ୟେସ୍‌ ବ୍ୟାଙ୍କରେ ଶ୍ରୀମନ୍ଦିର ଟଙ୍କା ରଖିବା ଭୁଲ୍‌ କହିଲେ ବିଜୟ ମହାପାତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେବାଳିଆ ୟେସ୍‌ ବ୍ୟାଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କ କୋଟି କୋଟି ଟଙ୍କା ରଖାଯିବାରେ ଆଇନକୁ ଉଲ୍ଲଘଂନ କରିଛି କିଏ? ଏଥିପାଇଁ ଅନୁମତି ଦେଲା କିଏ? ଆଇନ୍‌ ବିରୋଧୀ କାମ କରିଥିବାରୁ ସେଭଳି ବ୍ୟକ୍ତିଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା ହେବା ଦରକାର ବୋଲି ରାଜ୍ୟ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି। ଅଧିକ ସୁଧ ଲୋଭରେ ଆଇନ ଭାଙ୍ଗିଲା କି ଶ୍ରୀମନ୍ଦିର ପ୍ରଶାସନ? ଏତେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଥାଉ ଥାଉ କାଳିଆ ଠାକୁରଙ୍କ କୋଟି […]

bijay

bijay

Manoranjan Sial
  • Published: Saturday, 07 March 2020
  • Updated: 07 March 2020, 10:04 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦେବାଳିଆ ୟେସ୍‌ ବ୍ୟାଙ୍କରେ ଜଗନ୍ନାଥ ମହାପ୍ରଭୁଙ୍କ କୋଟି କୋଟି ଟଙ୍କା ରଖାଯିବାରେ ଆଇନକୁ ଉଲ୍ଲଘଂନ କରିଛି କିଏ? ଏଥିପାଇଁ ଅନୁମତି ଦେଲା କିଏ? ଆଇନ୍‌ ବିରୋଧୀ କାମ କରିଥିବାରୁ ସେଭଳି ବ୍ୟକ୍ତିଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା ହେବା ଦରକାର ବୋଲି ରାଜ୍ୟ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି।

ଅଧିକ ସୁଧ ଲୋଭରେ ଆଇନ ଭାଙ୍ଗିଲା କି ଶ୍ରୀମନ୍ଦିର ପ୍ରଶାସନ? ଏତେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଥାଉ ଥାଉ କାଳିଆ ଠାକୁରଙ୍କ କୋଟି କୋଟି ଟଙ୍କା ୟେସ୍‌ ବ୍ୟାଙ୍କରେ ରଖିବାକୁ କିଏ ଓ କାହିଁକି? ଏ ନିଷ୍ପତ୍ତି ପଛରେ ସରକାରଙ୍କ ଗ୍ରୀନ୍‌ ସିଗନାଲ୍‌ ଥିଲା ତ? ତେବେ ଶ୍ରୀମନ୍ଦିର ପାଣ୍ଠିକୁ ବ୍ୟାଙ୍କରେ ରଖିବା ନେଇ କଣ ରହିଛି ମନ୍ଦିର ଆଇନରେ ବ୍ୟବସ୍ଥା?

ଧାରା ୪ ଉପଧାରା ୬ ଅନୁସାରେ ହୁଣ୍ଡି ଟଙ୍କା କେବଳ ଜାତୀୟକରଣ ବ୍ୟାଙ୍କରେ ରହିବ। ହେଲେ ଫାଉଣ୍ଡସେନ ଫଣ୍ଡ ସରକାରଙ୍କ ଅନୁମତିରେ ଯେ କୌଣିସି ବ୍ୟାଙ୍କରେ ରଖାଯାଇ ପାରିବ। ତେବେ ହିସାବ ଅନୁସାରେ ଟେମ୍ପଲ ଫଣ୍ଡରେ ୨୭୧ କୋଟି ୬୧ ଲକ୍ଷ, ଟେମ୍ପୁଲ କର୍ପସ ଫଣ୍ଡରେ ୨୫୫ କୋଟି ୮୬ ଲକ୍ଷ ସହ ଫାଉଣ୍ଡସେନ ଫଣ୍ଡରେ ୯୮ କୋଟି ୯୬ ଲକ୍ଷ ଟଙ୍କା ୟେସ୍‌ ବ୍ୟାଙ୍କରେ ରଖାଯାଇଛି। ତେଣୁ ଏଠି ପ୍ରଶ୍ନ ଉଠୁଛି, ନିୟମ ସତ୍ତ୍ୱେ ହୁଣ୍ଡି ଟଙ୍କା କାହିଁକି ଘରୋଇ ୟେସ୍ ବ୍ୟାଙ୍କରେ ରଖାଗଲା? ପ୍ରସଙ୍ଗ ଜୋର ଧରିବା ପରେ ଏବେ ଆଇନ ଉଲ୍ଲଘଂନ କରିଥିବା ଅଧିକାରୀଙ୍କ ବିରୋଧରେ ଫୌଜଦାରୀ ମୋକଦ୍ଦମା କରିବାକୁ ଦାବି କରିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି-“ମନ୍ତ୍ରୀ କହିଛନ୍ତି ୟେସ୍‌ ବ୍ୟାଙ୍କରେ ଥିବା ଟଙ୍କା ଫେରିଆସିବ। ମାସେ ଭିତରେ ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ନଫେଲେ ଏକ ବିରାଟ ଆନ୍ଦୋଳନ ମୁଣ୍ଡ ଟେକିବ।”

ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି-“ପ୍ରାଇଭେଟ୍‌ ବ୍ୟାଙ୍କମାନେ ଆର୍‌ବିଆଇଠାରୁ ଲାଇସେନ୍ସ ନେଇ ବ୍ୟାଙ୍କିଂ ଅପରେଶନ କରୁଛନ୍ତି। ସେମାନଙ୍କ ନେଣ ଓ ଦେଣ ନିୟମିତ ଯାଞ୍ଚ ହୁଏ। ତାହା ଉପରେ ରାଜନୀତି କରିବା ଠିକ୍‌ ହେବନି।”

ସେପଟେ ଶ୍ରୀମନ୍ଦିର ପ୍ରଶାସନର ଘରୋଇ ବ୍ୟାଙ୍କ ପ୍ରୀତିର ତଦନ୍ତ ଦାବିରେ ଭିଜିଲାନ୍ସ ପାଖେ ଫେରାଦ ହୋଇଛି ଶ୍ରୀଜଗନ୍ନାଥ ସେନା। ଏହା ପଛରେ କେତେ ଟଙ୍କାର କିକ୍‌ବ୍ୟାକ ହୋଇଛି ବୋଲି ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରଶ୍ନ କରିବା ସହ ଏଠୁ ନ୍ୟାୟ ନମିଳିଲେ ସିବିଆଇ ତଦନ୍ତ ଦାବି କରିବ ବୋଲି କହିଛି। ସେହିପରି ଘଟଣାକୁ ନେଇ ଶ୍ରମନ୍ଦିର ଆଗରେ ବିକ୍ଷୋଭ କରିଛି ପୁରୀ ବିଜେପି।

ସେପଟେ ଘଟଣାରେ ହସ୍ତକ୍ଷେପ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଶୀଘ୍ର ସମସ୍ୟାର ସମାଧାନ ହେବ। ତା’ସହ ଆରବିଆଇକୁ ଚିଠି ଲେଖି ନିର୍ଦ୍ଦିଷ୍ଟ ସମୟ ଭିତରେ ଟଙ୍କା ଉଠାଇବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ଅର୍ଥ ସଚିବ ଅଶୋକ ମୀନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story