27 AM IST

ଭୁବନେଶ୍ୱର: ଭୁବନେଶ୍ୱରର ଏମ୍‌ବିଏସ୍‌ ପବ୍ଲିକ୍‌ ସ୍କୁଲ୍‌ରେ ଆଜି ନ୍ୟାସନାଲ୍‌ ବ୍ୟୁରୋ ଅଫ୍‌ ପ୍ରଫେସନାଲ୍‌ ଟେଷ୍ଟିଂ(ଏନ୍‌ବିପିଟି) ପରୀକ୍ଷା ବେଳେ  ଉତ୍ତେଜନା ପ୍ରକାଶ ପାଇଥିଲା।  ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥା ନେଇ ପରୀକ୍ଷାର୍ଥୀମାନେ  ଅସନ୍ତୋଷ ପ୍ରକାଶ  କରିବା ସହ ପରୀକ୍ଷା କେନ୍ଦ୍ରରେ ବ୍ୟାପକ ଭଙ୍ଗାରୁଜା ସହ ପୋଡ଼ାଜଳା କରିଥିଲେ।

ଶିକ୍ଷକ ନିଯୁକ୍ତି ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଥିଲ। ତେବେ ଆବଶ୍ୟକ ଭିତ୍ତଭୂମି  ନ ଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି।

ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି,“ପରୀକ୍ଷା କେନ୍ଦ୍ରରେ ସିଟିଂ ଆରେଞ୍ଜମେଣ୍ଟ ନ ଥିଲା। ୯ଟା୩୦ରେ ପରୀକ୍ଷା ହେବାର ଥିଲା। ହେଲେ ୧୦ଟାରେ ପରୀକ୍ଷା ହେବ ବୋଲି କୁହାଯାଇଥିଲା। ରାଷ୍ଟ୍ରୀୟ ସ୍ତରର ପରୀକ୍ଷା ହୋଇ ମଧ୍ୟ ସୂଚାରୁପେ ପରିଚାଳନା କରାଯାଇ ନାହିଁ।”

Related story