ଆସନ୍ତାକାଲି ପିସିସି ପଦାଧିକାରୀଙ୍କ ବୈଠକ

ଭୁବନେଶ୍ୱର: ଆସନ୍ତା ଶୁକ୍ରବାର ଅର୍ଥାତ୍ ୨୫ ତାରିଖରେ କଂଗ୍ରେସ ଭବନରେ  ଅନୁଷ୍ଠିତ ହେବ ପିସିସି ପଦାଧିକାରୀଙ୍କ ବୈଠକ। ଏଥିରେ ପିସିସି ପ୍ରଭାରୀ ବି.କେ. ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାରଙ୍କ ସହ ଦଳର ୧୦ ଉପସଭାପତି, ୨୫ ସାଧାରଣ ସଂପାଦକ ଓ ୫୫ ସମ୍ପାଦକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ୧୨ ପିସିସି ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଆସନ୍ତା ଶୁକ୍ରବାର ବୈଠକରେ  ସାଧାରଣ ସଂପାଦକ ଓ ସଂପାଦକମାନଙ୍କୁ […]

congress

Rakesh Mallick
  • Published: Thursday, 24 September 2015
  • , Updated: 24 September 2015, 11:06 AM IST

ଭୁବନେଶ୍ୱର: ଆସନ୍ତା ଶୁକ୍ରବାର ଅର୍ଥାତ୍ ୨୫ ତାରିଖରେ କଂଗ୍ରେସ ଭବନରେ  ଅନୁଷ୍ଠିତ ହେବ ପିସିସି ପଦାଧିକାରୀଙ୍କ ବୈଠକ। ଏଥିରେ ପିସିସି ପ୍ରଭାରୀ ବି.କେ. ହରିପ୍ରସାଦ, ସହପ୍ରଭାରୀ ଶୁଭଙ୍କର ସରକାରଙ୍କ ସହ ଦଳର ୧୦ ଉପସଭାପତି, ୨୫ ସାଧାରଣ ସଂପାଦକ ଓ ୫୫ ସମ୍ପାଦକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ୧୨ ପିସିସି ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ଆସନ୍ତା ଶୁକ୍ରବାର ବୈଠକରେ  ସାଧାରଣ ସଂପାଦକ ଓ ସଂପାଦକମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯିବ। ପୂର୍ବ ବୈଠକରେ ନିଷ୍ପତ୍ତି ହୋଇଥିଲା ଯେ, ପ୍ରତି ଲୋକସଭା ଆସନ ଦାୟିତ୍ୱରେ ଜଣେ ଲେଖାଏଁ ସାଧାରଣ ସଂପାଦକ ଓ  ଏହା ଅଧୀନରେ ଥିବା ୭ଟି ବିଧାନସଭାର ଦାୟିତ୍ୱରେ ୩ ଜଣ ସଂପାଦକ ବୁଝିବେ। ମରୁଡି ସ୍ଥିତି ନେଇ ଦଳର ତଥ୍ୟ ଅନୁସନ୍ଧାନକାରୀ ଦଳର ରିପୋର୍ଟ ନେଇ ମଧ୍ୟ ଏହି ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର ହୋଇପାରେ।

Related story