ବିଜେପୁର ଉପନିର୍ବାଚନ: ଆଜି ପ୍ରକାଶ ପାଇବ ବିଜ୍ଞପ୍ତି

Ordigital Desk
  • Published: Tuesday, 30 January 2018
  • , Updated: 30 January 2018, 08:55 AM IST
<p>ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ଫେବୃଆରୀ ୨୪ ତାରିଖରେ ସେଠାରେ ଉପନିର୍ବାଚନ ହେବା ନେଇ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଥିଲେ। ନାମାଙ୍କନ ଦାଖଲର ଶେଷ ତାରିଖ ଫେବୃଆରୀ ୬ ତାରିଖ ରହିଛି। ୨୮ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା ହେବ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସବୁ ବ୍ୟବସ୍ଥା ହୋଇଛି। ଭୋଟର ଲିଷ୍ଟ ମଧ୍ୟ ଚୂଡ଼ାନ୍ତ ହୋଇଛି। ଏଥର ୨ ଲକ୍ଷ ୨୧ ହଜାର ୧୪୪ ମତଦାତା ବିଜେପୁର ଉପନିର୍ବାଚନରେ ଭୋଟ ଦେବେ।</p> <p>ପ୍ରଥମଥର ପାଇଁ ବିଜେପୁରରେ ମତଦାନ ବେଳେ ଇଭିଏମ୍&zwnj; ସହ&nbsp; ଭିଭିପାଟର ବ୍ୟବହାର ହେବ।</p> <p>ବିଜେଡି ରୀତା ସାହୁଙ୍କ ନାଁ ପ୍ରାର୍ଥୀଭାବେ ଘୋଷଣା କରିଥିବା ବେଳେ ବିଜେପି ଅଶୋକ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିବ। ଏପର୍ଯ୍ୟନ୍ତ କଂଗ୍ରେସର କିଏ ପ୍ରାର୍ଥୀ ହେବ ତାହା ଦଳ ଚୂଡାନ୍ତ କରିପାରି ନାହିଁ। ବିଜେପୁର ପାଇଁ ପ୍ରାର୍ଥୀ ଚୟନ ଲାଗି କଂଗ୍ରେସର ଏକ ଟିମ୍ ଆଜି ବିଜେପୁର ଯିବ। ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ନେତୃତ୍ୱରେ ଟିମ୍ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବ। ସମ୍ଭବତଃ ପ୍ରଣୟ ସାହୁ ଓ ରିପୁନାଥ ସେଠଙ୍କ ଭିତରୁ ଜଣକୁ ମଇଦାନକୁ କଂଗ୍ରେସ ଓହ୍ଲାଇପାରେ ।</p>

Related story