ବିଭିନ୍ନ ଦାବିରେ ତାଳଚେରରେ ଅର୍ଥନୈତିକ ଅବରୋଧ

ଅନୁଗୋଳ: ବିଭିନ୍ନ କ୍ଷେତ୍ରରେ ତାଳଚେରକୁ କ୍ରମାଗତ ଅବହେଳା କରାଯାଉଥିବା ପ୍ରତିବାଦରେ ଆଜିଠାରୁ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଅର୍ଥନୈତିକ ଅବରୋଧ ଆରମ୍ଭ କରାଯାଇଛି। ପୂର୍ବରୁ ଏମସିଏଲ ପକ୍ଷରୁ ପ୍ରସ୍ତାବିତ ମେଡିକାଲ କଲେଜ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଅନ୍ୟ ୭ଟି ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ଆନ୍ଦୋଳନ ଡାକରା ଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସୋମବାର ସମାଧାନର ବାଟ ବାହାର କରବାକୁ ଉଦ୍ୟମ କରିଥିଲେ। ଜିଲ୍ଲାପାଳ ସଚିନ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ୭ଟି ଦାବିକୁ […]

anuhul

anuhul

Rakesh Mallick
  • Published: Tuesday, 14 July 2015
  • Updated: 14 July 2015, 03:04 PM IST

Sports

Latest News

ଅନୁଗୋଳ: ବିଭିନ୍ନ କ୍ଷେତ୍ରରେ ତାଳଚେରକୁ କ୍ରମାଗତ ଅବହେଳା କରାଯାଉଥିବା ପ୍ରତିବାଦରେ ଆଜିଠାରୁ ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ଅର୍ଥନୈତିକ ଅବରୋଧ ଆରମ୍ଭ କରାଯାଇଛି। ପୂର୍ବରୁ ଏମସିଏଲ ପକ୍ଷରୁ ପ୍ରସ୍ତାବିତ ମେଡିକାଲ କଲେଜ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଅନ୍ୟ ୭ଟି ଦାବି ନେଇ ତାଳଚେର ସୁରକ୍ଷା ମଞ୍ଚ ଆନ୍ଦୋଳନ ଡାକରା ଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସୋମବାର ସମାଧାନର ବାଟ ବାହାର କରବାକୁ ଉଦ୍ୟମ କରିଥିଲେ। ଜିଲ୍ଲାପାଳ ସଚିନ ରାମଚନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ୭ଟି ଦାବିକୁ ନେଇ ଏମସିଏଲ କର୍ତ୍ତୃପକ୍ଷ ଓ ତାଳଚେର ସୁରକ୍ଷା ମଞ୍ଚ ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ମାତ୍ର ଏହି ଆଲୋଚନା ବିଫଳ ହୋଇଯିବାରୁ ମଞ୍ଚ ପକ୍ଷରୁ ପୂର୍ବ ଘୋଷଣା ଅନୁସାରେ ଅର୍ଥନୈତିକ ଅବରୋଧ କରାଯାଇଛି।1 (10)ତାଲଚେରର ଏମସିଏଲର ପ୍ରସ୍ତାବିତ ମେଡିକାଲ କଲେଜ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ କ୍ଷତିଗ୍ରସ୍ତ, ବିସ୍ଥାପିତଙ୍କୁ ପୁନର୍ବାସ ଓ ଥଇଥାନ ନୀତି ୨୦୦୬ ଅନୁଯାୟୀ କ୍ଷତିପୂରଣ, ପାନୀୟଜଳ ସମସ୍ୟା ଦୂର କରିବା, ରାସ୍ତାଘାଟ ଉନ୍ନତିକରଣ, ହାଣ୍ଡଧୂଆଁ ଓ କଣ୍ଟାପଡାଠାରେ ଓଭର ବ୍ରିଜ ନିର୍ମାଣ, ଅବ୍ୟବହୃତ ଖଣିକ ପାଉଁଶ ଦ୍ୱାରା ପୋତା ନ ଯାଇ ବାଲି ଓ ମାଟି ଭରାଯିବା, ଅଞ୍ଚଳର ବେକାର ଯୁବତୀ, ଯୁବକଙ୍କୁ ଖଣିରେ କାର୍ଯ୍ୟରତ ଘରୋଇ କମ୍ପାନୀରେ ନିଯୁକ୍ତି ଦେବା ଓ ତାଳଚେରରୁ ହିଙ୍ଗୁଳା ପୀଠକୁ ରାସ୍ତା ନିର୍ମାଣ କରାଯିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇ ଆନ୍ଦୋଳନ ହାକରା ଦିଆଯାଇଥିଲା। ତେବେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୬ଟି ଦାବି ଉପରେ ବିଚାର କରାଯାଇ ଶୀଘ୍ର ସମସ୍ୟାର ସମାଧାନ କରାଯିବାକୁ ଏମସିଏଲ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପ୍ରସ୍ତାବିତ ମେଡିକାଲ କଲେଜ କାର୍ଯ୍ୟ କେବେ ଆରମ୍ଭ ହେବ ସେ ନେଇ କିଛି ସ୍ପଷ୍ଟ କରି ନ ଥିଲେ। ଫଳରେ ମଞ୍ଚ ପକ୍ଷରୁ ଆନ୍ଦୋଳନ ଆରମ୍ଭ କରାଯାଇଛି ।

୨୦୦୮ରେ ତତକାଳୀନ କୋଇଲା ମନ୍ତ୍ରୀ ତାଳଚେରରେ ମେଡିକାଲ କଲେଜ ଓ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ନିର୍ମାଣ ଲାଗି ଘୋଷଣା କରିଥିଲେ। ତେବେ ୬ବର୍ଷ ପରେ ୨୦୧୪ରେ ଏହା ପ୍ରତିଷ୍ଠା କରାଯିବାକୁ ଏମସିଏଲ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ଚୁକ୍ତି ଅନୁଯାୟୀ ୧୦୦ ଏମବିବିଏସ ସିଟ ବିଶିଷ୍ଟ ମେଡିକାଲ କଲେଜ ଓ ୫୦୦ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍ପିଟାଲ ନିର୍ମାଣ ଲାଗି ଏମସିଏଲ ୪୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରିବାକୁ ଥିବାବେଳେ ରାଜ୍ୟ ସରକାର ନେହେରୁ ଶତାଦ୍ୱୀ ଚିକିତ୍ସାଳୟ ପାଖରେ ୨୦ ଏକର ଜମି ଯୋଗାଇ ଦେବାକୁ ସ୍ଥିର ହୋଇଥିଲା । ୨ବର୍ଷରେ ଏହାର କାମ ଶେଷ ହୋଇ ୨୦୧୬-୧୭ ବର୍ଷରେ ମେଡିକାଲ କଲେଜରେ ନାମଲେଖା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ମେଡିକାଲ କଲେଜର କାମ ମଧ୍ୟ ଆରମ୍ଭ ହୋଇ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story