Advertisment

ପାରମ୍ପରିକ ବିହନକୁ ବଞ୍ଚାଇବା ପାଇଁ ପାଳିତ ହେଉଛି ‘ବିହନ ପରବ’

ବରଗଡ଼ (ଓଡ଼ିଶା ରିପୋର୍ଟର): ଅଧିକ ଅମଳକ୍ଷମ ବିହନ ଚାଷ କରିବା ଯୋଗୁ ପାରମ୍ପରିକ ବିହନ ଲୋପ ପାଇବାକୁ ବସିଛି। ତେଣୁ ପୁଣି ଥରେ ଚାଷୀଙ୍କୁ ପାରମ୍ପରିକ କୃଷି ଆଡ଼କୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ବରଗଡ଼ରେ ଆୟୋଜିତ ହୋଇଛି ‘ବିହନ ପରବ’। ବରଗଡ଼ର ପଦ୍ମପୁରରେ ଥିବା ଖରାମାଲ ଗାଁରେ ଏହି ପରବ ଚାଲିଛି। ପଦ୍ମପୁରରେ ୩ ବର୍ଷ ଧରି ଏହି ପରବ ପାଳିତ ହେଉଛି। ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକର ଖରାମାଲ୍ ଗାଁ ଗନ୍ଧମାର୍ଦ୍ଦନ ପାହାଡର ପାଦଦେଶରେ ରହିଛି। […]

author-image
Puspanjali Panda
ଅଦ୍ୟତନ ହୋଇଛି
ପାରମ୍ପରିକ ବିହନକୁ ବଞ୍ଚାଇବା ପାଇଁ ପାଳିତ ହେଉଛି ‘ବିହନ ପରବ’

pr1

ବରଗଡ଼ (ଓଡ଼ିଶା ରିପୋର୍ଟର): ଅଧିକ ଅମଳକ୍ଷମ ବିହନ ଚାଷ କରିବା ଯୋଗୁ ପାରମ୍ପରିକ ବିହନ ଲୋପ ପାଇବାକୁ ବସିଛି। ତେଣୁ ପୁଣି ଥରେ ଚାଷୀଙ୍କୁ ପାରମ୍ପରିକ କୃଷି ଆଡ଼କୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ବରଗଡ଼ରେ ଆୟୋଜିତ ହୋଇଛି ‘ବିହନ ପରବ’। ବରଗଡ଼ର ପଦ୍ମପୁରରେ ଥିବା ଖରାମାଲ ଗାଁରେ ଏହି ପରବ ଚାଲିଛି। ପଦ୍ମପୁରରେ ୩ ବର୍ଷ ଧରି ଏହି ପରବ ପାଳିତ ହେଉଛି।

Advertisment

ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକର ଖରାମାଲ୍ ଗାଁ ଗନ୍ଧମାର୍ଦ୍ଦନ ପାହାଡର ପାଦଦେଶରେ ରହିଛି। ଏହି ଗାଁର ଜନସଂଖ୍ୟା ପ୍ରାୟ ହଜାରେରୁ ଅଧିକ ହେବ। ଏଠାରେ ଅଧିକାଂଶ ଲୋକ ଆଦିବାସୀ ସଂପ୍ରଦାୟର ହୋଇଥିବାରୁ ସମସ୍ତେ ଚାଷ ଉପରେ ନିର୍ଭର କରି ପରିବାର ଭରଣପୋଷଣ କରୁଛନ୍ତି। ଏପରିକି ଏହି ଆଦିବାସୀମାନେ ପାରମ୍ପରିକ କୃଷିକୁ ବଞ୍ଚାଇ ରଖିବା ପାଇଁ ସଂକଳ୍ପ ନେଇଛନ୍ତି।

publive-imageଏହି ଗାଁର ସମସ୍ତ ଚାଷୀ ଦେଶୀ ପଦ୍ଧତିରେ ଚାଷ କରୁଛନ୍ତି। ତେଣୁ ଧାନ ଅମଳ ପରେ ଚାଷୀମାନେ ଏହି ଉତ୍ସବ ପାଳନ କରାଯାଉଛି।

Advertisment

ଉତ୍ସବକୁ ଆହୁରି ସୁନ୍ଦର କରିବା ଧାନକେଣ୍ଡାରେ ସୁସଜ୍ଜିତ ବିଭିନ୍ନ ପ୍ରକାର ସୁନ୍ଦର ଜିନିଷ ତିଆରି କରି ଲୋକେ ସାରା ଗାଁକୁ ସଜାଇଥା’ନ୍ତି। ଆଖପାଖର ଅନେକ ଚାଷୀ ଅମଳ କରିଥିବା ଧାନ, ମାଣ୍ଡିଆ, କୁଦୋ ଭଳି ଅନେକ ଶସ୍ୟକୁ ସଜାଇ ରଖିଥାନ୍ତି। ଏପରିକି ଶଗଡ଼ଗାଡ଼ି ସହ ପାରମ୍ପରିକ ନୃତ୍ୟ ସଂଗୀତ ପରିବେଶଷ କରି ଶୋଭାଯାତ୍ରାକୁ ଉତ୍ସବ ମୁଖରିତ କରନ୍ତି।

publive-image

ଏହି ଅବସରରେ ଗାଁ ମୁଣ୍ଡ ଆମ୍ବତୋଟାରେ ସଙ୍କଳ୍ପ ସଭା ଆୟୋଜିତ ହୋଇଛି। ଦେଶୀ ଚାଷକୁ କରୁଥିବା ଅଗ୍ରଣୀ ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ ଏହି ସଭାରେ ତାଙ୍କୁ ସମ୍ମାନିତ କରାଯାଇଛି। ସମାବେଶରେ ଶତାଧିକ ପ୍ରଜାତିର ଦେଶୀ ଧାନ, ଶସ୍ୟ, ପରିବା ବିହନ ସାଙ୍ଗକୁ ବିଭିନ୍ନ ପ୍ରକାର ପାରମ୍ପରିକ ପିଠା ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି ବିହନ ପରବରେ ମାଣ୍ଡିଆରେ ତିଆରି ଚା, ଦେଶି କୁଦୋ, ମାଣ୍ଡିଆ, ବାର୍ଲି, ମହୁଲ ଆଦିରେ ତିଆରି ପିଠା ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା।