ବିଡାନାସୀ ଘାଟରୁ ଧବଳେଶ୍ୱର ପୀଠକୁ ସ୍ୱାଭାବିକ ହେଲା ଡଙ୍ଗା ଚଳାଚଳ

କଟକ : କଟକ ବିଡାନାସୀ ଘାଟରୁ ଧବଳେଶ୍ୱର ପୀଠକୁ ବନ୍ଦ ଥିବା ଡଙ୍ଗା ଚଳାଚଳ ସ୍ୱାଭାବିକ ହୋଇଛି। ଗତକାଲି ଡଙ୍ଗା ଚାଳକ ଓ ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଡଙ୍ଗା ଚାଲିବା ନେଇ ନିଷ୍ପତ୍ତି ହୋଇଥିଲା। ସମସ୍ତ ଡଙ୍ଗାର ରେଜିଷ୍ଟ୍ରେସନ ଓ ବୀମା, ଲାଇଫ ଜ୍ୟାକେଟର ବ୍ୟବସ୍ଥା କରାଇବାକୁ ଜିଲ୍ଲା ପ୍ରଶାସନର ସର୍ତ୍ତରେ ଡଙ୍ଗା ମାଲିକମାନେ ରାଜି ହେବା ପରେ ଆଜି ସକାଳୁ ଡଙ୍ଗା ଚଳାଚଳ କରିଥିଲା। ପଞ୍ଚୁକର ଦ୍ୱିତୀୟ ଦିନରେ ଆଜି ବିଡାନାସୀ ପଟୁ ଧବଳେଶ୍ୱର […]

bidanasi

Rakesh Mallick
  • Published: Sunday, 22 November 2015
  • , Updated: 22 November 2015, 03:41 AM IST

କଟକ : କଟକ ବିଡାନାସୀ ଘାଟରୁ ଧବଳେଶ୍ୱର ପୀଠକୁ ବନ୍ଦ ଥିବା ଡଙ୍ଗା ଚଳାଚଳ ସ୍ୱାଭାବିକ ହୋଇଛି। ଗତକାଲି ଡଙ୍ଗା ଚାଳକ ଓ ପ୍ରଶାସନ ମଧ୍ୟରେ ଆଲୋଚନା ପରେ ଡଙ୍ଗା ଚାଲିବା ନେଇ ନିଷ୍ପତ୍ତି ହୋଇଥିଲା। ସମସ୍ତ ଡଙ୍ଗାର ରେଜିଷ୍ଟ୍ରେସନ ଓ ବୀମା, ଲାଇଫ ଜ୍ୟାକେଟର ବ୍ୟବସ୍ଥା କରାଇବାକୁ ଜିଲ୍ଲା ପ୍ରଶାସନର ସର୍ତ୍ତରେ ଡଙ୍ଗା ମାଲିକମାନେ ରାଜି ହେବା ପରେ ଆଜି ସକାଳୁ ଡଙ୍ଗା ଚଳାଚଳ କରିଥିଲା। ପଞ୍ଚୁକର ଦ୍ୱିତୀୟ ଦିନରେ ଆଜି ବିଡାନାସୀ ପଟୁ ଧବଳେଶ୍ୱର ପୀଠକୁ ଭକ୍ତମାନେ ଦର୍ଶନ ପାଇଁ ଆସୁଛନ୍ତି। ପ୍ରାୟ ୫୦ ହଜାର ଅଧିକ ଭକ୍ତ ଏହି ସମୟରେ ଧବଳେଶ୍ୱର ଦର୍ଶନ ପାଇଁ ଆସିଥାନ୍ତି। ଏବଂ ମହାନଦୀର ଜଳରାଶିରେ ସେମାନଙ୍କୁ ଆସିବା ପାଇଁ ପଡିଥାଏ। ତେଣୁ ଡଙ୍ଗାର ରେଜିଷ୍ଟ୍ରେସନ ଓ ବୀମା ଉପରେ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇଛି। ଡଙ୍ଗା ଚାଳକ ସଂଘ ଓ ପ୍ରଶାସନ ମଧ୍ୟରେ ବିବାଦ ଯୋଗୁଁ  ଡଙ୍ଗା ଚଳାଚଳ ବନ୍ଦ ରହିଥିଲା। ଘାଟରେ ଚଳାଚଳ କରୁଥିବା ଡଙ୍ଗାର ରେଜିଷ୍ଟ୍ରେସନ୍, ବୀମା ସହ ଲାଇଫ୍ ଜ୍ୟାକେଟ୍ ରଖିବା ବାଧ୍ୟତାମୂଳକ କରିଥିଲା ପ୍ରଶାସନ । ତେବେ ଏହି ନିୟମ ନ ମାନି ଡଙ୍ଗା ଚଳାଇବାରୁ ସେମାନଙ୍କୁ ତାଗିଦ କରାଯିବା ପରେ ଡଙ୍ଗା ଚଳାଚଳ ବନ୍ଦ ରଖିଥିଲା ସଂଘ।

Related story