ବିଧାନସଭାରେ ଭୂମି ହଡ଼ପ ନିବାରଣ ବିଧେୟକ ଆଗତ

ଭୁବନେଶ୍ୱର: ଜମି ହଡ଼ପକାରୀଙ୍କ ବେଆଇନ୍ କାର୍ଯ୍ୟକଳାପରେ ଲଗାମ ଲଗାଇବାକୁ ଓଡ଼ିଶା ଲ୍ୟାଣ୍ଡ ଗ୍ରାବିଂ ପ୍ରୋହିବିସନ୍ ବିଲ୍ ବା ଓଡ଼ିଶା ଭୂମି ହଡ଼ପ ନିବାରଣ ବିଧେୟକ ବିଧାନସଭାରେ ଆଗତ ହୋଇଛି। ଚଞ୍ଚକତା କରି ବା କୌଣସି ବେଆଇନ୍ ଉପାୟରେ ସରକାରୀ ଜମି ହଡ଼ପ କରିବା କିମ୍ୱା ହଡ଼ପ ପାଇଁ  ପ୍ରୟାସ କରୁଥିବା ବ୍ୟକ୍ତି, ଅନୁଷ୍ଠାନଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ରହିଛି। ଏହି ଆଇନ୍ ଅନୁଯାୟୀ, ଦୋଷୀକୁ ସର୍ବନିମ୍ନ ବର୍ଷେ ଓ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ […]

IndiaTv1fdff1_odishaAssembly

Rakesh Mallick
  • Published: Wednesday, 19 August 2015
  • , Updated: 19 August 2015, 03:54 PM IST

ଭୁବନେଶ୍ୱର: ଜମି ହଡ଼ପକାରୀଙ୍କ ବେଆଇନ୍ କାର୍ଯ୍ୟକଳାପରେ ଲଗାମ ଲଗାଇବାକୁ ଓଡ଼ିଶା ଲ୍ୟାଣ୍ଡ ଗ୍ରାବିଂ ପ୍ରୋହିବିସନ୍ ବିଲ୍ ବା ଓଡ଼ିଶା ଭୂମି ହଡ଼ପ ନିବାରଣ ବିଧେୟକ ବିଧାନସଭାରେ ଆଗତ ହୋଇଛି। ଚଞ୍ଚକତା କରି ବା କୌଣସି ବେଆଇନ୍ ଉପାୟରେ ସରକାରୀ ଜମି ହଡ଼ପ କରିବା କିମ୍ୱା ହଡ଼ପ ପାଇଁ  ପ୍ରୟାସ କରୁଥିବା ବ୍ୟକ୍ତି, ଅନୁଷ୍ଠାନଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ରହିଛି। ଏହି ଆଇନ୍ ଅନୁଯାୟୀ, ଦୋଷୀକୁ ସର୍ବନିମ୍ନ ବର୍ଷେ ଓ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଓ ୨୦ ହଜାର ଟଙ୍କ। ଜରିମାନା ବ୍ୟବସ୍ଥା ରହିଛି। ଏହି ଅପରାଧକୁ ଧର୍ତ୍ତବ୍ୟ ରୂପେ ବିବେଚନା କରାଯିବା ସହ ଜାମିନ୍ ଅଯୋଗ୍ୟ ହେବ। ଜମି ହଡ଼ପ ସମ୍ପର୍କିତ ମାମଲା ଗୁଡ଼ିକର ବିଚାର ପାଇଁ ସରକାର ସ୍ୱତନ୍ତ୍ର ନ୍ୟାୟାଳୟ ଗଠନ କରିପାରିବେ। ଏହି ନ୍ୟାୟାଳୟ ନିଜଆଡୁ ସ୍ୱତଃପ୍ରବୃତ୍ତ ଭାବେ କିମ୍ୱା ଅଭିଯୋଗ କ୍ରମେ ମାମଲା ଗ୍ରହଣ କରି ବିଚାର କରିପାରିବେ। ପୂର୍ବରୁ ଏ ସମ୍ପର୍କିତ ଏକ ଅଧ୍ୟାଦେଶ ଆସିଥିଲା।

Related story