ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ। ପ୍ରଥମ ଦିନରେ ଦିବଂଗତ ନେତାମାନଙ୍କୁ ଶ୍ରଦ୍ଧାଞ୍ଜଳି ପରେ ଗୃହକୁ ମୁଲତବି ରଖାଯାଇଥିଲା। ଗତକାଲି ଦ୍ୱିତୀୟ ଦିନରେ ପୂର୍ବତନ ପୋଲିସ୍ ଡିଜି ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା। ଫଳରେ ମୁଲତବି ମୁଲତବିରେ ଗୃହ କାର୍ଯ୍ୟ ଶେଷ ହୋଇଯାଇଥିଲା। ଗୃହକୁ ସ୍ୱାଭାବିକ କରିବା ପାଇଁ ବାଚସ୍ପତି ଏକ ବୈଠକ ଡକାଇଥିଲେ। କିନ୍ତୁ ଏଥିରୁ କିଛି ଲାଭ ହୋଇ ନଥିଲା। ହଟ୍ଟଗୋଳ ମଧ୍ୟରେ ସରକାର ଗୃହରେ ଓଡ଼ିଶା ଜମି ଆତ୍ମସାତ ନିଷେଧକ ବିଲ୍ ଆଗତ କରିଥିଲା।
ବିଧାନସଭାର ଚଳିତ ମୌସୁମୀ ଅଧିବେଶନରେ ମାତ୍ର ୯ଟି କାର୍ଯ୍ୟ ଦିବସ ରହିଛି। ଏହି ୯ଟି କାର୍ଯ୍ୟ ଦିବସରେ ସରକାର ୯ଟି ବିଲ୍ ପାସ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ବିରୋଧୀଙ୍କ ଆଭିମୁଖ୍ୟ ଦେଖିଲେ ଲାଗୁନି ସରକାରଙ୍କ ପାଇଁ ଏହା ସହଜ ହେବ। ବିରୋଧୀ ଦଳଗୁଡ଼ିକ ପ୍ରକାଶ ମିଶ୍ର ଓ ଅନ୍ୟ କିଛି ପ୍ରସଙ୍ଗରେ ଆଲୋଚନା କରିବାକୁ ଜିଦ୍ ଧରିଥିବା ଯୋଗୁଁ ଆଜି ବି ବିଧାନସଭାରେ ହଟ୍ଟଗୋଳ ହେବାର ସମ୍ଭାବନା ଅଧିକ ରହିଛି।