କେନ୍ଦ୍ରାପଡ଼ା କଲେଜକୁ କାହିଁକି ଯାଇଥିଲେ ବିଜୟ ମହାପାତ୍ର ?

କେନ୍ଦ୍ରାପଡ଼ା/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପାଟକୁରା ଭୋଟ୍ ସରିବା ପରେ ଏବେ ଇଭିଏମ୍ ସୁରକ୍ଷା ଚିନ୍ତା। ଗତକାଲି ରାତିରେ ଇଭିଏମ୍ ଅଦଳବଦଳ ଅଭିଯୋଗକୁ ନେଇ ଉତ୍ତେଜନା ଥମିଥିଲେ ବି ସନ୍ଦେହ କିନ୍ତୁ ହଟିନି । ତେଣେ ସୁରକ୍ଷା ବ୍ୟବସ୍ଥା ଜାଣିବାକୁ ଖୋଦ୍ ବିଜୟ ମହାପାତ୍ର ଆଜି ଇଭିଏମ୍ ରଖାଯାଇଥିବା କେନ୍ଦ୍ରାପଡ଼ା କଲେଜକୁ ଯାଇଥିଲେ। ଆଉ ଏଣେ କିନ୍ତୁ ନିର୍ବାଚନ ଜିତିବାକୁ ଶାସକ ଦଳ ଇଭିଏମ୍ ରିଗିଂ କରିଥିବା ଅଭିଯୋଗ ଆଣି, ନିର୍ବାଚନ କମିଶନଙ୍କୁ ଫେରାଦ ହେବ ବୋଲି କହିଛି ବିଜେପି […]

532-1

Tapas Behera
  • Published: Sunday, 21 July 2019
  • , Updated: 22 July 2019, 10:36 PM IST

କେନ୍ଦ୍ରାପଡ଼ା/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପାଟକୁରା ଭୋଟ୍ ସରିବା ପରେ ଏବେ ଇଭିଏମ୍ ସୁରକ୍ଷା ଚିନ୍ତା। ଗତକାଲି ରାତିରେ ଇଭିଏମ୍ ଅଦଳବଦଳ ଅଭିଯୋଗକୁ ନେଇ ଉତ୍ତେଜନା ଥମିଥିଲେ ବି ସନ୍ଦେହ କିନ୍ତୁ ହଟିନି । ତେଣେ ସୁରକ୍ଷା ବ୍ୟବସ୍ଥା ଜାଣିବାକୁ ଖୋଦ୍ ବିଜୟ ମହାପାତ୍ର ଆଜି ଇଭିଏମ୍ ରଖାଯାଇଥିବା କେନ୍ଦ୍ରାପଡ଼ା କଲେଜକୁ ଯାଇଥିଲେ। ଆଉ ଏଣେ କିନ୍ତୁ ନିର୍ବାଚନ ଜିତିବାକୁ ଶାସକ ଦଳ ଇଭିଏମ୍ ରିଗିଂ କରିଥିବା ଅଭିଯୋଗ ଆଣି, ନିର୍ବାଚନ କମିଶନଙ୍କୁ ଫେରାଦ ହେବ ବୋଲି କହିଛି ବିଜେପି । ଜବାବରେ ବିଜେଡି କହିଛି ପରାଜୟ ଜାଣି ବିଜେପି ଏମିତି କହୁଛି।

ତ୍ରିସ୍ତରୀୟ ସୁରକ୍ଷା ବଳୟରେ କେନ୍ଦ୍ରାପଡ଼ା ଅଟନୋମସ୍ କଲେଜ। କାରଣ ପାଟକୁରା ବିଧାନସଭା ପାଇଁ ମତଦାନ ସରିବା ପରେ ଏଇଠି ଷ୍ଟ୍ରଙ୍ଗରୁମ୍‌ରେ ରହିଛି ଇଭିଏମ୍ । ଭିତର ବାହାର, ସବୁ ଗତିବିଧିକୁ ଜଗିଛି ସିସିଟିଭି। ତୀକ୍ଷ୍ମ ନଜର ରଖିଛନ୍ତି ସଶସ୍ତ୍ର ଯବାନ । ସେପଟେ ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍ ଅନୁସାରେ ଆଜି ସବୁ ଦଳର ଏଜେଣ୍ଟମାନଙ୍କୁ ଡାକି ଇଭିଏମ୍ ସୁରକ୍ଷା ସମ୍ପର୍କରେ ଅବଗତ କରିଛି ଜିଲ୍ଲା ପ୍ରଶାସନ। ତେବେ ଗତକାଲି ରାତିରେ ଷ୍ଟ୍ରଙ୍ଗରୁମ୍‌କୁ ଇଭିଏମ୍ ଓ VVPAT ରଖିବା ପାଇଁ ପୋଲିଂ ଅଧିକାରୀ ପହଞ୍ଚିବା ପରେ VVPAT ଖୋଲାଥିବା ଅଭିଯୋଗ କରି ସୃଷ୍ଟି ହୋଇଥିବା ଉତ୍ତେଜନା ଥମିଥିଲେ ବି ସନ୍ଦେହ କିନ୍ତୁ ଦୂର ହୋଇନି । ତେଣୁ ଆଜି ନିଜେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର କେନ୍ଦ୍ରାପଡ଼ା କଲେଜକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା କହିଛନ୍ତି।

ପାଟକୁରା ମତଦାନବେଳେ କେତେକ ସ୍ଥାନରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତି ଓ ଇଭିଏମ୍ ରିଗିଂକୁ ନେଇ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି । ଏକ ସାମ୍ବାଦିକ ସମ୍ମିଳନୀରେ ଦଳ ଅଭିଯୋଗ କରିଛି, ପାଟକୁରାରେ ଶାସକ ଦଳ ନିର୍ବାଚନ ଜିତିବାକୁ ବହୁ ଅଗଣତାନ୍ତ୍ରିକ କାର୍ଯ୍ୟ କରିଛି । ଡାହାଳପୁରର ୨୨୦ ନମ୍ବର ଏବଂ ପାଟକୁରାର ୨୯୪ ନମ୍ବର ବୁଥରେ ଇଭିଏମ ରିଗିଂ ସାଙ୍ଗକୁ, ରିଜର୍ଭ ରଖାଯାଇଥିବା ଅଧିକ ଶହେ ଇଭିଏମ୍‌କୁ ନେଇ ବି ଦଳ ଗଭୀର ଶଙ୍କା ପ୍ରକାଶ କରିଛି। ଏମିତିକି ଏସବୁ ଘଟଣାରେ ଦଳ ଇସିଆଇଙ୍କ ନିକଟରେ ଫେରାଦ ହେବ ବୋଲି କହିଛି । ତେଣେ ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେଡି କହିଛି, ପାଟକୁରାରେ ପରାଜୟ ଜାଣି ବିଜେପି ଏଭଳି ଅଭିଯୋଗ ଆଣୁଛି।

ମତଦାନ ସରିଛି, ପ୍ରାର୍ଥୀଙ୍କ ଭାଗ୍ୟ ବି ଇଭିଏମ୍‌ରେ ସିଲ୍ ହୋଇ ସାରିଛି। ଏବେ ଅପେକ୍ଷା ୨୪ ତାରିଖ ଗଣତିକୁ। ସେ ଦିନ ଜଣାପଡିବ କାହାକୁ ପ୍ରତିନିଧି ଭାବେ ବାଛିଛନ୍ତି ପାଟକୁରାବାସୀ।

Related story