ଆଜି ରୀତାଙ୍କ ପାଇଁ ନବୀନ ଏବଂ ଅଶୋକଙ୍କ ପାଇଁ ରାମକ୍ରିପାଲ କରିବେ ପ୍ରଚାର

<p>ବରଗଡ଼( ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ଲାଗି ଆସନ୍ତାକାଲି ଶେଷ ହେବ ପ୍ରଚାର। ତା&rsquo; ପୂର୍ବରୁ ଆଜି ଦ୍ୱିତୀୟ ଦିନରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଗାଇସିଲାଟ ଓ ବିଜେପୁର ବ୍ଲକରେ ଦୁଇଟି ଦଳୀୟ ସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ। ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ସପକ୍ଷରେ ପ୍ରଚାର କରିବେ ନବୀନ। ମୁଖ୍ୟମନ୍ତ୍ରୀ ପ୍ରଥମେ ହେଲିକପ୍ଟରରେ ଗାଇସିଲାଟ ଆସିବେ। ସେଠାରେ ପ୍ରଚାର ଶେଷ କରିବା ପରେ ବିଜେପୁର ବ୍ଲକରେ ଦଳୀୟ ସଭା କରିବେ। ଆଉ ହାତରେ ମାତ୍ର ଗୋଟିଏ ଦିନ ଥିବାରୁ ବିଜେପି ଓ କଂଗ୍ରେସ ବି ଆଜି ଜୋରଦାର ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇବେ। ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ ଆଜି ଗାଇସିଲାଟରେ ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପି ପକ୍ଷରୁ ଅଭିନେତ୍ରୀ ଅନୁ ଚୌଧୁରୀ, ଅପରାଜିତା ମହାନ୍ତି, ମିହିର ଦାସ, ଶ୍ରୀତମ ଦାସ ଓ ପିଙ୍କି ପ୍ରଧାନ ପ୍ରମୁଖ ଷ୍ଟାରଙ୍କୁ ନେଇ ପ୍ରଚାର କରିବେ।&nbsp; କଂଗ୍ରେସ ପକ୍ଷରୁ ମଧ୍ୟ ଆଜି ଜୋରଦାର ପ୍ରଚାର କରାଯିବ।</p> <p>&amp;nbsp;</p>

Ordigital Desk
  • Published: Wednesday, 21 February 2018
  • Updated: 21 February 2018, 09:24 AM IST

Sports

Latest News

<p>ବରଗଡ଼( ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ଲାଗି ଆସନ୍ତାକାଲି ଶେଷ ହେବ ପ୍ରଚାର। ତା&rsquo; ପୂର୍ବରୁ ଆଜି ଦ୍ୱିତୀୟ ଦିନରେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଗାଇସିଲାଟ ଓ ବିଜେପୁର ବ୍ଲକରେ ଦୁଇଟି ଦଳୀୟ ସଭାକୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ। ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ସପକ୍ଷରେ ପ୍ରଚାର କରିବେ ନବୀନ। ମୁଖ୍ୟମନ୍ତ୍ରୀ ପ୍ରଥମେ ହେଲିକପ୍ଟରରେ ଗାଇସିଲାଟ ଆସିବେ। ସେଠାରେ ପ୍ରଚାର ଶେଷ କରିବା ପରେ ବିଜେପୁର ବ୍ଲକରେ ଦଳୀୟ ସଭା କରିବେ। ଆଉ ହାତରେ ମାତ୍ର ଗୋଟିଏ ଦିନ ଥିବାରୁ ବିଜେପି ଓ କଂଗ୍ରେସ ବି ଆଜି ଜୋରଦାର ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇବେ। ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ ଆଜି ଗାଇସିଲାଟରେ ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପି ପକ୍ଷରୁ ଅଭିନେତ୍ରୀ ଅନୁ ଚୌଧୁରୀ, ଅପରାଜିତା ମହାନ୍ତି, ମିହିର ଦାସ, ଶ୍ରୀତମ ଦାସ ଓ ପିଙ୍କି ପ୍ରଧାନ ପ୍ରମୁଖ ଷ୍ଟାରଙ୍କୁ ନେଇ ପ୍ରଚାର କରିବେ।&nbsp; କଂଗ୍ରେସ ପକ୍ଷରୁ ମଧ୍ୟ ଆଜି ଜୋରଦାର ପ୍ରଚାର କରାଯିବ।</p><p>&amp;nbsp;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos