ବିଭିନ୍ନ ସ୍ଥାନରେ ପାଳନ ହେଲା ୫୩ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ୫୩ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱର ପୋଲିସ୍ ରିଜର୍ଭ ପଡ଼ିଆରେ କ୍ୟାଡେଟମାନେ ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ପୋଲିସ୍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା। ଏହି ଅବସରରେ ପୋଲିସ କମିଶନର କହିଥିଲେ, ଆଗାମୀ ଦିନରେ ଗୃହରକ୍ଷୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯିବ। ଫଳରେ ସେମାନେ କଣ୍ଟ୍ରୋଲ ରୁମ୍ ଆଦିରେ ନିୟୋଜିତ ହୋଇପାରିବେ। ଗୃହରକ୍ଷୀ […]

home-guard day

Rakesh Mallick
  • Published: Sunday, 06 December 2015
  • , Updated: 06 December 2015, 08:58 AM IST

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ୫୩ତମ ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନେଶ୍ୱର ପୋଲିସ୍ ରିଜର୍ଭ ପଡ଼ିଆରେ କ୍ୟାଡେଟମାନେ ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ପୋଲିସ୍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା। ଏହି ଅବସରରେ ପୋଲିସ କମିଶନର କହିଥିଲେ, ଆଗାମୀ ଦିନରେ ଗୃହରକ୍ଷୀମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯିବ। ଫଳରେ ସେମାନେ କଣ୍ଟ୍ରୋଲ ରୁମ୍ ଆଦିରେ ନିୟୋଜିତ ହୋଇପାରିବେ।

ଗୃହରକ୍ଷୀ ବାହିନୀ ପ୍ରତିଷ୍ଠା ଦିବସ ଅବସରରେ ପୁରୀ ପୋଲିସ୍ ଲାଇନ ପଡିଆରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଜଗନ୍ନାଥ ପ୍ରଧାନ, ଡେପୁଟି କମଣ୍ଡାଣ୍ଟ୍ ଲିଙ୍ଗରାଜ ମିଶ୍ର ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ। ପ୍ୟାରେଡରେ ୬ପ୍ଲାଟୁନ୍ ଗୃହରକ୍ଷୀ ସାମିଲ ହୋଇଥିଲେ। ଏଥିରେ ପୁରୀର ସମସ୍ତ ପୋଲିସ ଷ୍ଟେସନର ଭାରପ୍ରାପ୍ତ ଅଧିକାରୀ ଓ ଡି.ଏସ୍.ପି ଯୋଗ ଦେଇଥିଲେ।

ସେହିପରି ନୟାଗଡ଼ ପୋଲିସ୍ ପଡ଼ିଆରେ ଏସପି ମନୋରଞ୍ଜନ ମହାନ୍ତି ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିଥିଲେ। ପରେ ଗୃହରକ୍ଷୀମାନଙ୍କ ଦ୍ୱାରା ପାଇକ ଖେଳ ଓ ବାଘନାଚ ଆଦି ପ୍ରଦର୍ଶିତ ହୋଇଥିଲା।

ଭଦ୍ରକ ପୋଲିସ୍ ରିଜର୍ଭ ପଡ଼ିଆରେ ମଧ୍ୟ ଗୃହରକ୍ଷୀ ଦିବସ ପାଳିତ ହୋଇଯାଇଛି। ଏସପି ନିହାର ରଞ୍ଜନ ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଅତିରିକ୍ତ ଏସପି, ଏସଡିପିଓ, ଡିଏସପି ଓ ବିଭିନ୍ନ ଥାନା ଅଧିକାରୀମାନେ ଯୋଗ ଦେଇଥିଲେ।

ଫୁଲବାଣୀ ପୋଲିସ୍ ରିଜର୍ଭ ପଡ଼ିଆରେ ମଧ୍ୟ ଗୃହରକ୍ଷୀମାନେ ପ୍ୟାରେଡ୍ ଓ ବିଭିନ୍ନ ଜୀବନ ରକ୍ଷକ କୌଶଳ ପ୍ରଦର୍ଶନ କରିଥିଲେ। ଏସପି କନୱର୍ ସିଂ ଏହି ଅବସରରେ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ।

ସୁବର୍ଣ୍ଣପୁର ଜିଲ୍ଲା ରିଜର୍ଭ ପୋଲିସ୍ ପଡିଆରେ ହୋମଗାର୍ଡ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ତଥା କମାଣ୍ଡାଣ୍ଟ୍ ହୋମଗାର୍ଡ ପ୍ରଫୁଲ୍ଲ କୁମାର ପାତ୍ର, ଜିଲ୍ଲାପାଳ ଦାଶରଥୀ ଶତପଥୀ ଏବଂ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱନାଥ ବାରିକ ଏଥିରେ ଅତିଥି ଭାବରେ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ବଲାଙ୍ଗିର ସହରରେ ମଧ୍ୟ ହୋମଗାର୍ଡ ଦିବସ ପାଳିତ ହୋଇଯାଇଛି। ଏଚ୍ଆରପିସି ଡି.ଏସ୍.ପି କିଶୋର କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

Related story